କନକ ବ୍ୟୁରୋ: ଭାରତ ଗସ୍ତରେ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଆସନ୍ତା ଡିସେମ୍ବର ୪ ତାରିଖରେ ଭାରତ ଆସିବେ ପୁଟିନ । ୨୦୨୨ରେ ଋଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ପୁଟିନଙ୍କ ଏହା ହେବ ପ୍ରଥମ ଭାରତ ଗସ୍ତ । ୨୨ତମ ଭାରତ-ଋଷ ଶିଖର ସମ୍ମିଳନୀ ପାଇଁ ଗତ ଜୁଲାଇ ମାସରେ ମସ୍କୋ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗତ ଅକ୍ଟୋବର ମାସରେରେ ପ୍ରଧାନମନ୍ତ୍ରୀ ମୋଦୀ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ସମୟରେ କାଜାନରେ ଦୁଇ ନେତାଙ୍କ ମଧ୍ୟରେ ପୁଣି ଥରେ ସାକ୍ଷାତ ଆଲୋଚନା ହୋଇଥିଲା । ଋଷରୁ ଭାରତ ତୈଳ କ୍ରୟ ଜାରି ରଖିବା ନେଇ ନୂଆଦିଲ୍ଲୀ ଏବଂ ୱାସିଂଟନ ମଧ୍ୟରେ ବୃଦ୍ଧି ପାଉଥିବା ବାଣିଜ୍ୟ ଉତ୍ତେଜନା ମଧ୍ୟରେ ପୁଟିନଙ୍କ ଗସ୍ତ ଏକ ସମ୍ବେଦନଶୀଳ ହେଉଛି ।

Advertisment

ଶୁଭଙ୍କରଙ୍କ ବିବାଦୀୟ ବୟାନ ; ‘ଶ୍ରୀମନ୍ଦିରକୁ ଗଲେ ଭାଙ୍ଗିଯାଏ ପ୍ରେମୀଯୁଗଳଙ୍କ ସଂପର୍କ’

ଭାରତ ଆସିବେ ପୁଟିନ୍
ଡିସେମ୍ବର ୪ରେ ଭାରତ ଆସିବେ ପୁଟିନ
ଦୁଇଦେଶ ମଧ୍ୟରେ ଶିଖର ବୈଠକ ହେବ  
ପ୍ରଧାନମନ୍ତ୍ରୀ ମୋଦୀ ଓ ପୁଟିନଙ୍କ ମଧ୍ୟରେ ହେବ ସାକ୍ଷାତ
ଋଷ-ୟୁକ୍ରେନ ଯୁଦ୍ଧ  ମଧ୍ୟରେ ପୁଟିନଙ୍କ ପ୍ରଥମ ଭାରତ ଗସ୍ତ
ବ୍ରିକ୍ସ ସମ୍ମିଳନୀ ଅବସରରେ ଶେଷଥର କାଜାନରେ ଦୁଇନେତା ଭେଟିଥିଲେ