କନକ ବ୍ୟୁରୋ: ଏକ ବଡଧରଣର ଅପହରଣ ମାମଲାରେ ଜଡିତ ୪ଅଭିଯୁକ୍ତ ରାତି ଅଧିଆ ଧରିଲା ମୟୁରଭଞ୍ଜ ପୁଲିସ । ବୈଶିଙ୍ଗା ଅଞ୍ଚଳର ଜଣେ ରାଇସ ମିଲ ମାଲିକଙ୍କୁ ଅପହରଣ କରି ୮୦ଲକ୍ଷ ଟଙ୍କା ଦାବି କରିଥିଲେ । ୪୦ଲକ୍ଷ ଟଙ୍କା ପାଇଲା ପରେ ବି ଦେଇଥିଲେ ଧମକ, ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହେଲେ ବ୍ୟବସାୟୀ । ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ, ୮,୬୪,୭୦୦ ନଗଦ, ୭ଟି ମୋବାଇଲ ଫୋନ, ୨ଟି କାର୍ , ୨ଟି ବାଇକ୍ ଓ ୪ଟି ତେଲେଙ୍ଗା କଟୁରୀ ଜବତ । 

Advertisment

ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାଇ ଜମିଜମା କାରବାରରେ ଡିଲ ଟଙ୍କା ନଦେବାରୁ ଯୁବକକୁ ଅପହରଣ କରାଯାଇଥିଲା l ପ୍ରାଥମିକ ସ୍ତରରେ ଘଟଣାରେ ୪ଜଣ ଅପହରଣକାରୀ ଯୁବକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ମୟୁରଭଞ୍ଜ ପୁଲିସ l ଅପହରଣକାରୀ ଙ୍କ ମଧ୍ୟରେ ଅଛନ୍ତି ସ୍ବେଛାକୃତ ଅବସର ନେଇଥିବା ଜଣେ ପୁଲିସ କନେଷ୍ଟବଳ । 
ସୂଚନା ଅନୁଯାୟୀ, ବାରିପଦା ସହରର ଷ୍ଟେସନ ବଜାର ଅଞ୍ଚଳର ସୁନୀଲ ଅଗ୍ରୱାଲଙ୍କ ବୈଶିଙ୍ଗା ଅଞ୍ଚଳରେ କାମଧେନୁ ରାଇସ ମିଲ ରହିଛି। ତେବେ ସେ କିଛି ଜଣକ ସହ ମିଶି ବେତନଟୀ ଥାନା ଅଞ୍ଚଳରେ ଏକ ଜମି କାରବାର କରିଥିଲେ। ଉକ୍ତ ଜମି କାରବାରରେ ଟଙ୍କା ନେଣ ଦେଣକୁ ନେଇ ଉପୁଜିଥିଲା ବିବାଦ l ଯାହାର ଫଳ ସ୍ୱରୂପ ସେଥିରେ ଜଡିତ କିଛି ଯୁବକ ବୈଶିଙ୍ଗା ଉପକଣ୍ଠ ଟୋଲଗେଟ ନିକଟରୁ ସୁନୀଲକୁ ଯୋଜନା କରି ଅପହରଣ କରିଥିଲେ। ତେବେ ସୁନୀଲର ମୁଣ୍ଡ ଜାମିନ ରଖି ଛାଡିବା ପାଇଁ ପରିବାର ଲୋକଙ୍କୁ ୮୦ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ l 

କୋଣାର୍କରେ ଫିଲ୍ମ ଷ୍ଟାଇଲ୍‌ରେ ଯୁବକଙ୍କୁ ଅପହରଣ : ଭୁବନେଶ୍ବରର ଯୁବକଙ୍କୁ ଜୋର ଜବରଦସ୍ତ ଉଠାଇନେଲେ ୨ ଦୁର୍ବୃତ୍ତ

ଡ଼ିଲ ମୁତାବକ ପରିବାର ଲୋକେ ଶୁକ୍ରବାର ଦୁଇଟି ବ୍ୟାଗରେ ୮୦ଲକ୍ଷ ଟଙ୍କା ନେଇ ସୁନୀଲଙ୍କୁ ଉଦ୍ଧାର କରିବା ପାଇଁ ଟୋଲଗେଟ ନିକଟସ୍ଥ ଏକ ନିଛାଟିଆ ସ୍ଥାନକୁ ଯାଇଥିଲେ। ଅପହରଣକାରୀ ମାନେ ଗୋଟିଏ ବ୍ୟାଗରେ ଥିବା ମୁଣ୍ଡଜାମିନ ଟଙ୍କା ନେଇ ସୁନୀଲକୁ ଛାଡି ଦେଇଥିଲେ। କିନ୍ତୁ ଏହାପରେ ଅପହରଣକାରୀ ମାନେ ବ୍ୟାଗରେ ୪୦ଲକ୍ଷ ଥିବା ନେଇ ଜାଣିଥିଲେ l ପରେ ପୁଣି ଫୋନ ଯୋଗେ ବାକି ଟଙ୍କା ଦେବାକୁ ସୁନୀଲକୁ ଧମକ ଦେଇଥିଲେ । କିନ୍ତୁ ପରିବାର ଲୋକେ ତାହାକୁ ନଦେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲିଙ୍କୁ ଜଣାଇଥିଲେ। ଏସପିଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ରାତି ତମାମ ବେତନଟୀ, ବୈଶିଙ୍ଗା, ବଡ଼ସାହି, ମୋରଡା, ରାସଗୋବିନ୍ଦପୁର ଥାନାର ଥାନା ଅଧିକାରୀଙ୍କ ଦ୍ଵାରା ଗଠିତ ଏକାଧିକ ପୁଲିସ ଟିମ ବାଲେଶ୍ୱର ଓ ମୟୁରଭଞ୍ଜର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪ଜଣ ଅପହରଣକାରୀକୁ କାବୁ କରିଥିଲେ l

ଅଧରାତିରେ ମହିଳାଙ୍କୁ ଅପହରଣ ; ବର୍ଷା ରାତିରେ ଟ୍ରକ ଅଟକାଇ ଟେକିନେଲା ଡ୍ରାଇଭର

 ବୈଶିଙ୍ଗା ଥାନାରେ ୪ଜଣକୁ ପୋଲିସ ଅଟକ ରଖି ପଚରା ଉଚରା ଜାରି ରଖିଛନ୍ତି l ତାଙ୍କ ନିକଟରୁ ଘଟଣାରେ ବ୍ୟବହୃତ ୫ଟି ମୋବାଇଲ ଫୋନ, ୨ଟି କାର, ୨ଟି ବାଇକ, ୪ଟି ତେଲେଙ୍ଗା କଟୁରୀ ଜବତ ପୂର୍ବକ ନେଇଥିବା ଟଙ୍କା ମଧ୍ୟ ଉଦ୍ଧାର କରିଛି ପୁଲିସ l ଏନେଇ ଖୋଦ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଡୁପାଲି ଶୁକ୍ରବାର ରାତିରେ ଘଟଣାର ତଦନ୍ତ କରିଛନ୍ତି । ଘଟଣାରେ ଜଣେ ସ୍ଵେଛାକୃତ ଅବସର ନେଇଥିବା ପୁଲିସ କନେଷ୍ଠବଳଙ୍କ ସହିତ ଆହୁରି ଏକାଧିକ ଯୁବକ ସମ୍ପୃକ୍ତି ଥିବାବେଳେ ଅନ୍ୟ ସମ୍ପୃକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବାନେଇ ପୁଲିସ କହିଛି l ଘଟଣା କୁ ମୟୁରଭଞ୍ଜ ବୈଶିଙ୍ଗା ଥାନା ପରିସରରେ ଏସପି ବରୁଣ ଗୁଣ୍ଟୁପାଲିଙ୍କ ଦ୍ଵାରା ଏକ ପ୍ରେସ ମିଟ କରାଯାଇ ଘଟଣା ସମ୍ବନ୍ଧରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରାଯାଇଛି l ତାଙ୍କ କହିବା ଅନୁଯାଇ ଏଯାଏଁ ଅଭିଜୁକ୍ତ ମାନଙ୍କ ଠାରୁ ୮ ଲକ୍ଷ ୬୪ ହଜାର ୭ଶହ ଟଙ୍କା ସହିତ ୭ଟି ମୋବାଇଲ ଫୋନ ଜବତ ହୋଇଛି। ତା ସହିତ ୨ଟି କାର୍ , ଦୁଇଟି ବାଇକ୍ ଓ ୪ଟି ତେଲେଙ୍ଗା କଟୁରୀ ମଧ୍ୟ ଜବତ କରିଛି ।

ସମ୍ବଲପୁରରେ ଫିଲ୍ମ ଷ୍ଟାଇଲରେ ବ୍ୟବସାୟୀଙ୍କୁ ଅପହରଣ ମାମଲା, ୪ ଅଭିଯୁକ୍ତ ଗିରଫ

ଏ ଘଟଣା କୁ ନିଜେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଡୁପାଲି ଗୁରୁବାର ରାତିଠାରୁ ତଦନ୍ତ କରୁଥିଲେ l ତେବେ ଏହି ଘଟଣାରେ ଆଜି କୋର୍ଟ ଚାଲାଣ ହୋଇଥିବା ୪ଅଭିଯୁକ୍ତ ହେଲେ ବାଲେଶ୍ୱର ରୁପ୍ସା ଅଞ୍ଚଳର ଅରମାନ ଖାନ ଔରଫ ଜାଫର ଅହମଦ ଖାନ, ରାଜା ଔରଫ ରାଜେଶ ବାରିକ, ଦେବା ଔରଫ ଭବେଶ ଚନ୍ଦ୍ର ବେହେରା ଓ ଚିଣ୍ଟୁ ଔରଫ ବଳରାମ ରାଉତ l ତେବେ ଅନ୍ୟ ୫ଜଣ ସମ୍ପୃକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରିବା ପରେ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।