କନକ ବ୍ୟୁରୋ : ରାତି ଅଧରେ ବର୍ଷା ଯୋଗୁଁ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଥିଲେ ଜଣେ ମହିଳା । ନିଛାଟିଆ ଦେଖି ମହିଳାଙ୍କୁ ଟେକି ନେଇଗଲା ଟ୍ରକ୍ ଡ୍ରାଇଭର୍ । ସିସିଟିଭି କ୍ୟାମେରାରେ କଏଦ ହୋଇଛି ଛାତିଥରା ଭିଡିଓ । ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଚରମ୍ପା ୧୬ ନମ୍ୱର ଜାତୀୟ ରାଜପଥ ପୁଲିସ ରିଜର୍ଭ ଅଫିସ ନିକଟରେ ଗତକାଲି ଏଭଳି ଅଭାବନୀୟ ଘଟଣା ଘଟିଛି । ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଚମ୍ପା ଫାଣ୍ଡି ଛକ ନିକଟରେ ଅଟକିଥିଲା ଜାତୀୟ ରାଜପଥରେ ଯାଉଥିବା ଏକ ଟ୍ରକ୍ । ଏକୁଟିଆ ମହିଳାଙ୍କୁ ଦେଖି ଟ୍ରକ୍ ଡ୍ରାଇଭର ଗାଡ଼ି ଅଟକାଇଥିଲେ ଏବଂ ଜୋର ଜବରଦସ୍ତ ଅପହରଣ କରି ଟ୍ରକରେ ପଳାଇଥିବା ଦେଖିବାକୁ ମିଳିଛି । ମହିଳା ଜଣକ ମାନସିକ ଅନଗ୍ରସର ବୋଲି ଚର୍ଚ୍ଚା ହେଉଥିବା ବେଳେ, ଏଯାଏଁ ତାଙ୍କର ପତ୍ତା ମିଳିନାହିଁ । ଘଟଣା ଜଣାପଡ଼ିବା ପରେ ଭଦ୍ରକରେ ହଇଚଇ ଖେଳିଯାଇଛି । ପୋଲିସ ବିଭିନ୍ନ ସ୍ଥାନରେ ଛାନଭିନ କରିବା ସହିତ ଜାତୀୟ ରାଜପଥରେ ଲାଗିଥିବା ସିସିଟିଭି ଯାଞ୍ଚ କରୁଛି ବୋଲି ସୂଚନା ଦେଇଛନ୍ତି ଭଦ୍ରକ ଅତିରିକ୍ତ ଏସ୍ପି ।
ଅଧରାତିରେ ମହିଳାଙ୍କୁ ଅପହରଣ ; ବର୍ଷା ରାତିରେ ଟ୍ରକ ଅଟକାଇ ଟେକିନେଲା ଡ୍ରାଇଭର
ନିଛାଟିଆ ଦେଖି ମହିଳାଙ୍କୁ ଟେକି ନେଇଗଲା ଟ୍ରକ୍ ଡ୍ରାଇଭର୍ । ସିସିଟିଭି କ୍ୟାମେରାରେ କଏଦ ହୋଇଛି ଛାତିଥରା ଭିଡିଓ । ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଚରମ୍ପା ୧୬ ନମ୍ୱର ଜାତୀୟ ରାଜପଥ ପୁଲିସ ରିଜର୍ଭ ଅଫିସ ନିକଟରେ ଗତକାଲି ଏଭଳି ଅଭାବନୀୟ ଘଟଣା ଘଟିଛି ।
/kanak/media/media_files/2025/10/03/02-3-2025-10-03-16-24-09.jpg)