କନକ ବ୍ୟୁରୋ : ସମ୍ବଲପୁରରେ ଫିଲ୍ମ ଷ୍ଟାଇଲରେ ଅପହରଣ ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ସିସିଟିଭି ଫୁଟେଜ ଆଧାରରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି । ଗତ ରାତିରେ ଟ୍ରାନ୍ସପୋର୍ଟ ବ୍ୟବସାୟୀ ମନୋଜ ବହିଦାର ତାଙ୍କର ଅଇଁଠାପାଲି ସ୍ଥିତ କାର୍ଯ୍ୟାଳୟରେ ବସିଥିଲେ। ଏହି ସମୟରେ ୫ ଜଣ ପଞ୍ଜାବୀ ଯୁବକ ମାରଣାସ୍ତ୍ର ଧରି ଅଚାନକ ତାଙ୍କର କାର୍ଯ୍ୟାଳୟକୁ ପ୍ରବେଶ କରି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । କାର୍ଯ୍ୟାଳୟରେ ଥିବା ୨ ଜଣ ମହିଳା କର୍ମଚାରୀ ମନୋଜଙ୍କୁ ବଞ୍ଚାଇବା ପାଇଁ ପ୍ରୟାସ କରିଥିଲେ । କିନ୍ତୁ ଯୁବକ ମାନେ କାହାରି କଥା ନଶୁଣି ମନୋଜକୁ ପ୍ରବଳ ମାଡ଼ ମାରିଥିଲେ । ଏହାପରେ ଅଫିସରୁ ଘୋଷାଡି ଘୋଷାଡି ନେଇଯାଇଥିଲେ । ଏନେଇ ଅଇଁଠାପାଲି ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା । ତେବେ କାହିଁକି ଅଚାନକ୍ ପଞ୍ଜାବୀ ଯୁବକ ମାନେ ମନୋଜଙ୍କୁ ଆକ୍ରମଣ କଲେ ଏବଂ ଗାଡିରେ ନେଇ ପଳାଇଲେ, ତାହା ଜଣାପଡିନାହିଁ ।
ସମ୍ବଲପୁରରେ ଫିଲ୍ମ ଷ୍ଟାଇଲରେ ବ୍ୟବସାୟୀଙ୍କୁ ଅପହରଣ ମାମଲା, ୪ ଅଭିଯୁକ୍ତ ଗିରଫ
ଗତ ରାତିରେ ଟ୍ରାନ୍ସପୋର୍ଟ ବ୍ୟବସାୟୀ ମନୋଜ ବହିଦାର ତାଙ୍କର ଅଇଁଠାପାଲି ସ୍ଥିତ କାର୍ଯ୍ୟାଳୟରେ ବସିଥିଲେ। ଏହି ସମୟରେ ୫ ଜଣ ପଞ୍ଜାବୀ ଯୁବକ ମାରଣାସ୍ତ୍ର ଧରି ଅଚାନକ ତାଙ୍କର କାର୍ଯ୍ୟାଳୟକୁ ପ୍ରବେଶ କରି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । କାର୍ଯ୍ୟାଳୟରେ ଥିବା ୨ ଜଣ ମହିଳା କର୍ମଚାରୀ ମନୋଜଙ୍କୁ ବଞ୍ଚାଇବା ପାଇଁ ପ୍ରୟାସ କରିଥିଲେ ।
/kanak/media/media_files/2025/09/21/21-2025-09-21-19-54-48.jpg)