ଦୁର୍ନୀତିର ଗନ୍ତାଘର ରାୟଗଡ଼ା, ଇଣ୍ଡଷ୍ଟ୍ରିଆଲ ପାର୍କ ପରେ ଅମୃତ ସରୋବରରେ ବି ଦୁର୍ନୀତି

 ରାୟଗଡ଼ାର ଜେମାଦେଇପେଣ୍ଠ ଗାଁରେ ଅମୃତ ସରୋବର ଯୋଜନାରେ ଖୋଳାଯାଇଛି ପୋଖରୀ। କିଛିମାତ୍ରାରେ ପୋତି ହୋଇଗଲାଣି। ମଝିରେ ଲଳିତା ଓ ଚାରିପଟେ କପା ଚାଷ ହୋଇଛି। ପୋଖରୀ ନିକଟରେ ଫଳକ ଅଛି ହେଲେ ଅମୃତ ସରୋବର ପାଇଁ ଖର୍ଚ୍ଚ କେତେ? କେବେ ଖୋଳାଯାଇଛି? ସେ ଲେଖା ନାହିଁ। ଠିକ୍‌ ସେହିପରି ଠକେଇର ଶିକାର କେରେଡ଼ା ପଞ୍ଚାୟତରେ ଥିବା ଅମୃତ ସରୋବର । 

rayagada

କନକ ବ୍ୟୁରୋ : ପୂର୍ବରୁ ଆମେ ଜଣାଇଥିଲୁ ରାୟଗଡ଼ା ଜିଲ୍ଲାର ଗ୍ରାମୀଣ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ନିର୍ମାଣାଧୀନ ଇଣ୍ଡଷ୍ଟ୍ରିଆଲ୍‌ ପାର୍କରେ ଦୁର୍ନୀତିର କଥା। ଆଜି ଜଣାଇବୁ ସେହି ମହିଳା ଗୋଷ୍ଠୀଙ୍କ ପାଇଁ ଉଦ୍ଦିଷ୍ଟ ଅମୃତ ସରୋବର ଯୋଜନାରେ ଦୁର୍ନୀତିର କଥା। ପାଣି ପରି ଖର୍ଚ୍ଚ ହେଉଛି ଟଙ୍କା। କିନ୍ତୁ ଲକ୍ଷ୍ୟ ପୂରଣ ହୋଇପାରୁନି। ରାଧେ ରାଧେ ତମର ଅଧେକୁ ଆମର ଅଧେ ନ୍ୟାୟରେ ଚାଲିଛି ପ୍ରକଳ୍ପ। ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚରେ ପୋଖରୀର ସୌନ୍ଦର୍ଯ୍ୟୀକରଣ  ପାଇଁ ଆଲୋକୀକରଣ, ପଥର ପ୍ୟାକିଂ ସହ ଶୌଚାଳୟ କରାଯାଇଥିବା କୁହାଯାଉଛି, କିନ୍ତୁ ବାସ୍ତବରେ ତାହା ଦେଖିବାକୁ ମିଳୁନି। ଖାଲି ଯାହା ପୋଖରୀ ଚାରିପଟେ ଅନାବନା ଗଛ ଦୁର୍ନୀତିର ଗୁଣଗାନ କରୁଛି ।

ଅଧିକ ପଢ଼ନ୍ତୁ : ରାୟଗଡ଼ା ଜିଲ୍ଲାରେ ଏସଡିସି ଅନୁଦାନ ଅତ୍ମସାତ ଅଭିଯୋଗ, ବିନା ଟେଣ୍ଡରରେ କିଣାଯାଇଛି କ୍ରୀଡ଼ା ସାମଗ୍ରୀ

 ରାୟଗଡ଼ାର ଜେମାଦେଇପେଣ୍ଠ ଗାଁରେ ଅମୃତ ସରୋବର ଯୋଜନାରେ ଖୋଳାଯାଇଛି ପୋଖରୀ। କିଛିମାତ୍ରାରେ ପୋତି ହୋଇଗଲାଣି। ମଝିରେ ଲଳିତା ଓ ଚାରିପଟେ କପା ଚାଷ ହୋଇଛି। ପୋଖରୀ ନିକଟରେ ଫଳକ ଅଛି ହେଲେ ଅମୃତ ସରୋବର ପାଇଁ ଖର୍ଚ୍ଚ କେତେ? କେବେ ଖୋଳାଯାଇଛି? ସେ ଲେଖା ନାହିଁ। ଠିକ୍‌ ସେହିପରି ଠକେଇର ଶିକାର କେରେଡ଼ା ପଞ୍ଚାୟତରେ ଥିବା ଅମୃତ ସରୋବର । 

ଅଧିକ ପଢ଼ନ୍ତୁ : ବଜାର ଖୋଜୁଛି ରାୟଗଡ଼ା ଆତ, ସ୍ଥାନୀୟ ଅଞ୍ଚଳରେ ବଜାର ବ୍ୟବସ୍ଥା ନଥିବାରୁ ରାଜପଥ କଡ଼ରେ ଚାଲିଛି ବେପାର

ଏସଏଚଜି ମହିଳା ମାଛ ଚାଷ କରି ସ୍ୱାବଲମ୍ବି ହେବେ ବୋଲି ୪ ବର୍ଷ ତଳେ ଖୋଳାଯାଇଛି ପୋଖରୀ। ହେଲେ ଦୀର୍ଘ ବର୍ଷ ଧରି ମହିଳା ଗୋଷ୍ଠୀଙ୍କୁ ହସ୍ତାନ୍ତର କରାଯାଇନଥିବାରୁ ବର୍ତ୍ତମାନ  ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ପୋଖରୀ ଯୋଜନାରେ କୋଟିକୋଟି ଟଙ୍କା ହେରଫେର୍‌ ଅଭିଯୋଗ ହୋଇଛି।

ଅଧିକ ପଢ଼ନ୍ତୁ : ରାୟଗଡ଼ାରେ ଉପହାସ ପାଲଟିଛି ସ୍ବାସ୍ଥ୍ୟସେବା ; ରୋଗଠୁ ଅଧିକ ଯନ୍ତ୍ରଣା ଦେଉଛି ଅବ୍ୟବସ୍ଥା

ରାୟଗଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ  ତରଫରୁ ଅମୃତ ସରୋବର ଯୋଜନା ଅଧିନରେ ପ୍ରତି ପଞ୍ଚାୟତରେ ୩ଟି ଲେଖାଏଁ ପୋଖରୀ ଖୋଳିବା ଲକ୍ଷ୍ୟ ଥିଲା। ରାୟଗଡ଼ା ବ୍ଲକରେ ୨୮ଟି ପଞ୍ଚାୟତ ରହିଛି। ଏଠାରେ ୨୦୨୨-୨୩ ଆର୍ଥିକ ବର୍ଷରେ ମାତ୍ର ୭ଟି ପୋଖରୀ ଖୋଳାଗଲା । ଗୋଟିଏ ପୋଖରୀ ଖୋଳାରେ ମନରେଗା ଯୋଜନାରେ ଖର୍ଚ୍ଚ ୧୦ ଲକ୍ଷ । ଏବଂ ଏହାର ଆଲୋକୀକରଣ, ପଥର ପ୍ୟାକିଂ ଏବଂ ଶୌଚାଳୟ ପାଇଁ କେନ୍ଦ୍ର ଓ ରାଜ୍ୟ ଅର୍ଥ କମିଶନ, ଗ୍ରାମ ପଞ୍ଚାୟତ ଓ କେବିକେ ପାଣ୍ଠିରୁ ଅଧିକ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଅର୍ଥାତ୍ ଗୋଟିଏ ପୋଖରୀ ପାଇଁ ପ୍ରାୟ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । କିନ୍ତୁ ବାସ୍ତବ ଚିତ୍ର ଭିନ୍ନ କିଛି କହୁଛି। ଦୁର୍ନୀତି ଜଳଜଳ ହୋଇ ଦେଖାଯାଉଛି। 

ଅଧିକ ପଢ଼ନ୍ତୁ : ବାଲି ଚୋରାଚାଲାଣ ରୋକିବାକୁ କାମ ଦେଉନି ସରକାରଙ୍କ ନିର୍ଦ୍ଦେଶ; ବେଆଇନ ଭାବେ ପଶ୍ଚିମବଙ୍ଗକୁ ଯାଉଛି ବାଲି

 ଅମୃତ ସରୋବରକୁ ୪ଟି ଭାଗରେ ବିଭକ୍ତ କରାଯାଇଛି। ଚଳିତ ବର୍ଷ ୭୧ଟି ପୋଖରୀ ଖୋଳିବାକୁ ଆକ୍ସନ୍‌ ପ୍ଲାନ ପ୍ରସ୍ତୁତ ହୋଇଛି। ୨୮ଟି ପାଇଁ ପ୍ରସ୍ତାବ ଦିଆଯାଇଛି, ୬ଟିର କାମ ଚାଲିଥିବା ପ୍ରାଶାସନିକ ବାବୁ କହିଛନ୍ତି।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe