ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ନଥାଇ ଚାଲିଥିଲା ପୁରୀ ବିମାନବନ୍ଦର କାମ, ଏନଜିଟି ଆଗରେ ଭୁଲ ସ୍ୱୀକାର କଲା ଜଙ୍ଗଲ ବିଭାଗ

ପୁରୀରେ ଶ୍ରୀ ଜଗନ୍ନାଥ ବିମାନବନ୍ଦର ନିର୍ମାଣ ପାଇଁ ରାଜ୍ୟ ସରକାର ରାତି ଦିନ ଏକ କରିଦେଇଛନ୍ତି । ହଜାର ହଜାର ଗଛ କାଟି ରାସ୍ତା ନିର୍ମାଣ କଲେ,୧୩ କିଲୋମିଟର ଲମ୍ୱା ପାଚେରୀ ବି ହେଲା। କିନ୍ତୁ ଖୋଦ ରାଜ୍ୟ ସରକାର ସରକାରୀ ନିୟମକୁ ଉଲ୍ଲଂଘନ କରିଥିବା ପ୍ରମାଣ ମିଳିଛି । ସରକାରଙ୍କ ଏହି ସତ୍ୟପାଠ ଉପରେ ଟିକେ ନଜର ପକାନ୍ତୁ।

puri

କନକ ବ୍ୟୁରୋ : ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ନଥାଇ ଆଗେଇଥିଲା ପୁରୀ ବିମାନ ବନ୍ଦର କାମ। ଗଛ କଟା ହେଲା , ରାସ୍ତା ଓ ପାଚେରୀ ବି ନିର୍ମାଣ ହେଲା । କେନ୍ଦ୍ରୀୟ ଦଳ ଆସି ସ୍ଥିତି ବି ପରଖିଲେ । କିନ୍ତୁ ଏନଜିଟି ଆଗରେ ନିଜ ଭୁଲ ସ୍ୱୀକାର କରିଛି ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ। ଏବେ ବନ୍ଦ ହେଲା ନିର୍ମାଣ କାମ। 

ଅଧିକ ପଢ଼ନ୍ତୁ-ଚିନ୍ତା ବଢ଼ାଉଛି ପୁରୀ ବଳିଆପଣ୍ଡା ଡମ୍ପିଂୟାର୍ଡ, ଅସ୍ୱାସ୍ଥ୍ୟକର ପରିବେଶରେ ଲୋକେ ଅଣନିଃଶ୍ୱାସୀ

ପୁରୀରେ ଶ୍ରୀ ଜଗନ୍ନାଥ ବିମାନବନ୍ଦର ନିର୍ମାଣ ପାଇଁ ରାଜ୍ୟ ସରକାର ରାତି ଦିନ ଏକ କରିଦେଇଛନ୍ତି । ହଜାର ହଜାର ଗଛ କାଟି ରାସ୍ତା ନିର୍ମାଣ କଲେ,୧୩ କିଲୋମିଟର ଲମ୍ୱା ପାଚେରୀ ବି ହେଲା। କିନ୍ତୁ ଖୋଦ ରାଜ୍ୟ ସରକାର ସରକାରୀ ନିୟମକୁ ଉଲ୍ଲଂଘନ କରିଥିବା ପ୍ରମାଣ ମିଳିଛି । ସରକାରଙ୍କ ଏହି ସତ୍ୟପାଠ ଉପରେ ଟିକେ ନଜର ପକାନ୍ତୁ। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ କୌଣସି ମଞ୍ଜୁରୀ ମିଳିଥିବା ସ୍ୱୀକାର କରିଛି ଜଙ୍ଗଲ ବିଭାଗ। ବେଆଇନ ଭାବେ ବିମାନବନ୍ଦର ନିର୍ମାଣ ଚାଲିଥିବାନେଇ ଏନଜିଟିରେ ଏନେଇ ମାମଲା ହୋଇଥିଲା।  ଶୁଣାଣି ସମୟରେ ସରକାରୀ ବାବୁ ସ୍ୱୀକାର କରିଛନ୍ତି ଯେ, ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ମିଳିନାହିଁ । ପରିବେଶ ପୋର୍ଟାଲରେ ଆବେନ କରିଥିଲେ ବି ଏଯାବତ ମଞ୍ଜୁରୀ ମିଳିନଥିବା ସତ୍ୟପାଠ ଦାଖଲ କରିଛନ୍ତି ପୁରୀ ଡିଏଫଓ । ମଞ୍ଜୁରୀ ନମିଳିବା ଯାଏ କୌଣସି କାମ କରାଯିବ ନାହିଁ ବୋଲି ଏନଜିଟିର ଶୁଣାଣି ବେଳେ ଲିଖିତ ଭାବେ ଜଣାଇଛନ୍ତି ।

ଅଧିକ ପଢ଼ନ୍ତୁ-ସାମୁଦ୍ରିକ ଆକ୍ୱାରିଅମ୍ ପାଇଁ ଆଶା ଉଜ୍ଜୀବିତ, ପୁରୀରେ ଅଣ୍ଡର ୱାଟର ଜୁ' ଦେଖିବେ ପର୍ଯ୍ୟଟକ

ଶୁଣାଣି ସମୟରେ ଜଙ୍ଗଲ ବିଭାଗର ଅଧିକାରୀ କହିଛନ୍ତି ଯେ, ପ୍ରକଳ୍ପ ଭିତରେ ମାତ୍ର ୨୩ ହେକ୍ଟରର ଜଙ୍ଗଲ ଜମି ରହିଛି। ଏହାର ପରିଧିରେ ଥିବା ପାଚେରୀ ଭଙ୍ଗାଯାଇଛି। ଏହି କଥାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପରିବେଶବିତ। ମାତ୍ର କିଛି ଅଞ୍ଚଳକୁ ଜଙ୍ଗଲ ଜମି କହି ଦୋଷମୁକ୍ତ ହେବାକୁ ରାଜ୍ୟ ସରକାର ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି।  ଜମି ମାଫିଆଙ୍କୁ ଲାଭବାନ କରାଇବା ପାଇଁ ରାଜ୍ୟ ସରକାରଙ୍କ କିଛି ମୁଷ୍ଟିମେୟ ଲୋକ ବିମାନବନ୍ଦରର ମିଛ ସ୍ୱପ୍ନ ଦେଖାଉଥିବା କହିଛନ୍ତି ଗବେଷକ ।

ଅଧିକ ପଢ଼ନ୍ତୁ-ଓଡ଼ିଶା ବାସ୍ତୁକଳାରେ ଝଟକିବ ଶ୍ରୀକ୍ଷେତ୍ର ପୁରୀ, ଐତିହ୍ୟ, କିର୍ତ୍ତୀରାଜିର ସୁରକ୍ଷା ସହ ସହରକୁ କରାଯିବ ବିଶ୍ବସ୍ତରୀୟ

ସ୍ଥାନୀୟ ଅଞ୍ଚଳରେ ଅଲିଭ ରିଡଲେ କଇଁଛ ଭଲ ଅଣ୍ଡାଦାନ କରୁଥିବା ଜଙ୍ଗଲ ବିଭାଗର ତଥ୍ୟ କହୁଛି । କିନ୍ତୁ ବିମାନବନ୍ଦର ହେଲେ ଏହା ଉପରେ ପ୍ରବଳ ପ୍ରଭାବ ପଡିବ ବୋଲି ଆଶଙ୍କା କରିଛନ୍ତି ପରିବେଶବିତ୍। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe