କନକ ବ୍ୟୁରୋ: ପୁରୀରେ ବିଶ୍ବସ୍ତରୀୟ ସାମୁଦ୍ରିକ ଆକ୍ୱାରିଅମ୍ ପାଇଁ ଆଶା ଉଜ୍ଜୀବିତ ହୋଇଛି । ପର୍ଯ୍ୟଟନର ବିକାଶ ପାଇଁ ୧୨ ବର୍ଷ ତଳର ଅଧୁରା ସ୍ବପ୍ନକୁ ପୂରା କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର ।
                  
ଦୁବାଇ ଭଳି ପୁରୀରେ ହେବ ୱାର୍ଲ୍ଡ କ୍ଲାସ୍ ମେରାଇନ୍ ଆକ୍ବାରିଅମ୍ ଏବଂ ଅଣ୍ଡର ୱାଟର ଜୁ' । ପର୍ଯ୍ୟଟନକୁ ମଜଭୁତ କରିବାକୁ ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଉନ୍ନୟନ ବିଭାଗ ପକ୍ଷରୁ ଘରୋଇ ଭାଗିଦାରିତାରେ ଏହି ପ୍ରକଳ୍ପ କରାଯିବ । ପୁରୀ ବେଳାଭୂମି ନିକଟରେ ପ୍ରାୟ ୨୫ ଏକର ଜମିରେ ହେବ ପ୍ରକଳ୍ପ । 
 
୨୦୧୩ରେ ପୁରୀରେ ଆକ୍ବାରିୟମ କରିବାକୁ ଯୋଜନା କରିଥିଲେ ତତ୍‌କାଳୀନ ସରକାର । ଜମି ଚିହ୍ନଟ ହୋଇନପାରିବାରୁ ଅଟକିରହିଥିଲା ପ୍ରକଳ୍ପ କାମ । ଏବେ ପ୍ରକଳ୍ପ କାମ ଆଗେଇ ନେବାକୁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ନୂଆ ସ୍ଥାନରେ ପୂର୍ବଠାରୁ ୧୦ ଗୁଣା ଅଧିକ ଜାଗାରେ ହେବ ପ୍ରକଳ୍ପ । ଏଭଳି ହେଲେ ଶ୍ରୀକ୍ଷେତ୍ରରେ ପର୍ଯ୍ୟଟନ ଭିତ୍ତିଭୂମିରେ ଯୋଡ଼ି ହେବ ନୂଆ ଫର୍ଦ୍ଦ । ପୂର୍ବ ସରକାର ଫେଲ୍‌ ମାରିଥିଲେ । ଏବେର ସରକାର ପ୍ରକଳ୍ପ କାମ ସାରିବାକୁ କେତେଦୂର ଯତ୍ନବାନ ହେଉଛନ୍ତି ତାହା ଦେଖିବାର କଥା ।

Advertisment