ପୁଲିସ ଏସଆଇ କେଳେଙ୍କାରୀକୁ ନେଇ ତନାଘନା, କଟକରେ ବସିଥିବା ଏସଆଇଟି ବୈଠକରେ ଆଲୋଚନା କଲେ ଉପାଧ୍ୟକ୍ଷ ଅରିଜିତ୍ ପଶାୟତ

କଳାଧନ ସମ୍ପର୍କିତ ଏସଆଇଟି ବୈଠକରେ ଏସଆଇ କେଳେଙ୍କାରୀ ପ୍ରସଙ୍ଗରେ ହୋଇଛି ଆଲୋଚନା। ଏହି ହାଇପ୍ରୋଫାଇଲ ମାମଲାରେ କାହାର ରହିଛି ସମ୍ପୃକ୍ତି? ହଜାରେ କୋଟି ଅନିୟମିତତା ପଛର ସତ କ’ଣ? କେତେ ଟଙ୍କାର ହୋଇଛି ବେଆଇନ ଅର୍ଥ କାରବାର? ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏପରି ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି। ଏସଆଇ ଅନୟମିତତା ମାମଲାକୁ ଗୁରୁତର ସହ ନେଇଛନ୍ତି ଏସ୍‌ଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପଶାୟତ ।

sit

କନକ ବ୍ୟୁରୋ : ଏସଆଇଟି ବୈଠକରେ ଉଠିଛି ଏସଆଇ କେଳେଙ୍କାରୀ ମାମଲା। ଘଟଣାକୁ ଗୁରୁତର ସହ ନେଇଛନ୍ତି ଏସଆଇଟି ଉପାଧ୍ୟକ୍ଷ ଅରିଜିତ ପଶାୟତ। ବୈଠକରେ ଓଡିଶା ପୋଲିସର ବରିଷ୍ଠ ଅଧିକାରୀଙ୍କ ସମେତ ଇଡି ଓ କ୍ରାଇମବ୍ରାଞ୍ଚ ଅଧିକାରୀ ଯୋଗଦେଇଥିଲେ। ସେପଟେ ମାମଲାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ମିଛଧରା ପାଇଁ କୋର୍ଟରେ ଆବେଦନ କରିବ କ୍ରାଇମ୍‌ବ୍ରାଞ୍ଚ । 

କଳାଧନ ସମ୍ପର୍କିତ ଏସଆଇଟି ବୈଠକରେ ଏସଆଇ କେଳେଙ୍କାରୀ ପ୍ରସଙ୍ଗରେ ହୋଇଛି ଆଲୋଚନା। ଏହି ହାଇପ୍ରୋଫାଇଲ ମାମଲାରେ କାହାର ରହିଛି ସମ୍ପୃକ୍ତି? ହଜାରେ କୋଟି ଅନିୟମିତତା ପଛର ସତ କ’ଣ? କେତେ ଟଙ୍କାର ହୋଇଛି ବେଆଇନ ଅର୍ଥ କାରବାର? ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏପରି ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି। ଏସଆଇ ଅନୟମିତତା ମାମଲାକୁ ଗୁରୁତର ସହ ନେଇଛନ୍ତି ଏସ୍‌ଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପଶାୟତ ।

ଭୁବନେଶ୍ୱର ୪ ନମ୍ବର ମାଛ ମାର୍କେଟରେ ଉଚ୍ଛେଦ ପରେ ବି ଜମିଲା ଛାଡ଼ଖାଇ ବେପାର, ସ୍ଥାୟୀ ସମାଧାନ ଉପରେ ବିଏମସିର ନଜର

ସେପଟେ ଏସ୍‌ଆଇ କେଳେଙ୍କାରୀ ମାମଲାର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟିର ହେବ ମିଛଧରା ପରୀକ୍ଷା। ସେ ତଦନ୍ତରେ ସହଯୋଗ କରୁନଥିବାବେଳେ କ୍ରାଇମବ୍ରାଞ୍ଚ ଟିମକୁ ସନ୍ତୋଷଜନକ ଉତ୍ତର ଦେଉନାହିଁ।  ତେଣୁ ମିଛଧରା ପରୀକ୍ଷା କରିବା ପାଇଁ କୋର୍ଟରେ ଆବେଦନ କରାଯିବ। ଗିରଫ ହୋଇ ଓଡ଼ିଶା ଆସିବା ଦିନ ହଜାରେ କୋଟି ସ୍କାମର  ଖୁଲାସା କରିବାକୁ ନେଇ ଦେଇଥିଲା ଚାଞ୍ଚଲ୍ୟକର ବୟାନ। ବହୁ ହାଇ ପ୍ରୋଫାଇଲ୍ ଲୋକଙ୍କ ମୁଖା ଖୋଲିବ ବୋଲି କହିଥିଲା।  

କୁହୁଡ଼ିର କଜଳ ପିନ୍ଧି ଅଳସ ଭାଙ୍ଗିଲା କୋରାପୁଟ...

ମାମଲାରେ ଶଙ୍କର ସମେତ ୬ ଜଣଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରାଯାଇଛି। ଏହା ସହ ଦୀଘା, ବିଜୟନଗରମ୍ ପରେ ଛତିଶଗଡ଼ ମଡେଲ ମଧ୍ୟ ସାମ୍ନାକୁ ଆସିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe