କନକ ବ୍ୟୁରୋ : ସପ୍ତାହେ ପୂର୍ବରୁ ଭୁବନେଶ୍ବର ୪ ନମ୍ବର ମାଛ ମାର୍କେଟ ନିକଟରେ ରାସ୍ତା କଡ଼ରୁ ଦୋକାନ ଉଚ୍ଛେଦ କରିଥିଲା ବିଏମସି । ସମସ୍ତେ ଭାବୁଥିଲେ ଏଥର ଛାଡ଼ଖାଇ ଫିକା ପଡ଼ିବ । ମାତ୍ର ଆଜି ଭଙ୍ଗା ମାର୍କେଟରେ ବି ଜମିଛି ବ୍ୟବସାୟ। ବିଏମସି ମେୟର ସୁଲୋଚନା ଦାସ ନିଜେ ଆମିଷ ବଜାର ପରିଦର୍ଶନ କରି ବ୍ୟବସାୟୀଙ୍କ ସହ ଆଲୋଚନା କରିଛନ୍ତି । ଆବଶ୍ୟକତା ଅନୁଯାୟୀ ଆଉ ୬ଟି ଦୋକାନ ଘର କରାଯିବ ଏବଂ କିଛି ଦୋକାନର ମରାମତି ପରେ ବ୍ୟବସାୟୀଙ୍କୁ ଆବଣ୍ଟନ କରାଯିବ ବୋଲି ମେୟର କହିଛନ୍ତି ।

Advertisment

ନୂଆ ଦିଗରେ ଭାରତ-ତାଲିବାନ ସମ୍ପର୍କ ; କାବୁଲରେ ଖୋଲିବ ହିନ୍ଦୁ-ଆଫଗାନ୍ ରିସର୍ଚ୍ଚ ସେଣ୍ଟର

ଏପଟେ ଆମିଷ ବ୍ୟବସାୟୀ ସଂଘର ସଭାପତି କହିଛନ୍ତି, ଲୋକେ ମାଂସ କଟା ହେଉଥିବା ନଦେଖିଲେ ସାଧାରଣତଃ ମଟନ କିଣିନଥାନ୍ତି । ତେଣୁ ବାହାରେ ମାଂସ କାଟୁଥିବା ବ୍ୟବସାୟୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ସହ ମାଛ ବଜାରକୁ ଭିତରକୁ ନେଲେ ଏ ମାର୍କେଟ୍ ବି ବ୍ୟବସ୍ଥିତ ହୋଇପାରିବ ବୋଲି ସେ କହିଛନ୍ତି । 

ଜରାଜୀର୍ଣ୍ଣ ବାରିପଦା ବସ୍‌ଷ୍ଟାଣ୍ଡ; ୪୮ ବର୍ଷ ହେଲାଣି ଖୋଜୁଛି ମରାମତି

 ଗୋଟିଏ ପଟେ ପାଣ୍ଡରାଠାରେ ଏକ ବିରାଟ ମାଛ ମାର୍କେଟ ହେଉଥିବା ବେଳେ, ଚାରି ନମ୍ବର ଆମିଷ ବଜାରକୁ କେତେ ପ୍ରାଧାନ୍ୟ ମିଳୁଛି ତାହା ଦେଖିବାର କଥା।