କନକ ବ୍ୟୁରୋ: ଟ୍ରାଫିକ୍‌ ନିୟମକୁ କଡ଼ାକଡ଼ି କରାଯାଉଛି । ଛକ ଛକରେ ବ୍ଲକିଂ ଓ ଚେକିଂ କରାଯାଉଛି । ଉଦ୍ଦେଶ୍ୟ ରହିଛି, କେମିତି ଦୁର୍ଘଟଣା କମିବ, କେମିତି ଲୋକମାନେ ସୁରକ୍ଷିତ ଯାତ୍ରା କରିପାରିବେ । ହେଲେ ଏବେ ମଧ୍ୟପ୍ରଦେଶର ଅଗର ମାଲୱା ଜିଲ୍ଲାରୁ ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ଖାଲି ଚର୍ଚ୍ଚା ହେଉଛି ତାହା ନୁହେଁ ବରଂ ଭିଡ଼ିଓ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି । ସୋସିଆଲ ମିଡିଆରେ ଜନତା କମେଣ୍ଟ ଦେଉଛନ୍ତି କି, କେବଳ ଏଇମାନଙ୍କ ଲାଗି ଦୁର୍ଘଟଣା ବଢିବାରେ ଲାଗିଛି । ତୁରନ୍ତ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ।

Advertisment

ଅଟୋରେ ଏତେ ଜଣ ବସିଲେ କେମିତି ?

ଅଟୋ । ଥରେ ଚିନ୍ତା କଲେ କେତେ ଜଣ ଯାତ୍ରା କରିପାରିବେ । ଆଗ ପଛ ମିଶାଇକି ଅତି ବେଶୀରେ ୪ ରୁ ୫ ଜଣ ବସିବେ । କିନ୍ତୁ ସେହି ଅଟୋରେ ଯଦି ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଯାତ୍ରା କରୁଥିବାର ଖବର ସାମ୍ନାକୁ ଆସେ ତାହାଲେ କରିବେ କଣ ?  ଘଟଣାଟି ଥିଲା କିଛି ଏମିତି । ମଧ୍ୟପ୍ରଦେଶର ଅଗର ମାଲୱାରୁ ଆସିଥିବା ଚିତ୍ରରେ ଦେଖିବାକୁ ମିଳୁଛି କି, ରାସ୍ତାରେ ଯାଉଥିବା ଅଟୋକୁ ହଠାତ୍‌ ପୋଲିସ ଅଟକାଉଛି । ଆଉ ଜଣଙ୍କ ପରେ ଜଣେ କରି ବାହାରିବା ପରେ ମୋଟ୍‌ ୧୫ ଜଣ ଯାତ୍ରୀ ଅଟୋରେ ବସିଥିବା ଦେଖିବାକୁ ମିଳିଛି । କିନ୍ତୁ ଏତେ ଛୋଟ ଗାଡ଼ିରେ ଏତେ ଲୋକ କେମିତି ବସି ଯାତ୍ରା କଲେ ତାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ଦୃଶ୍ୟ ଦେଖିବା ପରେ ପୋଲିସ ବି ତାଜୁବ । 

ତାଜୁବ ହେଲା ପୋଲିସ

କଥାହେଲା ପୋଲିସ ଏମିତି ବିଷମସ୍ଥିତିକୁ ଦେଖି ସମସ୍ତଙ୍କୁ ଗାଡ଼ିରୁ ଓହ୍ଲାଇ ଦେଇଥିଲା । ପରେ ପରେ ଡ୍ରାଇଭରଙ୍କୁ ପଚରାଯାଇଥିଲା କାହିଁକି ଏମିତି ବିପଦସଂକୁଳ ଯାତ୍ରା କରୁଛନ୍ତି । ହେଲେ ଡ୍ରାଇଭର ଏନେଇ କୌଣସି ପ୍ରତିକ୍ରିୟା ଦେଇନଥିଲେ । ବରଂ କହିଥିଲେ, ୫ ଜାଗାରେ ୧୫ ବସିଗଲେ । କିନ୍ତୁ ସେ ପୁରାପୁରି ଭାବରେ ଭୁଲିଯାଇଥିଲେ କି, ଏହା ଆଇନ ବିରୁଦ୍ଧ । ପୁରା ଘଟଣାରେ ଅଟୋ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ମାମଲା ବି ରୁଜୁ କରିଛି ପୋଲିସ । 

ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ହେଲା ଦାବି

ଦର୍ଶକବନ୍ଧୁ ଆପଣ ଅନେକ ସମୟରେ ଦେଖିଥିଲେ ଓଭର ଲୋଡ଼ିଂ ଲାଗି ପୁରା ଦେଶରେ ଦୁର୍ଘଟଣା ବଢିବାରେ ଲାଗିଛି । କିନ୍ତୁ ଏହାପରେ ବି ଲୋକ ସଚେତନ ହେଉନାହାନ୍ତି । ଟଙ୍କା ଲୋଭରେ ମନଇଚ୍ଛା ଯାତ୍ରୀ ପରିବହନ କରୁଛନ୍ତି । ତେଣୁ ଏମିତି ବ୍ୟକ୍ତିଙ୍କ ବିରୋଧରେ କଡ଼ା ଆକ୍ସନ ନେବାକୁ ସାଧାରଣରେ ଦାବି ହେଉଛି। ସେପଟେ ପୋଲିସ କହିଛି ଆଗାମୀ ଦିନରେ ଏନେଇ ଚେକିଂକୁ ଆହୁରି କଡ଼ାକଡ଼ି କରାଯିବ ।