କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ତାରିଖ ପାଖେଇ  ଆସୁଥିବାରୁ ରାଜନୈତିକ ତାପମାତ୍ରା  ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏନ୍‌ଡିଏ ପାଇଁ ପ୍ରଚାର କରୁଛନ୍ତି । ଆରାରେ ବିରୋଧୀଙ୍କୁ ତୀବ୍ର ସମାଲୋଚନା କରି ବିହାରରେ ଜଙ୍ଗଲରାଜ ନ ଫେରିବା କଥା ଉଠାଇଛନ୍ତି । ଏଥିସହିତ କଂଗ୍ରେସ ଓ ଆରଜେଡି ଉପରେ ବର୍ଷିଛନ୍ତି ମୋଦୀ । ଆଜି ମୋଦୀଙ୍କ ମାରାଥନ କାର୍ଯ୍ୟକ୍ରମ ରହିଛି , ଏହି ସଭା ପରେ ବିହାରର ନୱାଡ଼ାରେ ନିର୍ବାଚନୀ ରାଲିରେ ଯୋଗଦେବା ସହିତ ପାଟନାରେ ମେଗା ରୋଡସୋ' କରିବେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଆଜି ବିହାରରେ  ପ୍ରଚାର କରୁଛନ୍ତି । 

Advertisment

ଶାସକ ଏନଡିଏ ବିହାରରେ ନୀତୀଶ କୁମାରଙ୍କ ୨୦ ବର୍ଷର ଶାସନ ଏବଂ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାରର ୧୧ ବର୍ଷର ଶାସନ ଉପରେ ନିର୍ଭର କରି ପୁନଃନିର୍ବାଚନ ଲଢୁଛି । ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏ ଏହାର ନିର୍ବାଚନୀ ଇସ୍ତାହାର 'ସଙ୍କଳ୍ପ ପତ୍ର' ପ୍ରକାଶ କରିସାରିଛି । ସେପଟେ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ମଧ୍ୟ ଆଜି ଅନେକ ରାଲିରେ ଯୋଗଦେବେ । 

ଅଧିକ ପଢ଼ନ୍ତୁ--ଏନଡିଏର ସଙ୍କଳ୍ପ ପତ୍ର : ୧ କୋଟି ଚାକିରି, ୧ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ପ୍ରତିଶ୍ରୁତି

ସେପଟେ ଗତକାଲି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିହାରରେ ପ୍ରଚାର କରି  ଏନ୍‌ଡିଏ ସରକାରକୁ ଗାଦିଚ୍ୟୁତ କରିବା ପାଇଁ  ଲୋକଙ୍କୁ ଆହ୍ବାନ ଦେଇଥିଲେ । ବିହାରରେ ଦୁଇ ପର୍ଯ୍ୟାୟରେ ନଭେମ୍ବର ୬ ଓ ୧୧ ତାରିଖରେ ଭୋଟଗ୍ରହଣ ଓ ନଭେମ୍ବର ୧୪ ତାରିଖରେ ଗଣତି ସହ ଫଳାଫଳ ଘୋଷଣଆ କରାଯିବ ।