କନକ ବ୍ୟୁରୋ : ବିହାରରେ ଜୋର୍ ଧରିଛି ପ୍ରଚାର । ଏନଡିଏ ଓ ମହାଗଠବନ୍ଧନର ତୁଙ୍ଗ ନେତାମାନେ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୁଜାଫରପୁର ଓ ଛପରାରେ ପ୍ରଚାର କରିଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲଗାତାରା ଦ୍ୱିତୀୟ ଦିନରେ ମହାଗଠବନ୍ଧନ ପାଇଁ ପ୍ରଚାର କରିଛନ୍ତି ।
ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ମଝିରେ ଆଉ ମାତ୍ର ଆଉ ୪ଦିନ ବାକି । ଏଥିପାଇଁ ସବୁ ଦଳର ନେତା ଜି-ଜାନ୍ ଲଗାଇଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୁଜାଫରପୁର ଓ ଛପରାରେ ପ୍ରଚାର କରି କଂଗ୍ରେସ ଓ ଆରଜେଡିକୁ କଡ଼ା ସମାଲୋଚନା କରିଥିଲେ । କଂଗ୍ରେସ ଓ ଆରଜେଡିର ପରିଚୟ ୫ ଶବ୍ଦରେ କହିଥିଲେ ମୋଦୀ । କଟା, କଟୁତା, କୁଶାସନ, କରପ୍ସନ ଓ କ୍ରୂରତା । ଏଥିପାଇଁ ବିହାରବାସୀ ଆଦି ସମାଲୋଚିତ । ଛଟ୍ ପାଳନ ନେଇ ବିହାରର ମହିଳା ନାଟକବାଜି କରୁଥିବା ଆରଜେଡି ଓ କଂଗ୍ରେସ ସମାଲୋଚନା କରୁଛନ୍ତି । କିନ୍ତୁ ଛଟକୁ ୟୁନେସ୍କୋ ତାଲିକାରେ ସାମିଲ ପାଇଁ ଏନଡିଏ ସରକାର ଉଦ୍ୟମ କରୁଥିବା ମୋଦୀ କହିଥିଲେ ।
ସେପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜିଲ୍ଲା ନାଳନ୍ଦାରେ ପ୍ରଚାର କରିଥିଲେ। ଶିକ୍ଷାକ୍ଷେତ୍ରରେ ନାଳନ୍ଦାର ପୂର୍ବ ଗୌରବ ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ ରାହୁଲ । ମହାଗଠବନ୍ଧନ ସରକାର ଗଢ଼ିଲେ ସବୁ କ୍ଷେତ୍ରରେ ବିହାର ବିକାଶ ହେବ: ରାହୁଲ କହି ଭୋଟ୍ ମାଗିଥିଲେ । ନଭେମ୍ବର ୨ ତାରିଖରେ ରାହୁଲ ଗାନ୍ଧୀ ପୁଣି ବିହାରରରେ ପ୍ରଚାର କରିବେ ।
ସେହିପରି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ପ୍ରମୁଖ ଏନଡିଏ ପାଇଁ ପ୍ରଚାର କରିଥିବା ବେଳେ ମହାଗଠବନ୍ଧନ ନେତାମାନେ ମଧ୍ୟ ପ୍ରଚାର କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/30/bihar-2025-10-30-20-56-38.jpg)