କନକ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନ ପାଇଁ ସଙ୍କଳ୍ପ ପତ୍ର ଜାରି କରିଛି ଏନଡିଏ । ବିରୋଧୀ ମେଣ୍ଟର ‘ତେଜସ୍ୱୀ ପ୍ରଣ’ ପରେ ଏନଡିଏ ଏବେ ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଛି । ଏହି ଇସ୍ତାହାରରେ ବିହାରରେ ୧  କୋଟି ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଛି ଏନଡିଏ । ଏହାସହ ୧ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛି ଏନଡିଏ ।

Advertisment

ଇ-କେୱାଇସି କରିନଥିଲେ କାଲିଠୁ ମିଳିବନି ରାସନ, ଆଜି ଇକେୱାଇସି ଅପ୍‌ଡେଟ୍ ର ଶେଷ ଦିନ

ଏନଡିଏର ଏହି ନିର୍ବାଚନୀ ଇସ୍ତାହାରରେ ଖାସ୍ କରି ମହିଳା, ଯୁବକ, ପଛୁଆ ବର୍ଗ, ଚାଷୀ ଏବଂ ବ୍ୟବସାୟୀଙ୍କୁ ଧ୍ୟାନ ରଖାଯାଇଛି । କେନ୍ଦ୍ରମନ୍ତ୍ରୀ ତଥା ରାଷ୍ଟ୍ରୀୟ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ନୀତିଶ କୁମାର, କେନ୍ଦ୍ରମନ୍ତ୍ରୀ ତଥା ହାମ୍ ନେତା ଜୀତନ ରାମ ମାଞ୍ଝୀ, ଚିରାଗ ପାସଓ୍ୱାନ, ଉପେନ୍ଦ୍ର କୁଶବାହାଙ୍କ ଭଳି ନେତା ମିଶି ଏହି ଏନଡିଏର ସଙ୍କଳ୍ପ ପତ୍ର ଜାରି କରିଛନ୍ତି ।

ଏନଡିଏର ସଙ୍କଳ୍ପ ପତ୍ର

  • ଏକ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାର ଲକ୍ଷ୍ୟ ରଖାଯାଇଛି
  • ବିହାରରେ ସଡ଼କ ନେଟୱାର୍କ ବିସ୍ତାର କରିବା ପାଇଁ ୭ଟି ଏକ୍ସପ୍ରେସ ୱେ ନିର୍ମାଣ କରାଯିବ
  • ପ୍ରତ୍ୟେକ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ସୁନିଶ୍ଚିତ କରାଯିବ
  • ପ୍ରତ୍ୟେକ ଜିଲ୍ଲାରେ ଶିଳ୍ପ ପାର୍କ ସ୍ଥାପନ କରିବାର ଯୋଜନା
  • ୧ କୋଟି ସରକାରୀ ଚାକିରି ଏବଂ ନିଯୁକ୍ତି ଯୋଗାଇବାକୁ ପ୍ରତିଶ୍ରୁତି
  • ଦରଭଙ୍ଗା ଏବଂ ପୂର୍ଣ୍ଣିଆରେ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ କରିବାର ଯୋଜନା
  • ବିହାରର ୪ଟି ସହରରେ ନୂତନ ମେଟ୍ରୋ ନିର୍ମାଣ କରାଯିବ
  • ଗରିବ ପରିବାରର ପିଲାଙ୍କୁ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଗାଇବା ପାଇଁ ପ୍ରତିଶ୍ରୁତି 

ମିଶିଯିବ ୪ଟି ବଡ଼ ବ୍ୟାଙ୍କ ! ଏହି ବ୍ୟାଙ୍କରେ ଆପଣଙ୍କ ଖାତା ଅଛି କି ?

ଏହାସହିତ ଏନଡିଏ ଇସ୍ତାହାରରେ "କର୍ପୂରୀ ଠାକୁର କିଷାନ ସମ୍ମାନ ନିଧି" ନାମକ ଏକ ଯୋଜନା ଆରମ୍ଭ କରିବାର ପ୍ରତିଶ୍ରୁତି ଦିଆଯାଇଛି, ଯାହା ଅଧୀନରେ କେନ୍ଦ୍ର ସରକାର ୬,୦୦୦ ଟଙ୍କା ଯୋଗାଇବେ। ଭାରତ ସରକାର ଏଥିପାଇଁ ପାଣ୍ଠି ଯୋଗାଇବେ। କିଷାନ ନିଧି ପାଇଁ କେନ୍ଦ୍ର ସରକାର ମଧ୍ୟ ୩,୦୦୦ ଟଙ୍କା ଯୋଗାଇବେ ।