ନିର୍ମାଣର ୧୩ ବର୍ଷ ପରେ ବି ଥରୁଟିଏ ଖୋଲିଲାନି, ବନ୍ଦ ବନ୍ଦରେ ଶେଷ ହେବାକୁ ଯାଉଛି ମହାକାଳପଡ଼ା ମା' ଦରିଆ ରାମଚଣ୍ଡୀଙ୍କ ପୀଠରେ ଥିବା ପାନ୍ଥ ନିବାସ

ପାନ୍ଥ ନିବାସଟିଏ ହେଲେ ରହିବେ ପର୍ଯ୍ୟଟକ । ସ୍ଥାନୀୟ ଅଞ୍ଚଳର ଲୋକେ ବିବାହ, ବ୍ରତଘର ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର  ଆୟୋଜନ କରିପାରିବେ। ଏଇ ଉଦେଶ୍ୟରେ ରାଜକୋଷରୁ ଖର୍ଚ୍ଚ ହେଲା ୬୧ ଲକ୍ଷ ଟଙ୍କା।  କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକର ମା' ଦରିଆ ରାମଚଣ୍ଡିଙ୍କ ପୀଠରେ ତିଆରି ହେଲା ପାନ୍ଥ ନିବାସ । ନିର୍ମାଣ କାର୍ଯ୍ୟ ସରିବାକୁ ୯ ବର୍ଷ ଲାଗିଲା । ୨୦୦୩ରୁ ଆରମ୍ଭ ହୋଇ ପ୍ରକଳ୍ପ ୨୦୧୨ରେ ସରିଲା । କିନ୍ତୁ କୋଠାଟି ହସ୍ତାନ୍ତର ହୋଇପାରିଲା ନାହିଁ

kendrapada

କନକ ବ୍ୟୁରୋ : ଭୂତକୋଠି ପାଲଟିଛି ପାନ୍ଥନିବାସ । ୬୧ ଲକ୍ଷ ଖର୍ଚ୍ଚ ହେଲା। କୋଠା ନିର୍ମାଣ ସରିଲା, ଉଦଘାଟନ ହେଲାନି କି  ତାଲା ଖୋଲିଲାନି । ଦିନଟିଏ ବି ବ୍ୟବହାର ହୋଇନାହିଁ । ମୁଖ୍ୟ ଫାଟକରେ ତାଲା ଝୁଲୁଥିବା ବେଳେ ଭିତର ସଂପୂର୍ଣ୍ଣ ଖୋଳ ହୋଇଗଲାଣି। ଘରସବୁ ଭାଙ୍ଗି ଗଲାଣି । ପାନ୍ଥ ନିବାସଟି ଏବେ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି ।

ଅଧିକ ପଢ଼ନ୍ତୁ :ମହାକାଳପଡ଼ା ଜଙ୍ଗଲଘେରି ଗାଁକୁ ହେବ ରାସ୍ତା; କନକ ନ୍ୟୁଜ୍‌ରେ ଆଲୋଚନା ବେଳେ ପ୍ରତିଶ୍ରୁତି ଦେଲେ ବିଧାୟକ

ପାନ୍ଥ ନିବାସଟିଏ ହେଲେ ରହିବେ ପର୍ଯ୍ୟଟକ । ସ୍ଥାନୀୟ ଅଞ୍ଚଳର ଲୋକେ ବିବାହ, ବ୍ରତଘର ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର  ଆୟୋଜନ କରିପାରିବେ। ଏଇ ଉଦେଶ୍ୟରେ ରାଜକୋଷରୁ ଖର୍ଚ୍ଚ ହେଲା ୬୧ ଲକ୍ଷ ଟଙ୍କା।  କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକର ମା' ଦରିଆ ରାମଚଣ୍ଡିଙ୍କ ପୀଠରେ ତିଆରି ହେଲା ପାନ୍ଥ ନିବାସ । ନିର୍ମାଣ କାର୍ଯ୍ୟ ସରିବାକୁ ୯ ବର୍ଷ ଲାଗିଲା । ୨୦୦୩ରୁ ଆରମ୍ଭ ହୋଇ ପ୍ରକଳ୍ପ ୨୦୧୨ରେ ସରିଲା । କିନ୍ତୁ କୋଠାଟି ହସ୍ତାନ୍ତର ହୋଇପାରିଲା ନାହିଁ, କି ପାନ୍ଥନିବାସ ମୁଖ୍ୟ ଫାଟକରୁ ତାଲା ଖୋଲିଲା ନାହିଁ । ବର୍ଷବର୍ଷ ଧରି ତାଲା ଝୁଲି ରହିବା ପରେ ସ୍ଥାନୀୟ ଲୋକଙ୍କ ଘସି ରଖିବା ସ୍ଥାନ ପାଲଟିଯାଇଛି ।

ଅଧିକ ପଢ଼ନ୍ତୁ :ମହାକାଳପଡ଼ା ଜନଶୁଣାଣିରେ ମହିଳାଙ୍କ ଗୁହାରି : ରାସ୍ତା ନଥିବାରୁ, ଆସିପାରିଲାନି ଆମ୍ବୁଲାନ୍ସ ଚାଲିଗଲା ପିଲାର ଜୀବନ

 ଓଡିଶା ପର୍ଯ୍ୟଟନ ବିଭାଗ ନିଗମ ପକ୍ଷରୁ ନିର୍ମିତ ଘରର ଝରକା କବାଟ ଭାଙ୍ଗି ଗଲାଣି। ରକ୍ଷଣାବେକ୍ଷଣ ଅଭାବରୁ ଫାଟି ଗଲାଣି କାନ୍ଥ । ଚାରିପଟେ ଗଛଲତା ଉଠି ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି । ଆଉ ଏହି ଭଙ୍ଗା ଦଦରା କୋଠା, ସ୍ଥାନୀୟ ଲୋକ ଜାଳେଣି ରଖିବା ସ୍ଥାନ ପାଲଟଛି । ତେବେ ୧୩ ବର୍ଷ ଧରି ବନ୍ଦ ପଡ଼ିଥିବା ପାନ୍ଥନିବାସର ମରାମତି ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ୭୦ ଲକ୍ଷ ଟଙ୍କାର ଅନୁଦାନ ଆସିଛି । କିନ୍ତୁ ଜମି ବିବାଦ ଯୋଗୁଁ ପର୍ଯ୍ୟଟନ  ବିଭାଗ ନାମରେ ହୋଇପାରିନାହିଁ ପାନ୍ଥନିବାସଟି । ତେଣୁ ମରାମତି ହୋଇପାରୁନାହିଁ । ସେପଟେ ପାନ୍ଥନିବାସକୁ ସଂପୂର୍ଣ୍ଣ ଭାଙ୍ଗିଦେବା ପାଇଁ ୨୦୨୪ରେ ବିଭାଗ ପକ୍ଷରୁ ଚିଠି ଆସିଥିବା ଜଣାପଡ଼ିଛି ।

ଅଧିକ ପଢ଼ନ୍ତୁ :କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକରେ କୁମ୍ଭୀର ଆତଙ୍କ: ଦିନକୁ ଦିନ ବଢୁଛି ଆକ୍ରମଣ ସଂଖ୍ୟା, ମଗର ମୁହଁରେ ପଡୁଛନ୍ତି ମଣିଷ ସହ ଗୃହପାଳିତ ପଶୁ

ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ, ଜମି ବିବାଦରୁ ହସ୍ତାନ୍ତର ନହେବା, ମରାମତି ପାଇଁ ଅନୁଦାନ ଆସି  ଖର୍ଚ୍ଚ ନହେବା, ଶେଷରେ ୬୧ ଲକ୍ଷର ନିର୍ମାଣକୁ ସଂପୂର୍ଣ୍ଣ ଭାଙ୍ଗିଦେବାର ନିଷ୍ପତି, ସ୍ଥାନୀୟ ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ରାଜକୋଷରୁ ଖର୍ଚ୍ଚ ହୋଇଥିବା ଟଙ୍କା କିଏ ଭରଣା କରିବ? ବିବାଦୀୟ ଜମିରେ କୋଠା ନିର୍ମାଣ ହେଲା କେମିତି? ଏବେ ଏମିତି ପ୍ରଶ୍ନ ଉଠିଛି। ଏବଂ ଆଉ ଏକ ପାନ୍ଥନିବାସ କରିବା ପାଇଁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe