କନକ ବ୍ୟୁରୋ : ଖୁବଶୀଘ୍ର କେନ୍ଦ୍ରାପଡ଼ା ମହାକାଳପଡ଼ା ଜଙ୍ଗଲଘେରି ଗାଁକୁ ହେବ ରାସ୍ତା । ଏନେଇ ପ୍ରତିଶ୍ରୁତି ଦେଇଛନ୍ତି ମହାକାଳପଡ଼ା ବିଧାୟକ ଦୁର୍ଗାପ୍ରସନ୍ନ ନାୟକ । କନକ ନ୍ୟୁଜ୍ରେ ଏସମ୍ପର୍କରେ ଆଲୋଚନା ବେଳେ ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି । ଗତ ମାସ ୮ ତାରିଖରେ ପେଟଛେଲା ପଞ୍ଚାୟତର ଜଙ୍ଗଲଘେରୀ ଗାଁର ଦୁଖି ଭକ୍ତାଙ୍କ ୧୦ ବର୍ଷର ନାତି ଗାଧୋଇବା ବେଳେ ପାଣିରେ ବୁଡ଼ି ଗୁରୁତର ହୋଇଥିଲେ ।
ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରିନଥିଲା । ଆଉ କାଦୁଅ ପଚ ପଚ ରାସ୍ତାରେ ଦୋଳିରେ କାନ୍ଧେଇ ନାତିକୁ ଛପାଲି-ଖରିନାସି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ନେବା ପରେ ରାମନଗର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଉ ଆଜି ଜନ ଶୁଣାଣି ବେଳେ ବିଧାୟକଙ୍କ ଆଗରେ କାନ୍ଦି ପକାଇଥିଲେ ବୃଦ୍ଧା । ବିଧାୟକ ବାବୁ ମୋ ଗାଁକୁ ରାସ୍ତା କେବେ ହେବ ? ରାସ୍ତା ନଥିବାରୁ ମୋ ୧୦ ବର୍ଷର ନାତି ଡାକ୍ତରଖାନା ଯାଇପାରିଲା ନାହିଁ । ମୋ ନାତି ମଲା । ମୋ ନାତି ଭଳି ଆଉ କାହାର ଏଭଳି ଅବସ୍ଥା ନହେଉ ବୋଲି କହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/09/16/roads-2025-09-16-17-56-04.jpg)