କନକ ବ୍ୟୁରୋ : ବଲିଉଡ ଅଭିନେତା ସଲମାନ ଖାନଜଣେ ଆତଙ୍କବାଦୀ  । କେବଳ କଥାରେ ନୁହେଁ ବରଂ ସରକାରୀ ଘୋଷଣା ମୁତାବକ ସେ ଜଣେ ଆତଙ୍କବାଦୀ । ଆଉ ତାଙ୍କୁ ଆତଙ୍କବାଦୀ ବୋଲି ଘୋଷଣା ଭାରତ ସରକାର ନୁହେଁ ବରଂ ଭାରତର ପରମଶତ୍ରୁ ପାକିସ୍ତାନ ସରକାର ଘୋଷଣା କରିଛନ୍ତି । ସିନେ ପ୍ରେମୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ଅଭିନେତା ସଲମାନ ଖାନଙ୍କୁ ପାକିସ୍ତାନ ଆତଙ୍କବାଦୀ ବୋଲି ଘୋଷଣା କରିବା ପରେ ଭାରତ ତରଫରୁ ଦୃଢ଼ ନିନ୍ଦା କରାଯାଇଛି । ହେଲେ ପ୍ରଶ୍ନ ଉଠୁଛି ରାଜନୀତିରେ ନେତା ନେତାଙ୍କ ଭିତରେ ଆରୋପ ପ୍ରତ୍ୟାରୋପ ବେଳେ ଅନେକ ଅଭିଯୋଗ ହୋଇଥାଏ । ହେଲେ ଜଣେ ଅଭିନେତାଙ୍କୁ କାହିଁକି ପାକିସ୍ତାନ ସରକାର ଆତଙ୍କବାଦୀ ବୋଲି ଘୋଷଣା କରିବା ପଛରେ କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

Advertisment

ଭାରତ ପାକିସ୍ତାନ ଉପରେ ଅପରେସନ ସିନ୍ଦୂର କରିବା ପରେ ଏବେ ଆଫଗାନିସ୍ତାନ ବି ପାକିସ୍ତାନ ଉପରେ ଆକ୍ରମଣ କରୁଛି । ଏହା ଭିତରେ ପାକିସ୍ତାନର ପ୍ରାନ୍ତ ରାଜ୍ୟ ବେଲୁଚିସ୍ତାନ ପାକିସ୍ତାନରୁ ଅଲଗା ହୋଇ ନୂତନ ଦେଶ ଗଠନ କରିବାକୁ ଆନ୍ଦୋଳନ ଜାରି ରଖିଛି । ହେଲେ ଏହା ଭିତରେ ସଲମାନ ଖାନ ସାଉଦି ଆରବର ଏକ ଷ୍ଟେଜ ସୋ'ରେ ବେଲୁଚିସ୍ତାନକୁ ଏକ ସ୍ୱତନ୍ତ୍ର ଦେଶ ବୋଲି କହିଥିଲେ । ଏହାକୁ ନେଇ ପାକିସ୍ତାନ ବିଳିବିଳାଉଛି । ଶେହବାଜ ସରକାର ସଲମାନ ଖାନଙ୍କୁ ଆତଙ୍କବାଦୀ ବୋଲି ଘୋଷଣା କରିଛନ୍ତି । ଏନେଇ ପାକିସ୍ତାନ ଗୃହମନ୍ତ୍ରଣାଳୟ ତରଫରୁ ଏକ ନୋଟିସ ଜାରି କରାଯାଇଛି । 

ମୁଁ ଜ୍ୟୋତି, ମୋ କାହାଣୀ ଶୁଣିଲେ ଆପଣ ବି ବଞ୍ଚିବା ଶିଖିଯିବେ; ମାଟିରୁ ଉଠି ଆକାଶକୁ ଛୁଉଁଥିବା ଜଣେ ଝିଅର କାହାଣୀ…

ପାକିସ୍ତାନ ଗୃହମନ୍ତ୍ରଣାଳୟ ସଲମାନ ଖାନଙ୍କୁ Fourth Schedule କାଟାଗୋରୀରେ ରଖି ଆତଙ୍କବାଦୀ ବୋଲି ଘୋଷଣା କରିଛି । ଏହି ନିୟମ ମୁତାବକ ପାକିସ୍ତାନରେ ସଲମାନ ଖାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇପାରିବ । ସେପଟେ ସଲମାନ ଖାନ କି ତାଙ୍କ ପ୍ରତିନିଧୀଙ୍କ ତରଫରୁ ଏହି ମାମଲା ଉପରେ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ । 

ସାଉଦି ଆରବରେ ଆୟୋଜିତ ଫୋରମ୍-୨୦୨୫ ସୋ' କ୍ରମରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ସଲମାନ ଖାନ, ବେଲୁଚିସ୍ଥାନର ଲୋକଙ୍କୁ ଆଫଗାନିସ୍ତାନ ଲୋକ ବୋଲି କହିଥିଲେ । 

ନୀତିଶ କୁମାର ହିଁ ରହିବେ ଏନଡିଏର ମୁଖ୍ୟମନ୍ତ୍ରୀ, କହିଦେଲେ ବିଜେପି ନେତା

ସଲମାନ ଖାନଙ୍କ ଏହି ବୟାନ ପରେ ପାକିସ୍ତାନ ଲୋକଙ୍କ ମଧ୍ୟରେ ଅସନ୍ତୁଷ ଦେଖାଦେଇଛି । ସେପଟେ ଏହି ବୟାନକୁ ନେଇ ବେଲୁଚିସ୍ତାନ ନାଗରିକମାନେ ଖୁସି ବ୍ୟକ୍ତ କରିବା ସହ ସଲମାନ ଖାନଙ୍କୁ ଧନ୍ୟବାଦ ଦେଇଛନ୍ତି । ବେଲୁଚିସ୍ତାନକୁ ସ୍ୱତନ୍ତ୍ର ଦେଶ ଘୋଷଣା କରିବା ଦାବିରେ ଆନ୍ଦୋଳନ କରୁଥିବା ବେଲୁଚି ନେତା ମୀର ୟାର ବଲୁଚ କହିଛନ୍ତି କି, ଭାରତୀୟ ସିନେମା ଜଗତର ବରିଷ୍ଠ ଅଭିନେତାଙ୍କ ବୟାନ ବେଲୁଚିସ୍ତାନର ନାଗରିକଙ୍କ ପାଇଁ ଖୁସି ଆଣିଛି । ସଲମାନ ଖାନ ଯାହା କହିଛନ୍ତି, ସେତିକି କହିବାକୁ ଏସିଆ ମହାଦେଶର ବଡ଼ ବଡ଼ ଦେଶର ନେତାମାନେ ଭୟ କରୁଥିବା ମୀର କହିଛନ୍ତି ।