କନକ ବ୍ୟୁରୋ : ଶୀତ ହେଲେ ଗଜପତିଟା କାଇଁ ସୁନ୍ଦର ସୁନ୍ଦର ଲାଗେ । ପାହାଡ଼ ଯେମିତି ପର୍ଯ୍ୟଟକଙ୍କୁ ହାତ ଠାରି ଡାକେ , ଝରଣାର କୁଳକୁଳୁ ନାଦ ଯେମିତି ପର୍ଯ୍ୟଟକଙ୍କ ପାଇଁ ସ୍ବାଗତ ଗୀତ ଗାଏ । ଆଉ ଦକ୍ଷିଣ ଏସିଆର ସବୁଠୁ ବଡ଼ ବୌଦ୍ଧ ମନ୍ଦିର କୁହାଯାଉଥିବା ଜିରାଙ୍ଗ ଯେମିତି ପବନରେ ଶାନ୍ତିର ବାର୍ତ୍ତା ପହଞ୍ଚାଏ । ଏହି ଶାନ୍ତିମୟ ଅନୁଭବକୁ ସାଉଁଟିବା ପାଇଁ ଏବେ ଜିରାଙ୍ଗରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ଼ । ମନ୍ଦିରରେ ବିଦ୍ୟମାନ ଭଗବାନ ବୁଦ୍ଧଙ୍କ ୭୨ ଫୁଟର ପ୍ରତିମା ଯେମିତି ମନ୍ଦିରକୁ ଆସୁଥିବା ଭକ୍ତଙ୍କୁ ଆଶିର୍ବାଦ ଦେଉଛନ୍ତି ପ୍ରଭୁଙ୍କୁ ଦର୍ଶନ କଲେ ଯେମିତି ମନକୁ ଶାନ୍ତି ମିଳେ । ୨୦୧୦ ରେ ବୌଦ୍ଧ ଗୁରୁ ଦଲାଇଲାମା ଏହି ମନ୍ଦିରକୁ ପ୍ରତିଷ୍ଠା କରିଥିଲେ । ଗଜପତି ଜିଲ୍ଲା ଚନ୍ଦ୍ରଗିରିରେ ନିର୍ମାଣ ହୋଇଥିବା ଏହି ମନ୍ଦିର ବର୍ତ୍ତମାନ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପାଲଟିଛି । ପାହାଡ଼ ପର୍ବତ ଘେରା ଏଠାକାର ଶାନ୍ତ ପରିବେଶ ରାଜ୍ୟ ଏବଂ ରାଜ୍ୟ ବାହାର ପର୍ଯ୍ୟଟକଙ୍କୁ ମଧ୍ୟ ଆକୃଷ୍ଟ କରେ । ୭୨ ଫୁଟ ଉଚ୍ଚତାର ଏହି ମନ୍ଦିରର ଶୋଭା ବଢ଼ାଉଛି ଏଠାରେ ଥିବା ବିଶାଳ ଜଳାଶ୍ରୟ ଖସଡ଼ା । ମନ୍ଦିରରୁ ୬ କି.ମି ଦୂରରେ ଖସଡ଼ା ଜଳପ୍ରପାତ ରହୁଥିବାରୁ ଏହା ପର୍ଯ୍ୟଟକଙ୍କ ପାଇଁ ପେଣ୍ଠସ୍ଥଳୀ ପାଲଟିଛି ।
୧୯୫୦ ମସିହା ପରେ ଯେତେବେଳେ ଚୀନ୍ ତିବ୍ଦତ ଦେଶକୁ ଆକ୍ରମଣ କରିଥିଲା । ସେତେବେଳେ ଚୀନର ଅତ୍ୟାଚାର ସହି ନପାରି ସେଠାରୁ କିଛି ତିବ୍ଦତୀୟ ଭାରତ ପଳାଇ ଆସିଥିଲେ । ଭାରତ ସରକାର ସେମାନଙ୍କୁ ଶରଣାର୍ଥୀ ଭାବେ ଗଜପତି ଜିଲ୍ଲାର ଚନ୍ଦ୍ରଗିରି ଅଞ୍ଚଳରେ ରହିବା ପାଇଁ ଜମି ଦେଇଥିଲେ । ସେମାନେ ସେଠାରେ ପ୍ରଥମେ ଏକ ଛୋଟ ବୌଦ୍ଧ ମନ୍ଦିର କରି ପୂଜାର୍ଚ୍ଚନା କରୁଥିଲେ । ସମୟ କ୍ରମେ ୨୦୦୩ରେ ଏହି ମନ୍ଦିର କାର୍ଯ୍ୟ ଆରମ୍ଭ ହୋଇ ୨୦୦୮ରେ ଶେଷ ହୋଇଥିଲା । ୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ମନ୍ଦିରକୁ ୨୦୧୦ରେ ପ୍ରତିଷ୍ଠା କରିଥିଲେ ବୌଦ୍ଧ ଗୁରୁ ଦଲାଇଲାମା । ମନ୍ଦିର ନିର୍ମାଣ ପାଇଁ ଭୁଟାନ, ନେପାଳରୁ ଆସିଥିବା ପଥର ଖୋଦେଇ ଏବଂ ଚିତ୍ର ଶିଳ୍ପୀମାନେ ଅତି ସୁନ୍ଦର ଭାବେ ମନ୍ଦିର ନିର୍ମାଣ କରିଛନ୍ତି ।
ମା’ ହେବାକୁ ଯାଉଛନ୍ତି ଅର୍ଚ୍ଚିତା: ସୋସିଆଲ୍ ମିଡିଆରେ ସେୟାର କଲେ ଫଟୋ, ଦେଖନ୍ତୁ ଭିଡିଓ
ଜିରାଙ୍ଗର ଏହି ବୁଦ୍ଧ ମନ୍ଦିର ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ସ୍ଥାନୀୟ ତିବ୍ଦତିୟାନ୍ ବାସିନ୍ଦା ନେପାଳର ପାରମ୍ପରିକ ପୋଷାକ ପିନ୍ଧିବା ପାଇଁ ସୁଯୋଗ ଦେଇଥା’ନ୍ତି । କିଛି ଟଙ୍କା ଦେଇ ପର୍ଯ୍ୟଟକ ନେପାଳର ଏହି ପୋଷାକ ପିନ୍ଧିବାର ଲାଭ ଉଠାନ୍ତି ଏବଂ ଫଟୋ ଉଠାଇ ସୁନ୍ଦର ସ୍ମୃତି ସାଉଣ୍ଟନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/12/15/jirang-2025-12-15-16-33-05.jpg)