କନକ ବ୍ୟୁରୋ: ମାଆ ହେବାକୁ ଯାଉଛନ୍ତି ଅର୍ଚ୍ଚିତା । ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ନିକଟରେ ପ୍ରଶଂସକଙ୍କ ସହ ନିଜର ଖୁସି ବାଣ୍ଟିଛନ୍ତି । ୨୦୨୧ ମାର୍ଚ୍ଚ ୧ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ପ୍ରେମପକ୍ଷୀ ଏବେ ଦୁଇରୁ ତିନି ହେବାକୁ ଯାଉଛନ୍ତି । ଅର୍ଚ୍ଚିତା ମା’ ହେବାକୁ ଯାଉଛନ୍ତି । ଯାହାର ଖୁସି ସେଲିବ୍ରିଟି ଦମ୍ପତି ନିଜ ସୋସିଆଲ୍ ମିଡିଆ ପୋଷ୍ଟରେ ବୟାନ କରିଛନ୍ତି ।
/filters:format(webp)/kanak/media/media_files/2025/12/15/sabyasachi-archita-2025-12-15-12-05-17.jpg)
ଏକ ସୁନ୍ଦର ଭିଡିଓ ସେୟାର କରି ଦୁହେଁ ଏହି ଖୁସି ଖବର ଫ୍ୟାନ୍ସଙ୍କୁ ଜଣାଇଛନ୍ତି । ତେବେ ଯେଉଁଠି ବଲିଉଡ୍ ଦମ୍ପତି ଆଣ୍ଡାମାନ, ବାଲି ଭଳି ସ୍ଥାନକୁ ଯାଇ ଏଭଳି ଖୁସି ଖବର ସେୟାର୍ କରୁଛନ୍ତି । ସେହି ସ୍ଥାନରେ ସବ୍ୟ-ଅର୍ଚ୍ଚିତା ଭୁବନେଶ୍ବରର ଆରାଧ୍ୟ ଦେବତା ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ସମ୍ମୁଖରେ ଏହି ଫଟୋ ସୁଟ୍ କରିଛନ୍ତି । ଭିଡିଓରେ ସେଲିବ୍ରିଟି ଦମ୍ପତି ମନ୍ଦିର ନିକଟରେ ଛିଡ଼ା ହୋଇଥିବାର ନଜର ଆସୁଛନ୍ତି । ଦୁହିଁଙ୍କ ହାତରେ କୁନି କୁନି ଜୋତା ଧରିଥିବାର ଦେଖାଯାଉଛି ଏବଂ ମା’,ବାପା ହେବାକୁ ଯାଉଥିବା ସବ୍ୟ-ଅର୍ଚ୍ଚିତା ଦୁଇଟି ଜୋତାକୁ ଚୁମ୍ବନ ଦେଉଥିବା ଦେଖାଯାଉଛି । ତେବେ ଏହି ଭିଡିଓଟି ସୋସିଆଲ୍ ମିଡିଆରେ ସେୟାର୍ ହେବା ପରେ ଦମ୍ପତିଙ୍କ ପାଖକୁ ପ୍ରଶଂସକ , ସମ୍ପର୍କୀୟ ଏବଂ ସାଥୀ କଳାକାରଙ୍କ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।
ଆହୁରି ପଢ଼ନ୍ତୁ : ଫିଲ୍ମ ଧୂରନ୍ଧର : ୪୦ ବର୍ଷ ହିରୋ ସହ ୨୦ ବର୍ଷର ହିରୋଇନ୍ କାହିଁକି ? ସ୍ପଷ୍ଟ କଲେ କାଷ୍ଟିଂ ଡାଇରେକ୍ଟର
ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ବିବାହର ପ୍ରାୟ ୫ ବର୍ଷ ପରେ ମା’,ବାପା ହେବାକୁ ଯାଉଛନ୍ତି । ଅର୍ଚ୍ଚିତାଙ୍କୁ ବିବାହ କରିବା ପୂର୍ବରୁ ସବ୍ୟସାଚୀ ୨୦୦୮ ରେ ସୀମା ମିଶ୍ରଙ୍କୁ ବିବାହ କରିଥିଲେ କିନ୍ତୁ ବ୍ୟକ୍ତିଗତ କାରଣରୁ ୨୦୧୫ରେ ଦୁହିଁଙ୍କ ବିବାହ ବିଚ୍ଛେଦ ହୋଇଥିଲା । ପରେ ସାଥୀ କଳାକାର ଅର୍ଚ୍ଚିତାଙ୍କୁ ଜୀବନସାଥୀ ରୂପେ ପାଇଥିଲେ ସବ୍ୟ ଆଉ ୨୦୨୧ ରେ ପଡ଼ିଥିଲା ହାତଗଣ୍ଠି । ଦୁହେଁ ଓଲିଉଡ୍ ଜଗତର ଆଗଧାଡ଼ିର କଳାକାର ହେବା ସଙ୍ଗେ ସଙ୍ଗେ ଏକାଠି ଅନେକ ସିନେମାରେ ନଜର ଆସିଛନ୍ତି । ପରଦାରେ ଦୁହିଁଙ୍କ କେମେଷ୍ଟ୍ରି ଓଡ଼ିଆ ସିନେପ୍ରେମୀଙ୍କୁ ବହୁତ ଆକୃଷ୍ଟ କରିଛି ଯେଉଁଥିପାଇଁ ସବ୍ୟ-ଅର୍ଚ୍ଚିତାଙ୍କୁ ଦର୍ଶକଙ୍କ ଅପାର ଭଲପାଇବା ମଧ୍ୟ ମିଳେ । ସବ୍ୟଙ୍କ ସିନେମା ଅନନ୍ତା ଏବଂ ଅର୍ଚ୍ଚିତାଙ୍କ ଅଭିନିତ ସିନେମା ବୋଉ ବୁଟୁ ଭୂତ ଚଳିତବର୍ଷ ରାଜ୍ୟରେ ଅଧିକ ଦେଖାଯାଇଥିବା ଫିଲ୍ମ ତାଲିକାରେ ସ୍ଥାନ ପାଇଥିଲା । ବର୍ତ୍ତମାନ ଏହି ଦମ୍ପତିଙ୍କ ଜୀବନରେ ଆଉ ଏକ ନୂତନ ଅଧ୍ୟାୟର ଆରମ୍ଭ ହେବାକୁ ଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/12/15/sabya-and-archita-2025-12-15-12-07-10.jpg)