ନେତା ବାଛିବେ ନୂଆପଡ଼ା ଭୋଟର , ଫାଇନାଲ ଫାଇଟ୍ ପୂର୍ବରୁ ବଳ କଷାକଷି, ଆଜି ପ୍ରଚାର କଲେ ନବୀନ, କାଲି ମଇଦାନକୁ ଓହ୍ଲାଇବେ ମୋହନ

ନିର୍ବାଚନୀ ପ୍ରଚାରକୁ ବଳି ଯାଇଛି ଆରୋପ ପ୍ରତ୍ୟାରୋପ । ବିଜେଡିର ଜଣଙ୍କ ପରେ ଜଣେ ନେତା ଜୟ ଢ଼ୋଲକିଆଙ୍କୁ ସମାଲୋଚନା କରିବା ପରେ କଡା ଜବାବ ଦେଇଛି ବିଜେପି । ବେଇମାନ ଓ ପ୍ରାର୍ଥୀ ଚୋରକୁ ନେଇ ଦୁଇ ଦଳର ନେତା ସିଧାସଳଖ ପରସ୍ପରକୁ ଟାର୍ଗେଟ କରୁଛନ୍ତି । ଜୟଙ୍କ ପରିବାର ମଧ୍ୟ ସାମନାକୁ ଆସିଛନ୍ତି ।

nuapada

କନକ ବ୍ୟୁରୋ :  ମତଦାନ ତାରିଖ ପାଖେଇ ଆସୁଥିବାବେଳେ ମଇଦାନରେ ବଳ କଷୁଛନ୍ତି ସବୁ ଦଳର ମୁଖିଆ। ଗୁରୁବାର ମୁଖ୍ୟମନ୍ତ୍ରୀ ପ୍ରଚାର କରିବା ପରେ ଆଜି ନବୀନ ପୁଣି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଶନିବାର ପୁଣି ଯିବେ ମୋହନ ମାଝୀ। ସେପଟେ ନୂଆପଡାରେ ଡେରା ପକାଇଛନ୍ତି ପିସିସି ମୁଖିଆ। 

ଭୋଟ ତାରିଖ ଯେତେ ପାଖଉଛି ନୂଆପଡ଼ା ରାଜନୀତି ସେତେ ଉଷ୍ଣ ହେଉଛି । ଛାମୁଆ ନେତାଙ୍କ ପ୍ରଚାର ପରେ ଏବେ ମଇଦାନରେ ବଳ କଷୁଛନ୍ତି ମୁଖିଆ। ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ପରେ ଆଜି ଦ୍ବିତୀୟ ଥର ପାଇଁ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଖରିଆର ରୋଡରୁ ନୂଆପଡ଼ା ଏନଏସି ପର୍ଯ୍ୟନ୍ତ  ଶୋଭାଯାତ୍ରା କରିଛନ୍ତି । ତାପରେ ଜନ ସମାବେଶରେ ଯୋଗ ଦେଇ ସ୍ନେହାଙ୍ଗିନୀଙ୍କ ପାଇଁ ଭୋଟ ମାଗିଛନ୍ତି । ପ୍ରଚାର ଏତିକିରେ ସରିନି, ଫାଇନାଲ ଫାଇଟ୍ ପୂର୍ବରୁ କାଲି ପୁଣି ନୂଆପଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆଙ୍କୁ ଧରି ପୁଣି ପ୍ରଚାର କରିବେ ।

ଅନ୍ଧାରୀ ମୂଲକର ଗାଁ ; ଯେଉଁଠି ମୌଳିକ ସୁବିଧା ସାତ ସପନ

ନିର୍ବାଚନୀ ପ୍ରଚାରକୁ ବଳି ଯାଇଛି ଆରୋପ ପ୍ରତ୍ୟାରୋପ । ବିଜେଡିର ଜଣଙ୍କ ପରେ ଜଣେ ନେତା ଜୟ ଢ଼ୋଲକିଆଙ୍କୁ ସମାଲୋଚନା କରିବା ପରେ କଡା ଜବାବ ଦେଇଛି ବିଜେପି । ବେଇମାନ ଓ ପ୍ରାର୍ଥୀ ଚୋରକୁ ନେଇ ଦୁଇ ଦଳର ନେତା ସିଧାସଳଖ ପରସ୍ପରକୁ ଟାର୍ଗେଟ କରୁଛନ୍ତି । ଜୟଙ୍କ ପରିବାର ମଧ୍ୟ ସାମନାକୁ ଆସିଛନ୍ତି ।

କୁହୁଡ଼ିର କଜଳ ପିନ୍ଧି ଅଳସ ଭାଙ୍ଗିଲା କୋରାପୁଟ...

  
କଂଗ୍ରେସ ମଧ୍ୟ ଜାରି ରଖିଛି ଜୋରଦାର ପ୍ରଚାର । ନୂଆପଡାର ବିଭିନ୍ନ ଗାଁରେ ଡେରା ପକାଇଛନ୍ତି ପିସିସି ସଭାପତି, ପୂର୍ବତନ ସଭାପତିଙ୍କ ସମେତ ବହୁ ଛାମୁଆ ନେତା । ଶୋଭାଯାତ୍ରା ଓ ଛୋଟ ଛୋଟ ସମାବେଶ କରି ଲୋକଙ୍କ ମନ ଜିଣିବାକୁ ଉଦ୍ୟମ କରୁଛନ୍ତି ଘାସିରାମ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe