କନକବ୍ୟୁରୋ : ନୂଆପଡ଼ା ଉପନିର୍ବାଚନ ପାଇଁ ସମୟ ପାଖେଇ ଆସୁଥିବା ବେଳେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ନୂଆପଡ଼ାରେ ପହଞ୍ଚିଛନ୍ତି । ସେ ସେଠାରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ । ସ୍ନେହାଙ୍ଗିନୀଙ୍କ ପାଇଁ ନବୀନ ପଟ୍ଟନାୟକ ସାଧାରଣ ଜନତାଙ୍କୁ ଭୋଟ୍ ମାଗିବେ ।
ଅଧିକ ପଢନ୍ତୁ .. କମ୍ପୁଛି ନୂଆପଡ଼ା ପ୍ରଚାର ମଇଦାନ , ବିଜେଡି କହିଲା ଆମେ ୧ ନମ୍ବରରେ ଅଛୁ
ସେପଟେ ଦ୍ବିତୀୟଥର ପାଇଁ ନିର୍ବାଚନ ପ୍ରଚାର କରିବାକୁ ଆସିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଶୁକ୍ରବାର ଦିନ ୧୧ଟାରେ ଶ୍ରୀ ପଟ୍ଟନାୟକ ଖରିଆର ରୋଡ୍ ଥାନା ନିକଟସ୍ଥ ପଡ଼ିଆରେ ପହଞ୍ଚି ସେଠାରୁ ଏକ ରୋଡ୍ ସୋ’ରେ ନୂଆପଡ଼ା ପର୍ଯ୍ୟନ୍ତ ଆସିବେ। ଏହି ଅବସରରେ ଖରିଆର ରୋଡ୍ର ଡାଗାସ ଛକ, ବିଜୁ ପଟ୍ଟନାୟକ ଛକ, ଲଖମନିଆ ଛକରେ ଉପସ୍ଥିତ ଜନତାଙ୍କୁ ଶ୍ରୀ ପଟ୍ଟନାୟକ ସମ୍ୱୋଧିତ କରିବେ ।
ରୋଡ୍ ସୋ’ରେ ନୂଆପଡ଼ାରେ ପହଞ୍ଚି ସୂର୍ଯ୍ୟନଗର ଛକ, ଗାୟତ୍ରୀମନ୍ଦିର ଛକ ଓ ଏକତା ଛକରେ ଜନତାଙ୍କୁ ଉଦ୍ବୋଧନ ଦେବେ। ଦିନ ୩ଟାରେ ନୂଆପଡ଼ାର ପାରକୋଡ଼ରେ ଏକ ବିଶାଳ ସାଧାରଣ ସଭାକୁ ସମ୍ୱୋଧିତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି
ଅନ୍ୟପଟେ ନୂଆପଡ଼ାରେ ବିଜେପି ୪୦ ହଜାର ଭୋଟ୍ରେ ଜିତିବ ବୋଲି କହୁଥିବାବେଳେ ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା କହିଛନ୍ତି ଆମେ ତା’ଠୁ ଅଧିକ ଭୋଟ୍ରେ ଜିତିବୁ । ସେ କହିଛନ୍ତି, ନୂଆପଡ଼ାକୁ ନେଇ ଆମେ କନ୍ଫିଡେଣ୍ଟ ଅଛୁ । କାରଣ, ନବୀନ ବାବୁ ଯେତେବେଳେ କୋମନା ବ୍ଲକ୍ ଆସିଥିଲେ ସେତେବେଳେ ବହୁତ ସଂଖ୍ୟାରେ ଲୋକମାନେ ଯୋଗଦେଇ ସାହାଯ୍ୟ ସହଯୋଗ କରିଥିଲେ ।
ଏ ଅଞ୍ଚଳରେ ସମସ୍ତଙ୍କ ମନ ଭିତରେ ଗୋଟିଏ କଥା ଯେ ନୂଆପଡ଼ା ଜିଲ୍ଲାକୁ ସ୍ୱର୍ଗତ ବିଜୁ ବାବୁ ତିଆରି କରିଥିଲେ । ଏବଂ ତା’ ପରବର୍ତ୍ତି ସମୟରେ ନୂଆପଡ଼ାର ବିକାଶ ପାଇଁ ନବୀନ ବାବୁ ବହୁତ ଅବଦାନ ରଖିଛନ୍ତି । ଗାଁ ଗାଁ ରେ ଆଦିବାସୀ ଭାଇ ଭଉଣୀ , ଅନୂସୁଚିତ ଜାତି , ସାଧାରଣ ଲୋକ ସମସ୍ତଙ୍କ ପାଇଁ ବହୁତ ପ୍ରକାର କାମ କରାଯାଇଛି । ଅନେକ ଉନ୍ନତିମୂଳକ କାର୍ଯ୍ୟ ମଧ୍ୟ କରାଯାଇଛି , ସେଥିପାଇଁ ସାଧାରଣ ଲୋକମାନେ ଚାହୁଛନ୍ତି ନବୀନ ବାବୁଙ୍କ ସାଥିରେ ରହିବାକୁ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ କଂଗ୍ରେସର ଏଠି ସ୍ଥିତି ନାହିଁ । ସେ ୩ କି ୪ ନମ୍ବରରେ ରହିବ ତାହା ମଧ୍ୟ ଠିକ୍ ନାହିଁ । କିନ୍ତୁ ଆମେ ବିଜେପିଠୁ ଆଗରେ ଅଛୁ ଏବଂ ୧ ନମ୍ବରରେ ଅଛୁ । ବିଜେପି ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଉଛି ତା ସତ୍ତ୍ୱେ ମଧ୍ୟ ଜନସାଧାରଣ କହୁଛନ୍ତି ଆମେ ନବୀନ ବାବୁଙ୍କ ସାଙ୍ଗରେ ଅଛୁ । ନବୀନ ବାବୁ ଆସିବା ମଧ୍ୟ ଲୋକମାନଙ୍କ ଡିମାଣ୍ଡ ଥିଲା , ସେଥିପାଇଁ ସେ ଆସିଛନ୍ତି । ପ୍ରତ୍ୟେକଟି ଲୋକଙ୍କ ମୁହଁରେ ତାଙ୍କରି ନାଁ ।
।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/07/naveen-patnaik-2025-11-07-13-15-19.jpg)