କନକ ବ୍ୟୁରୋ : ସ୍ବାଧୀନତାର ୭୮ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ପଞ୍ଚାୟତ । ରାସ୍ତା, ପିଇବା ପାଣି, ବିଜୁଳି କୌଣସି ସୁବିଧା ନାହିଁ । ଏନେଇ ବାରମ୍ବାର ଜଣାଇବା ପରେ ପ୍ରଶାସନ ତରଫରୁ କୌଣସି ପଦଷପ ନିଆଯାଉନଥିବା ଅଭିଯୋଗ ଆସିଛି । ନା ପାଣି ଅଛି, ନା ଅଛି ଗମନାଗମନର ସୁବିଧା । ବିଜୁଳି, ମୋବାଇଲ ସେବା ତ’ଦୂରରେ ଥାଉ । ଏମିତି ଏକ ପଞ୍ଚାୟତ ହେଉଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କଅଁଳେଇ ବାଲିପାଳ । ଏହି ପଞ୍ଚାୟତରେ ଏକ ହଜାରରୁ ଅଧିକ ଲୋକ ବସବାସ କରୁଛନ୍ତି । ଗାଁରେ ଖାଇବା ପାଇଁ ହେଉ କି ପିଲାଙ୍କ ପାଠ ପଢ଼ା, ସବୁ ପାଇଁ ଭରସା ଟର୍ଚ୍ଚ ଲାଇଟ୍ । ଅନେକ ଲୋକ ଆଲୁଅ ପାଇଁ ଜଙ୍ଗଲରୁ ଶୁଖିଲା କାଠ ଆଣି ଜାଳୁଛନ୍ତି । ବିଜୁଳି ନଥିବାକୁ କିରୋସିନିର ଅଭାବ ଗାଁ ଲୋକଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଛି ।
ଅଧିକ ପଢ଼ନ୍ତୁ--ଜରାଜୀର୍ଣ୍ଣ ବାରିପଦା ବସ୍ଷ୍ଟାଣ୍ଡ; ୪୮ ବର୍ଷ ହେଲାଣି ଖୋଜୁଛି ମରାମତି
ପଞ୍ଚାୟତକୁ ରାସ୍ତା ନାହିଁ, ଜରୁରୀ କାଳୀନ ସେବା ବାଧାପ୍ରାପ୍ତ ହେଉଛି । ପିଇବା ପାଣିର ବ୍ୟବସ୍ଥା ନଥିବାରୁ ଅନେକ ଲୋକ କୂଅ କିମ୍ବା ଚୁଆ ପାଣି ବ୍ୟବହାର କରୁଛନ୍ତି । ଏମାନଙ୍କ ଦୁଃଖ ସେତିକିରେ ସରିନି । ପିଡିଏସ୍ ସାମଗ୍ରୀ ପାଇଁ ୬ କିମି ଦୂରକୁ ଯିବାକୁ ପଡ଼ୁଛି । ଜମି ପଟ୍ଟା ନଥିବାରୁ ଜାତିଗତ ଓ ଆବାସିକ ପ୍ରମାଣପତ୍ର ନପାଇ ପାରି ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଥିବା ଅଭିଯୋଗ ଆସିଛି । ଏନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ହୋଇଛି ହେଲେ କାର୍ଯ୍ୟାନୁଷ୍ଠାନ ଶୂନ । ଏବେ ନୂଆ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲାର। ତେଣୁ ସେ ସମସ୍ୟା ବୁଝି ସମାଧାନ କରିବେ ବୋଲି ଆଶାବାଦୀ ଅଛନ୍ତି ଆଦିବାସୀ ପରିବାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/07/kendujhar-2025-11-07-18-32-55.jpg)