କନକ ବ୍ୟୁରୋ : ଯେତେବେଳେ ରାସ୍ତା ଖରାପ ହୋଇ ଲୋକେ ହଇରାଣ ହୁଅନ୍ତି ସେତେବେଳେ ସ୍ୱାଭାବିକ ଭାବେ ଲୋକମାନେ ସରକାରଙ୍କୁ ଦୋଷ ଦେଇଥାନ୍ତି । ହେଲେ ଏବେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ସ୍ଥିର କରିଛନ୍ତି କି, ଭୁଲ ଯେଉଁଠି ହେବ, ଦାୟିତ୍ୱ ସେଇଠି ସ୍ଥିର ହେବ । ଏହି ଚିନ୍ତାଧାରା କ୍ରମରେ ସେ ରାଷ୍ଟ୍ରୀୟ ରାଜମାଗ ପ୍ରାଧୀକରଣ ଓ ସଡ଼କ ନିର୍ମାଣ କମ୍ପାନିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି,ୟୁଟ୍ୟୁବ୍ ଚ୍ୟାନେଲ ଖୋଲି ରାସ୍ତା ନିର୍ମାଣର ଭିଡ଼ିଓ ଓ ରିପୋର୍ଟ ଜନତାଙ୍କ ସହ ସେୟାର କରିବାକୁ ।
ଚମକୁଥିବା ସେଓରେ ବିଷ ; ଉପରେ ପୂରା ମହମ କୋଟିଂ !
ଗଡ଼କରୀଙ୍କ ନିର୍ଦ୍ଦେଶ ମୁତାବକ ସଡ଼କ ନିର୍ମାଣ କମ୍ପାନିମାନେ ୟୁଟ୍ୟୁବ୍ ଚ୍ୟାନେଲ ଖୋଲିବା ସହ ପ୍ରତି ଜାତୀୟ ରାଜପଥରେ କ୍ୟୁଆର କୋର୍ଡ ଥିବା ବୋର୍ଡ ଲଗାଇବେ । କୌଣସି ବି ବ୍ୟକ୍ତି ଏହି କୋଡକୁ ସ୍କାନ କରି ଏହା ଦେଖିପାରିବେ କି ଏହି ରାସ୍ତାକୁ କେଉଁ ଠିକାଦାର ନିର୍ମାଣ କରିଛି, କେଉଁ କନସଲାଣ୍ଟ ଏହାକୁ ଡିଜାଇନ କରିଛି ଓ କେଉଁ ସରକାରୀ ଅଧିକାରୀ ଏହାର ଦେଖାରଖା କରୁଛନ୍ତି ।
ଭାରତରେ ବଡ଼ ସୁନା ଖଣି ଠାବ : ଭିତରେ ଅଛି ୧୧ କୋଟି ଟନ୍ ସୁନା , ୩ କିମି ପର୍ଯ୍ୟନ୍ତ ଲମ୍ବିଛି ସୁନା ଭଣ୍ଡାର
ଗଡ଼କରୀ କହିଛନ୍ତି କି, ସଡ଼କ ଖରାପ ହେବା ପରେ ଲୋକମାନେ ସୋସିଆଲ ମିଡିଆରେ ଅଭିଯୋଗ କରୁଛନ୍ତି । ହେଲେ ସେମାନେ ଜାଣିବା ଦରକାର କି ଏନେଇ ଦୋଷ କାହାର ଓ ରାସ୍ତା ଠିକ୍ କରିବା କାହାର ଦାୟିତ୍ୱ ରହିଛି । ଦୋଷ ଜଣେ କରିବ ମୁଁ କାହିକି ଗାଳି ଶୁଣିବି ବୋଲି ସେ କହିଛନ୍ତି । କ୍ୟୁଆର କୋର୍ଡ ସ୍କାନ କରି ସମସ୍ତ ସୂଚନା ପାଇବେ ଜନତା ଓ ଏହାପରେ ସିଧା ସଳଖ ଠିକ୍ ସ୍ଥାନରେ ଅଭିଯୋଗ କରିପାରିବେ ।
ପ୍ରଚାରରେ କମ୍ପୁଛି ବିହାର ମଇଦାନ: ମୁଜାଫରପୁର, ଛପରାରେ ମୋଦୀଙ୍କ ପ୍ରଚାର
ଗଡ଼କରୀ ସ୍ପଷ୍ଟ କହିଛନ୍ତି କି, ଲୋକମାନେ ଯେତେବେଳେ ଟୋଲ ଟ୍ୟାକ୍ସ ଦେଉଛନ୍ତି ତ ସେମାନଙ୍କ ଅନ୍ତର୍ରାଷ୍ଟ୍ରୀୟ ସ୍ତରର ସଡ଼କ ମିଳିବା ଦରକାର । ନିର୍ମାଣ କରୁଥିବା କମ୍ପାନି କେବେ ବି ପାଗ ଓ ଅନ୍ୟ କିଛି ଦୋଷ ଦେଇ ଖସିପାରିବେ ନାହିଁ । ଯଦି ସଡ଼କ ଆରାମଦାୟକ ନୁହେଁ ତେବେ ତୁରନ୍ତ ତାର ମରାମତି ହେବା ଆବଶ୍ୟକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/30/nitin-2025-10-30-16-41-29.jpg)