କନକ ବ୍ୟୁରୋ :ଆପଣଙ୍କ ଘରେ କାହା ଦେହ ଖରାପ ହେଲେ କି ଆପଣ କାହା ଘରକୁ ବନ୍ଧୁ ହିସାବରେ ଗଲେ ଫଳ ଟିକେ କିଣିନେବାକୁ ଭୁଲନ୍ତୁନି । ଆଉ ଫଳ ଦୋକାନକୁ ଗଲେ ଆଗେ ଲାଲ ଟହଟହ ଦେଖାଯାଉଥିବା ସେଓ ଉପରେ ଆପଣଙ୍କ ଆଖି ପଡ଼େ । କାରଣ ଡାକ୍ତର ପରା କହିଛନ୍ତି ପ୍ରତିଦିନ ସେଓ ଖାଇବା ମଣିଷକୁ ସୁସ୍ଥ ରଖେ । ତେଣୁ ଅନେକ ପ୍ରତିଦିନ ନିଜ ଖାଦ୍ୟ ସାରଣୀରେ ଫଳ ରଖନ୍ତି । ଅଧିକାଂଶ ସେଓ ଖାଇବାକୁ ଭଲ ପାଆନ୍ତି । କିନ୍ତୁ ଖୁବ୍ କମ ଲୋକ ବୋଧହୁଏ ଜାଣନ୍ତି ଯେଉଁ ସେଓ ଯେତେ ଚିକ୍କଣ ଯେତେ ଆଖି ଦୃଶିଆ ସେ ସେଓ ସେତେ ବିପଦ । କାରଣ ତା ଉପରେ କେମିକାଲ କୋଟିଙ୍ଗ ବା ମହମ କୋଟିଙ୍ଗ ଦିଆଯାଉଛି । ଏନେଇ ପୂର୍ବରୁ ଅନେକ ଖବର ବି ଆସିଛି ।
ଜାଣି ଆଶ୍ଚର୍ଯ୍ୟ ହେବେ ଲାଲ ଓ ଫ୍ରେସ୍ ଦେଖାଯାଉଥିବା ସେଓ ଉପରେ ମହମ କୋଟିଙ୍ଗ ଦିଆଯାଉଛି । କାରଣ ଏହା ସେଓକୁ ଅଧିକ ଦିନ ସତେଜ ରଖିଥାଏ । କିନ୍ତୁ ସେଓକୁ ଆପଣ ଖାଇବା ଉପଯୋଗୀ କରିବାକୁ ଏହାକୁ କେମିକାଲ କୋଟିଙ୍ଗ ଫ୍ରି କରିବାକୁ ପଡ଼ିବ ତ । କିଛି ଘରୋଇ ଉପାୟରେ ଆପଣ ସେଓରୁ କେମିକାଲ କୋଟିଙ୍ଗ ଛଡ଼ାଇପାରିବେ।
ଅଧିକ ପଢ଼ନ୍ତୁ--ମହାପ୍ରଭୁଙ୍କ ପ୍ରତି ଇଏ କି ବ୍ୟବହାର , ବାରାମ୍ବାର ସଚେତନ ପରେ ବି ସୁଧୁରୁନାହାନ୍ତି
ଗରମ ପାଣି, ବ୍ରସ୍ : ସେଓକୁ ଗରମ ପାଣିରେ ବୁଡ଼ାଇ ଏହାକୁ ଏକ ନରମ ବ୍ରସରେ ଘଷନ୍ତୁ । ଏହା ଉପରେ କୋଟିଙ୍ଗ ଥିଲେ ଛାଡ଼ିଯିବ ।
ଭିନେଗାର : ଏକ ପାତ୍ରରେ ୧ ଭାଗ ଭିନେଗାର , ୩ ଭାଗ ପାଣି ନିଅନ୍ତୁ । ସେଓକୁ ଏଥିରେ ୧୦ରୁ ୧୫ ମିନିଟ ବୁଡ଼ାଇ ରଖନ୍ତୁ । ଏହାପରେ ଭଲଭାବେ ରଗଡ଼ି ଧୋଇଦିଅନ୍ତୁ ।
ଲେମ୍ବୁ ରସ, ବେକିଙ୍ଗ ସୋଡ଼ା : ଗୋଟିଏ କପ୍ ପାଣିରେ ୧ ଛୋଟ ଚାମଚ ବେକିଙ୍ଗ ସୋଡ଼ା, ୨ ଛୋଟ ଚାମଚ ଲେମ୍ବୁ ରସ ମିଶାନ୍ତୁ । ଏ ମିଶ୍ରଣରେ ସେଓକୁ ୧୦ ମିନିଟ ବୁଡ଼ାଇ ରଖନ୍ତୁ । ଏହାପରେ ହାତରେ ରଗଡ଼ି ଧୋଇଦିଅନ୍ତି ।
ଲୁଣ ପାଣି : ଲୁଣ ପାଣି ସେଓ ଉପରୁ କେମିକାଲ ଓ ବ୍ୟାକ୍ଟେରିଆ ହଟାଇବାକୁ ସହଜ ଉପାୟ । ସେଓ ଖାଇବା ଆଗରୁ ଏହାର ଚୋପା ଛଡ଼ାଇ ଖାଇବା ସବୁଠୁ ଭଲ ।
କେବଳ ସେଓ ନୁହେଁ ଆଜିକାଲି ଅଧିକାଂଶ ଫଳକୁ ପଚାଇବାକୁ କେମିକାଲ ସ୍ପ୍ରେ କରାଯାଉଥିବା ଅନେକ ସମୟରେ ଅଭିଯୋଗ ହେଉଛି। ତେଣୁ ଡାକ୍ତର କହିଲେ ବି ଫଳ କିଣିବା ସମୟରେ ନିଜ ଆଡ଼ୁ ସତର୍କତା ଆପଣାଇବା ନିହାତି ଜରୁରି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/30/apple-coating-2025-10-30-15-52-01.jpg)