କନକ ବ୍ୟୁରୋ : ୧୦୦ ବର୍ଷ ତଳର ପୁରୁଣା ବଜାର...ଦିନ ଥିଲା ଯେଉଁ ବି ଦ୍ରବ୍ୟ ଖୋଜୁଥିଲେ ଏଠାରେ ମିଳୁଥିଲା। ବଜାରର ନାଁ ଶୁଣିଲେ ଆଖପାଖ ୩ଟି ଜିଲ୍ଲାର ବ୍ୟବସାୟୀ ଓ ଗ୍ରାହକ ଏଠାକୁ ଧାଇଁ ଆସୁଥିଲେ। ଦିନ ତମାମ ଚାଲୁଥିଲା ବ୍ୟବସାୟ, ବ୍ୟବସାୟୀ ମାନେ ଦୁଇ ପଇସା ରୋଜଗାର କରୁଥିବା ବେଳେ ଗ୍ରାହକ ମଧ୍ୟ ଉଚିତ୍ ମୂଲ୍ୟରେ ପରିବା ଓ ହାଟ ସଉଦା କିଣି ନେଉଥିଲେ। ହେଲେ ଆଜିକା ଦିନରେ ଏହି ସାପ୍ତାହିକ ବଜାରଟି ଅବହେଳିତ ଅବସ୍ଥାରେ ପଡ଼ିରହିଛି ।
ଅଧିକ ପଢ଼ନ୍ତୁ :ପଦାରେ ପଡ଼ିଲା ସମ୍ବଲପୁର କୁଚିଣ୍ଡା ବନବିିଭାଗର ଅପାରଗତା, ଲଇଡ଼ାଗୁନା ଜଙ୍ଗଲରୁ କଟିଛି ହଜାର ହଜାର ଗଛ, ବନ ବିଭାଗ ପାଖରେ ନାହିଁ ଉତ୍ତର
ସମ୍ବଲପୁର କୁଚିଣ୍ଡା ଉପଖଣ୍ଡ ଜମନକିରା ରେଙ୍ଗାଲବେଡା ଗାଁର ସାପ୍ତାହିକ ହାଟ। ଦିନ ଥିଲା ଏଠି ରବିବାର ବସୁଥିବା ସାପ୍ତାହିକ ବଜାର ଲୋକାରଣ୍ୟ ହୋଇପଡୁଥିଲା। ହଜାର ହଜାର ଗ୍ରାହକ ଓ ବ୍ୟବସାୟୀ ଏଠାକୁ ଆସି ନିଜ ନିଜର ସାମଗ୍ରୀ କିଣାବିକା କରୁଥିଲେ। ସମୟ ଗଡ଼ିବା ସହ ଏବେ ଏହି ସାପ୍ତାହିକ ବଜାର ଅବହେଳିତ ହୋଇପଡିଛି । ଯୁଆଡେ ଦେଖିଲେ ସିଆଡେ କୁଢକୁଢ ଅଳିଆ, ଆବର୍ଜନା ଓ ମଦବୋତଲ ଗଡୁଛି । ପରିଛନ୍ନ କଥା କହିବା ତ ଦୂରର କଥା, ଦୁର୍ଗନ୍ଧରେ ପୂରା ପରିବେଶ ଫାଟିପଡୁଛି । ଫଳରେ ଆଗଭଳି ବ୍ୟବସାୟୀ ଓ ଗ୍ରାହକ ଏଠାକୁ ଆସିବାକୁ ପସନ୍ଦ କରୁନାହାଁନ୍ତି ।
ଜମନକିରା ବ୍ଲକ ପ୍ରଶାସନ ଅଧିନରେ ଆସୁଛି ଏହି ସାପ୍ତାହିକ ବଜାର। ଜବରଦଖଲକାରୀ ମାନେ ସାପ୍ତାହିକ ବଜାରକୁ ଧସେଇ ପସୁଥିବା ବେଳେ ବ୍ୟବସାୟୀଙ୍କୁ ବ୍ୟବସାୟ କରିବାକୁ ଜାଗା ମିଳୁନି। ଏନେଇ ଅନେକଥର ସ୍ଥାନୀୟ ତହସିଲଦାର ଓ ବିଡିଓଙ୍କ ପାଖରେ ଅଭିଯୋଗ କରାଯାଇଥିଲେ ମଧ୍ୟ କେହି ଏଥିପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ କରାଯାଇଛି ।
ଅଧିକ ପଢ଼ନ୍ତୁ :ଅଧିକ ଲାଭର ଲୋଭ କରିଦେଲା କାଙ୍ଗାଳ: ଚିଟ୍ଫଣ୍ଡ ଠକେଇର ଶିକାର ହେଲେ କୁଚିଣ୍ଡାର ଏକାଧିକ ନିବେଶକ
୧୦୦ ବର୍ଷ ପୁରୁଣା ଏହି ସାପ୍ତାହିକ ହାଟର ଅସ୍ତିତ୍ବ ବଞ୍ଚାଇବା ସହ ପୂର୍ବ ଗାରିମା ଫେରାଇ ଆଣିବାକୁ ପ୍ରଶାସନ କି ପଦକ୍ଷେପ ନେଉଛି ଦେଖିବାକୁ ବାକି ।
Follow Us