କନକ ବ୍ୟୁରୋ :  ପଦାରେ ପଡ଼ିଲା ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବନବିଭାଗର ଅପାରଗତା। କୁଚିଣ୍ଡା ବନବିଭାଗ ଅଧିନରେ ଥିବା ଏକ ଜଙ୍ଗଲରୁ କଟିଛି ହଜାର ହଜାର ଗଛ । ଯାହା ବିଭାଗୀୟ ଅଧିକାରୀଙ୍କ ମୁଖା ଖୋଲିଦେଇଛି ।  ବାମରା ବନଖଣ୍ଡ କୁଚିଣ୍ଡା  ରେଞ୍ଜ ଲଇଡ଼ାଗୁନା ଜଙ୍ଗଲରୁ ବର୍ଷ ବର୍ଷ ଧରି ବିଭିନ୍ନ ମୂଲ୍ୟବାନ ପ୍ରଜାତିର ଗଛ କଟାଯାଉଛି । ଏବେ ଯାଏଁ ପାଖାପାଖି ୩ ରୁ ୪ ଏକର ପରିମିତ ଜଙ୍ଗଲକୁ କାଟି ସଫା କରିଦିଆଗଲାଣି । ଏତେ ଗଛ କିଏ କାଟିଲା କେଉଁ ଉଦ୍ଦେଶ୍ୟରେ କାଟିଲା ତାହା ଜଣାନାହିଁ । କୁଚିଣ୍ଡା ରେଞ୍ଜ ଅଫିସର ଓ ବାମରା ଡିଏଫଓ କହୁଛନ୍ତି ମଠ ପାଇଁ ଜଣେ ବାବା ବୁଦା ଜାତୀୟ ଗଛ କାଟିଥିଲେ ।  ଆମେ ତାଙ୍କୁ ଗିରଫ କରି ହାଜତକୁ ପଠାଇଦେଇଛୁ । ହେଲେ ଜଙ୍ଗଲରେ ଗଛକଟାର ଦୃଶ୍ୟ ଦେଖି ଲାଗୁଛି ବିଭାଗୀୟ ଅଧିକାରୀ ଘଟଣାକୁ ଚାପିଦେବାକୁ ଉଦ୍ୟମ କରୁଛନ୍ତି । ବର୍ଷ ବର୍ଷ ଧରି ଗଛ କଟା ଚାଲୁଥିବା ବେଳେ କେହି ନଜାଣିପାରିବା ସ୍ଥାନୀୟ ଫରେଷ୍ଟ ଗାର୍ଡଙ୍କ ଭୂମିକାକୁ ସନ୍ଦେହ ଘେରକୁ ଆଣିଛି । ଗଛ କାଟିବାକୁ ନେଇ କିଛି ବଡ଼ ଚୁକ୍ତି ହୋଇଥିବା ସନ୍ଦେହ କରାଯାଉଛି ।  

Advertisment