କନକ ବ୍ୟୁରୋ: ଅଧିକ ଲାଭ ଆଶାରେ ନିବେଶ କରି ହରଡ଼ ଘଣାରେ ନିବେଶକ। ଏହି ଚିଟ୍‌ଫଣ୍ଡ ଠକେଇ ଚେର ସମ୍ବଲପୁରରୁ ସାରା ରାଜ୍ୟକୁ ବ୍ୟାପିଛି। କୁଚିଣ୍ଡାରେ ମଧ୍ୟ ଅଧିକ ନିବେଶକ ଥିବା ଜଣାପଡିଛି । ଏମସିଏକ୍ସ ସିଟି କମ୍ପାନୀର ଠକେଇ ଖବର ଆସିବା ପରେ ଚିନ୍ତାରେ ନିବେଶକ ।

Advertisment

କମ୍‌ ବିନିଯୋଗ କରି ଅଧିକ ଲାଭ। ଚିଟ୍‌ଫଣ୍ଡ ସଂସ୍ଥାର ଏଭଳି ପ୍ରଲୋଭନର ଶିକାର ହୋଇଛନ୍ତି ସରକାରୀ ଚାକିରିଆଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀ। ସମସ୍ତେ ଅଧିକ ପାଇବା ଆଶାରେ ନିବେଶ କରି ସର୍ବସ୍ୱ ହରାଇଛନ୍ତି। ଏମ୍‌ସିଏକ୍ସ ସିଟିରେ କୁଚିଣ୍ଡାର ଶତାଧିକ ନିବେଶ କରିଥିବା ଜଣାପଡ଼ିଛି। ପାରୁଅଭାଡ଼ିର ଅନେକ ଲୋକ ନିଜ ଜମିବାଡ଼ି ବିକି ଦେଇଛନ୍ତି। ଆଖି ଲୁହ ଆଖିରେ ମରି, ଆଗକୁ କ'ଣ କରିବେ ସେନେଇ ଚିନ୍ତା ପଡ଼ିଛନ୍ତି। ସବିତା ପଟେଲ ଜମି ବିକି ୧୪ଲକ୍ଷ ଟଙ୍କା ନିବେଶ କରିଛନ୍ତି। ଆଉ ଏବେ ଭାଗ୍ୟକୁ ଆଦରି ନେଇଛନ୍ତି। 

ଲୋକଙ୍କୁ କୋଟିକୋଟି ଟଙ୍କାର ଚୂନ ଲଗାଇଛି ଚିଟ୍‌ଫଣ୍ଡ ସଂସ୍ଥା। ଦିନକୁ ଦିନ ନିବେଶକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଅନେକ ବଡ଼ବଡିଆ ମୁହଁ ଖୋଲୁ ନାହାନ୍ତି। କୁଚିଣ୍ଡା, ଜମନକିରା, ବାମରା ଥାନାରେ ଏନେଇ କୌଣସି ଅଭିଯୋଗ ମଧ୍ୟ ହୋଇନାହିଁ। ତେବେ ଏହି ମହିଳା ଓ ତାଙ୍କ ସ୍ୱାମୀ ୧୫ଲକ୍ଷ ଟଙ୍କା ନିବେଶ କରିଛନ୍ତି। 

ଏବେ ମଧ୍ୟ ଟଙ୍କା ଫେରି ପାଇବା ଆଶାରେ ନେଇ ନିବେଶକ ଆଶା ବାନ୍ଧି ବସିଥିବା ବେଳେ ସଂସ୍ଥା ବିରୋଦ୍ଧରେ ସରକାର କଣ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି, ତାହା ଆଗକୁ ଜଣାପଡ଼ିବ।