ସମ୍ବିତଙ୍କ ଟାର୍ଗେଟ୍‌ରେ ରାହୁଲ : କହିଲେ କେବଳ କାଗଜ ପଢିଦେଲେ ହେବ ନାହିଁ

Advertisment

ଏଥର ବଜେଟ୍‌ ଉପସ୍ଥାପନ ହେବା ପରେ ବିହାରକୁ କେନ୍ଦ୍ର ସରକାର ସର୍ବାଧିକ ଅନୁକମ୍ପା ଦେଇଥିବା ଚର୍ଚ୍ଚା ହେଲା

Updated On

ଏଥର ବଜେଟ୍‌ ଉପସ୍ଥାପନ ହେବା ପରେ ବିହାରକୁ କେନ୍ଦ୍ର ସରକାର ସର୍ବାଧିକ ଅନୁକମ୍ପା ଦେଇଥିବା ଚର୍ଚ୍ଚା ହେଲା

ଅଦ୍ୟତନ ହୋଇଛି
Nitish Sambit

Nitish Sambit Photograph: (kanak News)

କନକ ବ୍ୟୁରୋ: ବିଜେପି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଟାର୍ଗେଟ୍‌ରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । କହିଛନ୍ତି, ପ୍ରିୟଙ୍କାଙ୍କ ଇସାରା ପରେ ସେ ପକେଟ୍‌ରେ କିଛି ରଖିଥିଲେ । ହେଲେ ରାହୁଲ କଣ ରଖିଥିଲେ ପକେଟ୍‌ରେ ସେନେଇ ଏବେ ଚର୍ଚ୍ଚା ଚାଲିଛି । କୁହାଯାଉଛି କି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯେବେ ଇନକମ୍‌ ଟ୍ୟାକ୍ସକୁ ନେଇ ବୟାନ ରଖିଥିଲେ ତାହାକୁ ନେଇ ସମ୍ବିତ ପାତ୍ର ଗୃହରେ ଏକ ଘଟଣା କହିଥିଲେ । ଯାହା ରାହୁଲ ଗାନ୍ଧୀଙ୍କ ସହ ଯୋଡ଼ି ହୋଇଛି । ସମ୍ବିତ କହିଥିଲେ, ପ୍ରତିବର୍ଷ ବଜେଟ୍‌ର ଦିନକ ପୂର୍ବରୁ ବିରୋଧୀ ଦଳ ନେତା କାହାଣୀ ଲେଖି କାଗଜରେ ଆଣନ୍ତି । ଏଥର ମଧ୍ୟ ରାହୁଲ ପକେଟ୍‌ରୁ କାଗଜ ବାହାର କରୁଥିବା ବେଳେ ପକେଟ୍‌ରେ କାଗଜ ରଖିବାକୁ ପ୍ରିୟଙ୍କା ଇସାରା ଦେଇଥିଲେ । ପରେ ପରେ ରାହୁଲ ବି କାଗଜକୁ ପକେଟ୍‌ରେ ରଖିଥିଲେ । 

ପୁଣି ସମ୍ବିତଙ୍କ ଟାର୍ଗେଟ୍‌ରେ ରାହୁଲ 
କହିଲେ ପ୍ରିୟଙ୍କାଙ୍କ ଇସାରାରେ ପକେଟ୍‌ରେ ରଖିଥିଲେ…

ପୂରା ଘଟଣା କହିଲେ ସମ୍ବିତ

ଗୃହରେ ଏଥର କେନ୍ଦ୍ର ସରକାର ବଜେଟ୍‌ ବେଳେ ଅନେକ ଘୋଷଣା କରିଥିଲେ । ଖାସ କରି ୧୨ ଲକ୍ଷ ପର୍ଯ୍ୟନ୍ତ ଟ୍ୟାକ୍ସ ଛାଡ଼ ଘୋଷଣା ହେବା ପରେ ସାଧାରଣ ଜନତା ଏହାକୁ ସ୍ବାଗତ ବି କରିଥିଲେ । ହେଲେ ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ କେମିତି ପ୍ରଶ୍ନବାଣରେ ଘାଇଲା କରିବେ ସେନେଇ ବାଟ ପାଇନଥିଲେ । ହେଲେ ରାହୁଲ ଗାନ୍ଧୀ ପୂର୍ବରୁ କାହାଣୀ ଲେଖିକି ରଖିଥିଲେ । ହେଲେ ଏହି ସମୟରେ ଦେଖିବାକୁ ମିଳିଥିଲା କି କଂଗ୍ରେସର ଅନ୍ୟ ସାଂସଦ ଓ ପ୍ରିୟଙ୍କା ଗାନ୍ଧୀ କାଗଜକୁ ପକେଟ୍‌ରେ ରଖିବାକୁ କହିଥିଲେ । କାରଣ ରାହୁଲ ଜାଣିଥିଲେ ସେହି କାଗଜରେ ଲେଖାଯାଇଛି ଏଥର ବଜେଟ୍‌ରେ ମଧ୍ୟବିତ୍ତଙ୍କ ଲାଗି କିଛି ନାହିଁ । ତେଣୁ ରାହୁଲ ଗାନ୍ଧୀ କାଗଜ ପଢିଥିଲେ କଂଗ୍ରେସ ଲାଗି ଅଡୁଆ ବଢିଥାଆନ୍ତା ବୋଲି ସମ୍ବିତ କହିଛନ୍ତି । 

ସେଓଠୁ ଭଲ ମଖାନା

ଏଥର ବଜେଟ୍‌ ଉପସ୍ଥାପନ ହେବା ପରେ ବିହାରକୁ କେନ୍ଦ୍ର ସରକାର ସର୍ବାଧିକ ଅନୁକମ୍ପା ଦେଇଥିବା ଚର୍ଚ୍ଚା ହେଲା । ଏନେଇ ବି ସମ୍ବିତ କହିଛନ୍ତି, ପ୍ରତିବର୍ଷ ବିହାରକୁ ଅଧିକ ଆର୍ଥିକ ସହାୟତା ଦିଆଯାଉଛି । ଆମେ ସମସ୍ତେ ଜାଣନ୍ତି ବିକାଶ ପାଇଁ ଏହି ଟଙ୍କା ଦିଆଯାଉଛି । କେନ୍ଦ୍ରରେ ମୋଦୀ ସରକାର ଆସିବା ପରେ ପ୍ରତିରାଜ୍ୟର ବିକାଶ ଲାଗି ଚେଷ୍ଟା କରାଯାଉଛି । ତେଣୁ ବିହାରରେ ଏଥର ମଖାନା ବୋର୍ଡ କରିବାକୁ ଅର୍ଥ ବ୍ୟୟବରାଦ ହୋଇଛି । ଗୋଟିଏ ରାଜ୍ୟର ବିକାଶ ହେଲେ ଆମେ ସମସ୍ତେ ତାହାକୁ ସ୍ବାଗତ କରିବା ଦରକାର । ଏହାସହ ସମ୍ବିତ କହିଛନ୍ତି, ମଖାନା ସେଓଠୁ ବି ଅଧିକ ଭଲ । ଯେଉଁମାନେ ନିଇତି ମଖାନା ଖାଉଛନ୍ତି ସେମାନେ ତାହାର ଉପକାରିତା ଜାଣିଛନ୍ତି ବୋଲି ସମ୍ବିତ କହିଛନ୍ତି । 

ନୀତିଶଙ୍କୁ ନେଇ ବଡ଼ ବୟାନ ଦେଲେ ସମ୍ବିତ

ବିହାର ବିଧାନସଭା ନିର୍ବାଚନ ଆସୁଥିବାରୁ ସେହି ରାଜ୍ୟକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି । କୁହାଯାଉଛି କି, ନୀତିଶ ଏଥର ଏନଡିଏରେ ନୁହେଁ ଇଣ୍ଡି ମେଣ୍ଟରେ ଯୋଗ ଦେଇ ବିଧାନସଭା ନିର୍ବାଚନ ଲଢିବେ । ଏହି ଚର୍ଚ୍ଚା ଏବେର ନୁହେଁ ବରଂ ଡିସେମ୍ବରରୁ ହେଲାଣି । କୁହାଯାଉଥିଲା କି ପ୍ରତିଥର ମକର ସଂକ୍ରାନ୍ତି ପୂର୍ବରୁ ଦଳ ବଦଳାଆନ୍ତି ନୀତିଶ । ହେଲେ ମକର ଯାଇ ଶିବରାତ୍ରୀ ହେଲାଣି କିନ୍ତୁ ନୀତିଶ ଏନଡିଏରେ ଅଛନ୍ତି । ଚର୍ଚ୍ଚାତପ ଆହୁରି ଖୋରାକ ଯୋଗାଇଥିଲା ପୂର୍ବତନ ଦିବଙ୍ଗତ ପିଏମ ଡକ୍ଟର ମନମୋହନ ସିଂହଙ୍କ ଶେଷ ଦର୍ଶନ ବେଳେ ନୀତିଶ ଦିଲ୍ଲୀ ଯାଇଥିଲେ ହେଲେ ବିଜେପି ନେତାଙ୍କୁ ଭେଟିନଥିଲେ ବରଂ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିଥିଲେ ।

ପରେ ପରେ ଅମିତ ଶାହା ବିହାର ଗସ୍ତରେ ଯାଇଥିଲେ । ସେପଟେ ଦିଲ୍ଲୀ ସିଏମଙ୍କ ଶପଥ ଗ୍ରହଣକୁ କାହିଁକି ନୀତିଶ ଆସିଲେ ନାହିଁ ବୋଲି ପ୍ରଶ୍ନର ଉତ୍ତର ଦେଇଛନ୍ତି ସମ୍ବିତ । କହିଛନ୍ତି, ବର୍ତ୍ତମାନ ଅନେକ ରାଜ୍ୟରେ ବଜେଟ୍‌ ଅଧିବେଶ ଚାଲିଛି ତ ଆଉ କେଉଁଛି ପ୍ରଗତିଯାତ୍ରା ଚାଲିଛି । ତେଣୁ ଦିଲ୍ଲୀ କାର୍ଯ୍ୟକ୍ରମକୁ ଅନେକ ନେତା ଆସିପାରିଲେ ନାହିଁ । ବିହାରରେ କୌଣସି ରାଜନୈତିକ ଅସ୍ଥିରତା ନାହିଁ । ନୀତିଶ ଏନଡିଏ ସହ ଅଛନ୍ତି, ଆଗାମୀ ଦିନରେ ବି ରହିବେ । ବିଧାନସଭା ନିର୍ବାଚନ ଆମେ ସାଙ୍ଗ ହୋଇ ଲଢିବୁ, ନୀତିଶ ନେତୃତ୍ବ ନେବେ । ଆରଜେଡି କେବଳ ରାଜନୈତିକ ବୟାନ ଦେଉଛି ସେମାନଙ୍କ ଦଳକୁ ନେଇ ମିଡିଆ ଚର୍ଚ୍ଚା କରୁ । ହେଲେ ସେମିତି କିଛି ହେବ ନାହିଁ ବୋଲି ସମ୍ବିତ ସ୍ପଷ୍ଟ କରିଛନ୍ତି । ରାଜନୀତି ଲୋକଙ୍କ ଭଲ ଲାଗି କରିବାକୁ ପଡ଼େ, ଖରାପ ଲାଗି ନୁହେଁ ବୋଲି ସମ୍ବିତ କହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe