କନକ ବ୍ୟୁରୋ: ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି ସରକାର । ମୁଖ୍ୟମନ୍ତ୍ରୀ ହେଲେ ରେଖା ଗୁପ୍ତା । ସିଏମ ହେବା ପରେ ସେ ଏମିତି ନିଷ୍ପତ୍ତି ନେଉଛନ୍ତି ଯାହାକୁ ନେଇ ପୁରା ଦେଶରେ ଚର୍ଚ୍ଚା । କାରଣ ମୁଖ୍ୟମନ୍ତ୍ରୀ ଚୌକିରେ ବସୁବସୁ ପୂର୍ବ ସରକାରଙ୍କ ବ୍ୟକ୍ତିଗତ କର୍ମଚାରୀଙ୍କୁ ବଦଳାଇବା ଲାଗି ନିର୍ଦ୍ଦେଶ ଦେଇଥିଲେ । ଏହାସହ ସବୁ ଅଧିକାରୀଙ୍କୁ ନିଜ ମୂଳ ବିଭାଗରେ କାମ କରିବାକୁ ନିର୍ଦ୍ଦେଶ ବି ଜାରି କଲେ । ସ୍ପଷ୍ଟ ବାର୍ତ୍ତା ବି ଦେଲେ କୌଣସି ପ୍ରକାର କଠୋର ନିଷ୍ପତ୍ତି ନେବାରେ ସରକାର କେବେ ପଛଘୁଞ୍ଚା ଦେବ ନାହିଁ ।

Advertisment

ଆସୁ ଆସୁ ଆକ୍ସନ ମୋଡ୍‌ରେ ରେଖା
ପ୍ରତିଶ୍ରୁତି ପାଳନ କରିବା ଦିଗରେ ଦିଲ୍ଲୀ ସରକାର
ଏବେ କେଜ୍ରିୱାଲଙ୍କ ନିଷ୍ପତ୍ତି ଉପରେ ନଜର

ଟ୍ୟୁସନ ହେଲେ ପିଡବ୍ଲ୍ୟୁଡି ଅଧିକାରୀ
ମୌସୁମୀ ପୂର୍ବରୁ ରାସ୍ତା ଓ ନାଳ ସୁଧାରିବାକୁ କଣ୍ଟ

ଶୁକ୍ରବାର ଅପରାହ୍ନରେ ଦିଲ୍ଲୀର ସିଏମ ସରକାରୀ ଅଫିସରଙ୍କର ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ । ଖାସ କରି ପିଡବ୍ଲ୍ୟୁଡି ଅଫିସରଙ୍କୁ କଣ୍ଟ ଦେଇଥିଲେ କି ଆଗାମୀ ମୌସୁମୀ ଋତୁ ପୂର୍ବରୁ ଦିଲ୍ଲୀର ରାସ୍ତା ଓ ନାଳ ସମସ୍ୟା ସୁଧାରିବାକୁ । ଖାଲି ଏତିକି ନୁହେଁ ଆୟୁଷ୍ମାନ ଭାରତକୁ ନେଇ ବଡ଼ ନିଷ୍ପତ୍ତି ନେବା ସହିତ ମହିଳାଙ୍କ ଲାଗି ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମିଳିବା ପରେ କାମ ଜୋରଦାର ଆରମ୍ଭ ହୋଇଥିବା କୁହାଯାଉଛି । 

ପ୍ରତିଶ୍ରୁତି ପୂରଣ କରିବାରେ ବ୍ୟସ୍ତ ନୂଆ ସରକାର

ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଯେଉଁସବୁ ପ୍ରତିଶ୍ରୁତି ଦିଆଯାଇଥିଲା ଦଳ ପକ୍ଷରୁ ତାହାକୁ ପୂରଣ କରିବାକୁ ଆକ୍ସନ ମୋଡ୍‌ରେ ରେଖା ସରକାର । ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି ସରକାର କରିଛି । ଏଥିପାଇଁ ଅନେକ ପ୍ରସ୍ତୁତି କରିବାକୁ ପଡିଥିଲା ନେୋ ଓ କର୍ମୀଙ୍କୁ । କେମିତି ଆପ୍‌ ସରକାରକୁ କ୍ଷମତାରୁ ବିଦା କରାଯିବ ସେନେଇ ରଣନୀତି ବି କଲେ । ଶେଷରେ ଆପ୍‌ ସରକାରର ପତନ ହେଲା, ବିଜେପି ସରକାର କଲା । ଏବେ ସରକାର ଆସିବା ପରେ କେମିତି ଲୋକଙ୍କ ଲାଗି କାମ କରିବେ ସେନେଇ ନୂଆ ନୂଆ ଯୋଜନା କରୁଛନ୍ତି ରେଖା । ସୂଚନା ଅନୁସାରେ, ଦିଲ୍ଲୀ ସରକାର ଆଦୌ ଚାହୁଁନାହାନ୍ତି କୌଣସି ନୂଆ ଯୋଜନାରେ ଡେରି ହେଉ । ସେଇଥି ଲାଗି ତ ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରିବା ଲାଗି ସେ ତୟାରୀ ବି କରୁଛନ୍ତି । 

କେଜ୍ରିୱାଲଙ୍କ ଫୈସଲାକୁ ବର୍ତ୍ତମାନ ଚୁପ୍‌ !

ଦିଲ୍ଲୀରେ ଆପ୍‌ ସରକାର ଥିବା ବେଳେ କେଜ୍ରିୱାଲ ଅଧିକ ଦିନ ସିଏମ ହୋଇଥିଲେ । ଅବଶ୍ୟ ପରବର୍ତ୍ତୀ ସମୟରେ ଆତିଶୀ ଦିଲ୍ଲୀର ସିଏମ ହେଲେ । କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଥିବା ବେଳେ ଯେଉଁ ନିଷ୍ପତ୍ତି ନେଇଥିଲେ ସେନେଇ ବର୍ତ୍ତମାନର ସିଏମ କି ନିଷ୍ପତ୍ତି ନେଉଛନ୍ତି ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କୁହାଯାଉଛି ସିଏମ ଚୌକି ପଛରେ ଦୁଇ ଫଟୋ ଉଠାଯିବ କି ନାହିଁ ସେନେଇ କୌଣସି ନିଷ୍ପତ୍ତି ହୋଇନି । ହେଲେ ଏହି ନିଷ୍ପତ୍ତି ଭାବିଚିନ୍ତି ନୂଆ ସରକାର ନେବ ଏବଂ ଆପ୍‌ ଏହା ଉପରେ ନଜର ରଖିଥିବା କୁହାଯାଉଛି । 

ସିଏମ ଅଫିସରେ ରହିବ କାହା ଫଟୋ ? 

ବର୍ତ୍ତମାନ ସମୟରେ ସିଏମ ଅଫିସ୍‌ରେ ବାବାସାହେବ ଭୀମରାଓ ଆମ୍ୱେଦକର ଓ ଶହୀଦ୍‌ ସର୍ଦ୍ଦାର ଭଗତ ସିଂହଙ୍କର ଫଟୋ ରହିଛି । ଏହି ଫଟୋରୁ ବୁଝାଯାଏ ଦଳିତଙ୍କ ଲାଗି ପ୍ରେରଣାଦାୟୀ ଓ ଅନ୍ୟ ଫଟୋ ଟି ଯୁବପିଢିଙ୍କ ଆଦର୍ଶ । କେଜ୍ରିୱାଲ ଯେବେ ସିଏମ ହେଲେ ସେବେଠାରୁ ଏହି ଫଟୋ ରହିଛି । ପୂର୍ବରୁ ଗୋଟିଏ ପଟେ ରାଷ୍ଟ୍ରପତି ଓ ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିଥିଲା । କେବଳ ଦିଲ୍ଲୀରେ ନୁହେଁ ବରଂ ଅନେକ ରାଜ୍ୟରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିଥିବା ଦେଖିବାକୁ ମିଳେ । 
ବର୍ତ୍ତମାନ ରାଜନୀତି ଫଟୋକୁ ନେଇ

ଦିଲ୍ଲୀରେ ବିଜେପି ସରକାର ଆସିଥିବାରୁ ସିଏମ ଅଫିସ୍‌ରେ ରାଷ୍ଟ୍ରପତି ଓ ପିଏମଙ୍କ ଫଟୋ ଲାଗିବା ନେଇ ଚର୍ଚ୍ଚା ହେଉଛି । ହେଲେ ରେଖା କି ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ନଜର । ଗୋଟିଏ ପଟେ ଦଳୀୟ କଥା ଅନ୍ୟପଟେ ଆଦର୍ଶର କଥା । ତେଣୁ ଭାବିଚିନ୍ତି ନିଷ୍ପତ୍ତି ନେବେ ରେଖା ବୋଲି କୁହାଯାଉଛି ।