କନକ ବ୍ୟୁରୋ :ମହାରାଷ୍ଟ୍ର ରାଜନୀତି କିଛିିଦିନ ଧରି ସ୍ଥିର ରହିବା ପରେ ପୁଣି ହଲଚଲ ଆରମ୍ଭ ହୋଇଛି । ଉଦ୍ଧବ ଠାକରେଙ୍କ ଶିବସେନା ଓ ଅଜିତ୍ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଆଗାମୀ ପଞ୍ଚାୟତ ନିର୍ବାଚନରେ ମେଣ୍ଟରେ ଲଢ଼ିବେ ବୋଲି ଔପଚାରିକ ଭାବେ ଘୋଷଣା କରିଛନ୍ତି । ଦୁଇ ଦଳ ମଧ୍ୟରେ ଏଭଳି ନିଷ୍ପତ୍ତି ରାୟଗଡ଼ ଜିଲ୍ଲାର କର୍ଜତରେ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକ ପରେ ସ୍ଥିର ହୋଇଛି କି,ଜିଲ୍ଲାର ଆଗାମୀ ଜିଲ୍ଲାପରିଷଦ, ପଞ୍ଚାୟତ ସମିତି ଓ ନଗର ପରିଷଦ ନିର୍ବାଚନରେ ମେଣ୍ଟରେ ଲଢିବେ ।
ହଠାତ୍ ବଦଳିଗଲା ଭାଗ୍ୟ ; ରାତାରାତି କୋଟିପତି ବନିଗଲେ ୧୧ ବର୍ଷର ବାଳକ
ରାୟଗଡ଼ରେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ଓ ଅଜିତ ପାୱାରଙ୍କ ଗୋଷ୍ଠୀ ମଧ୍ୟରେ ଦୀର୍ଘଦିନ ହେବ ରାଜନୈତିକ ଲଢ଼େଇ ଜାରି ରହିଛି । ଏହାକୁ ପାଲକମନ୍ତ୍ରୀ ପଦ ବିବାଦ ବୋଲି ସମସ୍ତେ ଜାଣିଛନ୍ତି । ରାଷ୍ଟ୍ରବାଦୀ କଂଗ୍ରେସ ସାଂସଦ ସୁନିଲ ତଟକରେ ଓ ଏକନାଥ ସିନ୍ଦେ ଗୋଷ୍ଠୀର ନେତା ଭରତ ଗୋଗାବଲେ ମଧ୍ୟରେ ଲଗାତାର ଭାବେ ଆରୋପ ପ୍ରତ୍ୟାରୋପ ଚାଲିଛି । ଯାହାକୁ ନେଇ ଏକନାଥ ସିନ୍ଦେ ଓ ଅଜିତ ପାୱାରଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଶନିବାର ଦିନ ରେଡିସନ ବ୍ଲୁ ହୋଟେଲରେ ଅଜିତ ପାୱାରଙ୍କ ଦଳର ବରିଷ୍ଠ ନେତା ଓ ଉଦ୍ଧବ ଠାକରେ ଗୋଷ୍ଠୀର ବରିଷ୍ଠ ନେତାଙ୍କ ଏକ ବୈଠକ ହୋଇଥିଲା । ଏଠାରେ ମିଳିତ ଭାବେ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନିଆଯାଇଛି ।
ରୁଷ ଉପରେ ୟୁକ୍ରେନର ବଡ଼ ଆଟାକ୍; ବନ୍ଦର କ୍ଷତିଗ୍ରସ୍ତ, ଜଳୁଛି ତେଲ ଟର୍ମିନାଲ
ଗତ ନିର୍ବାଚନରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ସୁଧାକର ଘାରେ ସ୍ୱାଧୀନ ଭାବେ ନିର୍ବାଚନ ଲଢି ଅଳ୍ପ ଭୋଟ ଅନ୍ତରରେ ପରାଜିତ ହୋଇଥିଲେ । ସେହିଭଳି ଉଦ୍ଧବ ଠାକରେଙ୍କ ଶିବସେନା ତରଫରୁ ନୀତିନ ସାୱନ୍ତ ତୃତୀୟ ସ୍ଥାନରେ ଥିଲେ । ଏବେ ଉଭୟ ଦଳ ଏକାଠି ନିର୍ବାଚନ ଲଢି ଏକନାଥ ସିନ୍ଦେ ଗୋଷ୍ଠୀକୁ ଟକ୍କର ଦେବାକୁ ଅଣ୍ଟା ଭିଡ଼ିଛନ୍ତି ।
ଇତିହାସ ରଚିବ ଭାରତର 'ବାହୁବଳୀ' ! ଜାଣନ୍ତୁ ଏହାର ୧୦ଟି ରୋଚକ ତଥ୍ୟ
ଉଦ୍ଧବ ଗୋଷ୍ଠୀ ଓ ଅଜିତ୍ ପାୱାର ଗୋଷ୍ଠୀ ମେଣ୍ଟରେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେବା ପରେ ଏକନାଥ ସିନ୍ଦେଙ୍କ ପାଇଁ ଅଡ଼ୁଆ ସୃଷ୍ଟି ହୋଇଛି । କାରଣ ଏବେ ବି ରାଜ୍ୟରେ ଏକନାଥ ସିନ୍ଦେଙ୍କ ଶିବସେନା, ଅଜିତ୍ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ବିଜେପି ସହ ମିଳିତ ସରକାରରେ ରହିଛନ୍ତି । ଏକନାଥ ସିନ୍ଦେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପଦରେ ଥିବା ବେଳେ ଅଜିତ୍ ପାୱାର ଅର୍ଥମନ୍ତ୍ରୀ ପଦରେ ରହିଛନ୍ତି । ଏହି ପଂଚାୟତ ନିର୍ବାଚନ ପାଇଁ ମେଣ୍ଟ ଆଗକୁ ରାଜ୍ୟରେ ଥିବା ମେଣ୍ଟ ସରକାର ଉପରେ ପ୍ରଭାବ ପକାଇବନି ତ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/02/maharastra-2025-11-02-13-57-16.jpg)