କନକ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭାରେ ବିଜେପି ନେତୃତ୍ବାଧୀନ ମହାୟୁତିର ବିଜୟ ପରେ ରାଜ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ। ଯଦିଓପି ଶିବସେନା ନେତା ତଥା ମୁଖ୍ୟମନ୍ତ୍ରୀ  ଏକନାଥ ସିନ୍ଦେ ଙ୍କ ସାମ୍ୱାଦିକ ସମ୍ମିଳନୀରୁ ଏହା ସ୍ପଷ୍ଟ ହୋଇଛି ଯେ, ମୁଖ୍ୟମନ୍ତ୍ରୀ ପଦ ବିଜେପିକୁ ହିଁ ଯିବ । ବର୍ତମାନ ସୁଦ୍ଧା ଅନୁମାନ କରାଯାଉଥିଲା ଏକ ନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଜିଦରେ ଅଟଳ ଅଛନ୍ତି  । କିନ୍ତୁ ସାମ୍ବାଦିକ ସମ୍ମିଳନୀ କରି ସେ ମୁଖ୍ୟମନ୍ତ୍ରୀ ପଦ ବଲ ବିଜେପି କୋର୍ଟରେ ଫିଙ୍ଗିଛନ୍ତି । ଏକନାଥ ସିନ୍ଦେ କହିଛନ୍ତି,  ମୁଖ୍ୟମନ୍ତ୍ରୀ ପଦ ପାଇଁ ତାଙ୍କର ଲାଳସା ନଥିଲା ଓ ଏହି ପଦ ପାଇଁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ ଯାହା ନିଷ୍ପତ୍ତି ନେବେ ତାହାକୁ ସେ ମାନିବେ । ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ  ମହାୟୁତିକୁ ୨୩୦ ଆସନ ମିଳିଛି । ବିଜେପି ଏକାକୀ ୧୩୨  ଆସନ ଜିତିଛି, ଯାହା ବହୁମତଠାରୁ ୧୩ ଆସନ  କମ୍ । ଏବେ କୁହାଯାଉଛି, ବିଜେପି ନେତା ତଥା ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡାନାଭିସ  ମୁଖ୍ୟମନ୍ତ୍ରୀ ରେସରେ ଆଗରେ ଅଛନ୍ତି । କାଲି ଦିଲ୍ଲୀରେ ବୈଠକ ବସି ଏ ନେଇ ମୋହର ବାଜିବା ସମ୍ଭାବନା ରହିଛି ।

Advertisment

ଏବେ ଆସନ୍ତୁ ଦେଖିବା କାହିଁକି ବ୍ୟାକଫୁଟକୁ ଗଲେ ଏକନାଥ ସିନ୍ଧେ । କାରଣ ପ୍ରଥମରୁ ହିଁ  ବିଧାୟକ ଦଳ ନେତା ଚୟନ କରି ବିଜେପି ଉପରେ ଚାପ ପକାଇଥିଲା ଶିବସେନା । ସିନ୍ଧେ ବ୍ୟାକଫୁଟକୁ ଯିବାର ପ୍ରମୁଖ କାରଣ ହେଉଛି

-ମୁଖ୍ୟମନ୍ତ୍ରୀ ପଦ ନେଇ କୌଣସି ସାଲିସ କରାଯିବନି ବୋଲି ବିଜେପିର ସ୍ପଷ୍ଟ ସନ୍ଦେଶ 
-ବିଜେପିର ଜଣେ ବଡ ନେତା ଏ ନେଇ କମ୍ପରମାଇଜ କରାଯିବନି ବୋଲି ସିନ୍ଦେଙ୍କୁ କହିଥିବା ସୂଚନା
-ବିଜେପି ପାଖରେ ଅଧିକ ଆସନ, ବହୁମତଠାରୁ ୧୩ ଆସନ ଦୂରରେ
-ବିଜେପି ନିକଟରେ ଏକାକୀ ସରକାର ଗଢିବାର କ୍ଷମତା
-ବିଏମସି ନିର୍ବାଚନରେ ହିନ୍ଦୁ ଭୋଟ ଭୟ
-ବିଜେପି ନେତା ଦେବେନ୍ଦ୍ର ଫଡନାଭିସ  ମୁଖ୍ୟମନ୍ତ୍ରୀ ରେସରେ ସବୁଠାରୁ ଆଗରେ