କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରେ ଫେରିବ କି ପୁରୁଣା ଯୁଗ ? କାରଣ ଏକନାଥ ସିନ୍ଦେ, ରାଜ୍ ଠାକରେ ଓ ଉଦ୍ଧବ ଠାକରେଙ୍କ ବୟାନ ପରେ ଏମାନେ ପୁଣି ଏକାଠି ହେଉଥିବା ସମ୍ଭାବନା ଦେଖା ଦେଇଛି । ପ୍ରଥମେ ଜାଣିବା ରାଜ୍ ଠାକରେ କ'ଣ କହିଛନ୍ତି । ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳି ମହେଶ ମଞ୍ଜେରକରଙ୍କ ସହ ପୋଡକାଷ୍ଟ ବେଳେ ରାଜ୍ ଠାକରେ କହିଛନ୍ତି କି, ମହାରାଷ୍ଟ୍ରର ଅସ୍ତିତ୍ୱ ଆଗରେ ଛୋଟ ଛୋଟ ବିବାଦକୁ ନଜର ଆଢୁଆଳ କରିବା କଥା । ପୁଣି ଥରେ ଉଦ୍ଧବ ଠାକରେଙ୍କ ସହ ମିଶିବା କିଛି ବଡ଼ କଥା ନୁହେଁ । ହେଲେ ଏହା ମୋ ଉପରେ ନିର୍ଭର କରେ । ରାଜ୍ ଠାକରେଙ୍କ ଏଭଳି ବୟାନକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହେବାରେ ଲାଗିଛି । 

Advertisment

ସେପଟେ ରାଜ୍ ଠାକରେଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ସେ କହିଛନ୍ତି କି, ପୂର୍ବ ଶତ୍ରୁତାକୁ ସମାପ୍ତ କରିବାକୁ ପ୍ରସ୍ତୁତ ଅଛି । ହେଲେ ଉଦ୍ଧବ ରାଜ ଠାକରେଙ୍କ ସାମ୍ନାରେ ଏକ ସର୍ତ୍ତ ରଖିଛନ୍ତି । ସେ କହିଛନ୍ତି କି, ଯିଏ ବି ହେଉ, ଯଦି ମହାରାଷ୍ଟ୍ରବାସୀଙ୍କ ବିରୋଧରେ କାମ କରିବ ତାଙ୍କୁ ଘରକୁ ଡାକିବି ନାହିଁ । ଏହାସହ ସେ କହିଛନ୍ତି କି, ମହାରାଷ୍ଟ୍ରର ବିକାଶ ପାଇଁ ପୂର୍ବରୁ ଥିବା କିଛି ନିରର୍ଥକ ଝଗଡାକୁ ସମାପ୍ତ କରିବାକୁ ଚାହୁଁଛି । ଏହାସହ ସେ ରାଜ୍ ଠାକରେଙ୍କୁ ଟାର୍ଗେଟ୍ କରି କହିଛନ୍ତି କି, ଯେତେବେଳେ ମୁଁ ମହାରାଷ୍ଟ୍ରର ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ଗୁଜରାଟ ନିଆଯାଉଥିବାକୁ ବିରୋଧ କରୁଥିଲି, ସେତେବେଳେ ଯଦି ରାଜ୍ ଠାକରେ ମୋତେ ସମର୍ଥନ କରିଥାନ୍ତେ ତେବେ ଆଜି ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧିନ ସରକାର ନଥାନ୍ତା । କି କେନ୍ଦ୍ରରେ ବି ବିଜେପି ସରକାର ନଥାନ୍ତା । ଏହାସହ ସେ ରାଜ୍ ଠାକରେଙ୍କୁ ସିଧା ସିଧା କହିଛନ୍ତି କି, ଯେଉଁମାନେ ମହାରାଷ୍ଟ୍ରର ବିକାଶ ଚାହୁଁଛନ୍ତି ସେମାନେ ଆମ ସହିତ ଆସିପାରିବେ । 

ଅନ୍ୟପଟେ ଏକନାଥ ସିନ୍ଦେ ପୁଣି ଉଦ୍ଧବ ଗୋଷ୍ଠୀକୁ ଫେରୁଥିବା ଚର୍ଚ୍ଚା ଭିତରେ ସଂଜୟ ରାଉତ କହିଛନ୍ତି କି, ଯଦି ରାଜ୍ ଠାକରେ ମହାରାଷ୍ଟ୍ରର ବିନାଶ ଚାହୁଁଥିବା ଗୋଷ୍ଠୀରୁ ଦୂରେଇ ଯିବେ ତେବେ ଏ ବାବଦରେ ରାଜ୍ ଠାକରେଙ୍କ ସହ ଆଲୋଚନା କରିବେ । 

ଅନ୍ୟପଟେ ଏହି ବୟାନକୁ ନେଇ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି କି, ଏହି ଭେଟ କେବଳ ଏକ ସାମାନ୍ୟ ଭେଟ ଥିଲା । ମେଣ୍ଟକୁ ନେଇ କୌଣସି ଚର୍ଚ୍ଚା ହୋଇନାହିଁ । ରାଜ୍ ଠାକରେ ଲୋକସଭା ନିର୍ବାଚନ ବେଳେ ଆମ ସହିତ ଥିଲେ । ତାଙ୍କ ବିଚାର ଓ ଆମ ବିଚାର ମେଳ ଖାଉଛି । ଏହାକୁ ନେଇ ବିରୋଧୀ ଚିନ୍ତା କରିବାର ଆବଶ୍ୟକତା ନାହିଁ । ବାଲାସାହେବଙ୍କ ସମୟରେ ମୁଁ ଓ ରାଜ୍ ଠାକରେ ମିଳିତ ଭାବେ କାମ କରୁଥିଲୁ, କିଛି କାରଣ ପାଇଁ ଆମେ କିଛିଦିନ ଅଲଗା ହୋଇଯାଇଥିଲୁ । ପ୍ରତି ଭେଟଘାଟକୁ ନେଇ ରାଜନୈତିକ ଅର୍ଥ ବାହାର କରିବା ଉଚିତ୍ ନୁହେଁ