କନକ ବ୍ୟୁରୋ : ଭାଗ୍ୟ କେତେବେଳେ କାହାର ବଦଳିବ ତାହା କେହି ଜାଣନ୍ତି ନାହିଁ । ଆଜି ଯିଏ କୋଟିପତି ତ କାଲି ଗରିବ , ଆଜି ଯିଏ ଗରିବ ତ କାଲି କୋଟିପତି ମଧ୍ୟ ହୋଇପାରେ । ମାଆ ଲଷ୍ମୀ କାହା ଉପରେ କେତେବେଳେ ବି ବର୍ଷା କରିପାରନ୍ତି । ଠିକ୍ ସେମିତି କିଛି ଘଟିଛି ପଞ୍ଜାବର ଜଣେ କୁନି ପୁଅ ସହ , ଯିଏ କି ନିଜ ପଇସାର ମୂଲ୍ୟା କଣ ନ ବୁଝିଥିବା ବୟସରେ ପାଲଟି ଯାଇଛନ୍ତି କୋଟିପତି ।
ପଞ୍ଜାବର ଲୁଧିଆନାର ୧୧ ବର୍ଷୀୟ ଆରବ ରାତାରାତି ପାଲଟି ଯାଇଛନ୍ତି କୋଟିପତି । ଦୀପାବଳି ପୂର୍ବରୁ କିଣାଯାଇଥିବା ପଞ୍ଜାବ ଷ୍ଟେଟ୍ ଡିଅର୍ ଦିୱାଲି ବମ୍ପର ଲଟେରୀ ଏହି କୁନି ପୁଅକୁ କୋଟିପତି କରିଦେଲା । ଆରବ ୧ କୋଟି ଲଟେରି ଜିତି ତାଙ୍କ ପରିବାରରେ ଖୁସି ଆଣିଦେଇଛି ।
ଅଧିକ ପଢ଼ନ୍ତୁ--ମେକ୍ସିକୋର ସୁପରମାର୍କେଟରେ ଭୟାଭହ ବିସ୍ଫୋରଣ, ଚାଲିଗଲା ୨୩ ଜୀବନ
ସୂଚନା ମୁତାବକ ଆରବ ହୋସିଆରପୁରର ବାସିନ୍ଦା , ସେ ବର୍ତ୍ତମାନ ତାଙ୍କ ମାମୁଁ କରଣଙ୍କ ସହ ଲୁଧିଆନାର ହାଇବୋୱାଲରେ ରୁହନ୍ତି । କିଛି ଦିନ ପୂର୍ବରୁ ଆରବ ତାଙ୍କ ମାମୁଁଙ୍କ ସହିତ ବଜାର ଯାଇଥିଲେ । ଲଟେରୀ ଦୋକାନରେ ଭିଡ଼ ଦେଖି ସେ ଟିକେଟ୍ କିଣିବାକୁ ଜିଦ୍ କରିଥିଲେ । ପ୍ରଥମେ ତାଙ୍କ ମାମୁଁ ମନା କରିଥିଲେ, କିନ୍ତୁ ଆରବଙ୍କ ଜିଦ୍ ତାଙ୍କୁ ଶେଷରେ ଟିକେଟ୍ କିଣିବାକୁ ରାଜି କରାଇଥିଲା ଏବଂ ସେ ଏହାକୁ ଗାନ୍ଧୀ ବ୍ରଦର୍ସଙ୍କ ଦୋକାନରୁ କିଣିଥିଲେ ।
ଶୁକ୍ରବାର ରାତିରେ ଲଟେରୀ ଡ୍ର ଫଳାଫଳ YouTube ରେ ପୋଷ୍ଟ କରାଯାଇଥିଲା । କରଣ ଟିକେଟ୍ ନମ୍ବର ସହିତ ମେଳ ଖାଇଲେ ଏବଂ ଦେଖିଲେ ଯେ ଆରବଙ୍କ ନାମରେ କିଣାଯାଇଥିବା ଟିକେଟ୍ ୧ କୋଟି ଟଙ୍କାର ପୁରସ୍କାର ଜିତିଛି । ଏହା ପରେ ପରିବାର ଖୁସି ହୋଇଥିଲେ । ଦୋକାନ ବାହାରେ ଢୋଲ ବଜାଯାଇଥିଲା ଏବଂ ମିଠା ବଣ୍ଟନ କରାଯାଇଥିଲା । ଲୋକମାନେ ମଧ୍ୟ ଅଭିନନ୍ଦନ ଜଣାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/02/aarav-becomes-millionaire-2025-11-02-13-14-33.jpg)