କନକ ବ୍ୟୁରୋ : ବର୍ଷ ୨୦୨୫ ର ମହାକୁମ୍ଭ ମେଳାରେ ଯେଉଁ ଚେହେରା ରାତାରାତି ଭାଇରାଲ୍ ହୋଇ ଅଜସ୍ର ପ୍ରଶଂସା ସାଉଁଟିଥିଲା ସେ ଥିଲେ ‘ଭାଇରାଲ୍ ଗାର୍ଲ-ମୋନାଲିସା ।’ ତାଙ୍କର ସରଳପଣ ସୋସିଆଲ୍ ମିଡିଆ ୟୁଜର୍ସଙ୍କ ଧ୍ୟାନ ଆକର୍ଷଣ କରିବା ସହ ତାଙ୍କର ସୁନ୍ଦର ଆଖି ସମସ୍ତଙ୍କୁ ମତୁଆଲା କରିଥିଲା । ମୋନାଲିସାଙ୍କ ମାଳା ବିକ୍ରି କରିବାର ଶୈଳୀ ଏତେ ଆକର୍ଷିତ ଥିଲା ଯେ ରାତାରାତି ସେ ଅଭାବୀ ଝିଅରୁ ସୋସିଆଲ୍ ମିଡିଆ ସେନସେସନ୍ ପାଲଟି ଯାଇଥିଲେ । ବର୍ତ୍ତମାନର ସମୟରେ ମୋନାଲିସା ବଲିଉଡର ଅନେକ ମ୍ୟୁଜିକ୍ ଭିଡିଓରେ ନଜର ଆସୁଛନ୍ତି । ସଂକ୍ଷେପରେ କହିବାକୁ ଗଲେ ଗୋଟିଏ ଛୋଟିଆ ଭିଡିଓ ଜଣେ ଝିଅର ଭାଗ୍ୟ ପରିବର୍ତ୍ତନ କରିଦେଲା । ତେବେ ବର୍ତ୍ତମାନ ୨୦୨୬ ମାଘ ମେଳା ଆରମ୍ଭ ହେବା ସହିତ ସମାନ ଦୃଶ୍ୟ ପୁଣିଥରେ ଦେଖିବାକୁ ମିଳୁଛି । ମୋନାଲିସାଙ୍କ ପରେ ଦୁଇ ନୂଆ ଝିଅ ଅଫସାନା ଏବଂ ବାସମତୀ ଭାଇରାଲ୍ ହେବାରେ ଲାଗିଛନ୍ତି । କେବଳ ଭାଇରାଲ୍ ନୁହେଁ ଆକର୍ଷଣର କେନ୍ଦ୍ରବିନ୍ଦୁ ମଧ୍ୟ ପାଲଟିଛନ୍ତି । ମାଘ ମେଳାରେ ଅଫସାନା ଏବଂ ବାସମତୀ ମାଳା ବିକ୍ରୟ କରୁଥିବାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଲୋକମାନେ ଦୁଇ ଯୁବତୀଙ୍କୁ ମୋନାଲିସା ୨.୦ ବୋଲି ଡାକୁଛନ୍ତି । ମେଳାକୁ ଆସୁଥିବା ପରିଦର୍ଶକ ସେମାନଙ୍କ ସହିତ ସେଲଫି ନେଉଛନ୍ତି, ଭିଡିଓ ଉତ୍ତୋଳନ କରୁଛନ୍ତି ଏବଂ ଦୁହିଁଙ୍କୁ ପ୍ରଶଂସା ମଧ୍ୟ କରୁଛନ୍ତି । ସୋସିଆଲ୍ ମିଡିଆ ୟୁଜର୍ସ କହୁଛନ୍ତି ଏହି ଦୁଇ ଯୁବତୀ ଖୁବଶୀଘ୍ର ମାଘ ମେଳାର ନୂଆ ଭାଇରାଲ୍ ମୁହଁ ହେବାକୁ ଯାଉଛନ୍ତି ।
୨୦୨୫ ର ଭାଇରାଲ୍ ଚେହେରା ; କିଏ ମହାକୁମ୍ଭରୁ ମନ ଜିଣିଲେ ତ ଆଉ କିଏ ରାସ୍ତା କଡ଼ରୁ ଚର୍ଚ୍ଚା ସାଉଁଟିଲେ
/filters:format(webp)/kanak/media/media_files/2026/01/07/viral-2026-01-07-13-22-26.jpg)
ମୋନାଲିସାଙ୍କ ପରି ଅଫସାନା ଏବଂ ବାସମତୀ ମାଘ ମେଳାକୁ ମାଳା ବିକ୍ରି କରିବାକୁ ଆସିଥିଲେ । କିନ୍ତୁ ସୋସିଆଲ ମିଡିଆ ଯୋଗୁଁ ଦୁହେଁ ହଠାତ୍ ଚର୍ଚ୍ଚାକୁ ଆସିଛନ୍ତି । ମେଳାରେ ଅଫସାନା ମାଳା ବିକୁଥିବା ବେଳେ ବାସମତୀ ମଧ୍ୟ ଦାନ୍ତକାଠି ବିକ୍ରି କରୁଛନ୍ତି । ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲା ବାସିନ୍ଦା ଅଫସାନା ପନୱାର କହିଛନ୍ତି ଯେ ମୋନାଲିସା ହେଉଛନ୍ତି ତାଙ୍କ ମାଉସୀଙ୍କ ଝିଅ ଏବଂ ସେ ମୋନାଲିସା ହେବାକୁ ଆସିନାହାନ୍ତି । ସେ କେବଳ ମାଳା ବିକ୍ରି କରି ଘରକୁ ଚାଲିଯିବେ। ତେବେ ଅଫସାନା ତାଙ୍କ ପିତାମାତାଙ୍କ ସହ ମାଳା ବିକୁଛନ୍ତି । ବର୍ତ୍ତମାନ ତାଙ୍କ ଫଟୋ ଏବଂ ଭିଡିଓଗୁଡ଼ିକ ଦ୍ରୁତ ଗତିରେ ଭାଇରାଲ ହେଉଛି । ଅଫସାନା ଭଳି ମାଘ ମେଳାକୁ ଆସିଥିବା ବାସୁମତୀ ମଧ୍ୟ ଏବେ ଟ୍ରେଣ୍ଡରେ ଅଛନ୍ତି । ଇଣ୍ଟରନେଟରେ ତାଙ୍କୁ "ନୂଆ ମୋନାଲିସା" ବୋଲି ଡକାଯିବା ସହିତ ଲୋକ ତାଙ୍କ ଆଖିର ପ୍ରଶଂସା କରୁଛନ୍ତି । ପାରମ୍ପରିକ ପୋଷାକ ଏବଂ ଅଳଙ୍କାର ପିନ୍ଧି ବାସୁମତୀ ମାଘ ମେଳାରେ ଦାନ୍ତକାଠି ବିକ୍ରି କରୁଛନ୍ତି । ବାସୁମତୀ କୁହନ୍ତି ‘‘ଗ୍ରାହକ ପ୍ରତିଦିନ ମୋର ଇଣ୍ଟରଭ୍ୟୁ ନେଉଛନ୍ତି । ଏହା ମୋ କାମକୁ ପ୍ରଭାବିତ କରୁଛି । ଲୋକମାନେ ଦାନ୍ତ କାଠି ନେବାକୁ କମ୍ ଏବଂ ଭିଡିଓ କରିବାକୁ ଅଧିକ ଆସୁଛନ୍ତି ।’’
ତେବେ ଆପଣଙ୍କୁ ଏଠାରେ କହିରଖୁଛୁ ଯେ ମୋନାଲିସା ମଧ୍ୟପ୍ରଦେଶର ମହେଶ୍ୱରରୁ ଆସିଥିଲେ । ମହାକୁମ୍ଭମେଳାରେ ତାଙ୍କ ମାଳା ବିକ୍ରୟର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତାଙ୍କର ଲୋକପ୍ରିୟତା ଏତେ ବୃଦ୍ଧି ପାଇଥିଲା ଯେ ତାଙ୍କ ପ୍ରତିଛବି ଥିବା ଟି-ସାର୍ଟ ବିକ୍ରି ହେବା ଆରମ୍ଭ ହୋଇଥିଲା । ପରେ ବଲିଉଡ ନିର୍ଦ୍ଦେଶକ ସନୋଜ ମିଶ୍ର ତାଙ୍କୁ ଏକ ଫିଲ୍ମ ଅଫର କରିଥିଲେ ଏବଂ ମୋନାଲିସା ରାତାରାତି ଘରେ ଘରେ ଲୋକପ୍ରିୟ ହୋଇଗଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2026/01/07/maghmela-girl-2026-01-07-13-17-34.jpg)