କନକ ବ୍ୟୁରୋ: ମହାକୁମ୍ଭର ଭାଇରାଲ ସୁନ୍ଦରୀ ମୋନାଲିସାଙ୍କୁ ମିଳିଲା ଫିଲ୍ମ ଅଫର । ବଡ଼ ପରଦାରେ ନଜର ଆସିବେ ସୁନ୍ଦରୀ ମୋନାଲିସା ଭୋଁସଲେ । ଆଗାମୀ ଫିଲ୍ମ 'ଦ ଡାଏରୀ ଅଫ୍ ମଣିପୁର'ରେ ମୋନାଲିସାଙ୍କୁ ଡେବ୍ୟୁ କରାଇବାକୁ ଯାଉଛନ୍ତି ନିର୍ଦ୍ଦେଶକ ସଜୋନ ମିଶ୍ରା । ଫିଲ୍ମ ପାଇଁ ନିର୍ଦ୍ଦେଶକ ସଜୋନ ମିଶ୍ରା ଇନ୍ଦୋର ସ୍ଥିତ ମାହେଶ୍ବରୀ ଗାଁରେ ପହଞ୍ଚି ମୋନାଲିସାଙ୍କ ବାପା, ମାଆଙ୍କ ସହ କଥା ହୋଇଛନ୍ତି । ଆଉ ସିନେମା ପାଇଁ ସାଇନ୍ ମଧ୍ୟ କରିଛନ୍ତି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ସିନେମା ପାଇଁ ମୋନାଲିସାଙ୍କୁ ୨୧ ଲକ୍ଷ ଟଙ୍କା ଫିସ୍ ମିଳିବ । କେବଳ ସେତିକି ନୁହେଁ ମୋନାଲିସାଙ୍କୁ ୧ ଲକ୍ଷ ଟଙ୍କାର ସାଇନିଂ ଆମାଉଣ୍ଟ ମଧ୍ୟ ଦେଇଛନ୍ତି ନିର୍ଦ୍ଦେଶକ ସଜୋନ । ନିଜ ଆକର୍ଷଣୀୟ ଚେହେରା, କଥା କୁହା ନୀଳ ଆଖି ଆଉ ସୁନ୍ଦର ହସ ପାଇଁ ମହାକୁମ୍ଭ ମେଳାରେ ବେଶ ଚର୍ଚ୍ଚା ସାଉଁଟିଥିଲେ ମୋନାଲିସା । କୁମ୍ଭ ମେଳାକୁ ମାଳା ବିକ୍ରି କରିବାକୁ ଯାଇଥିବା ମୋନାଲିସା, ନିଜ ସୁନ୍ଦରତା ପାଇଁ ଚହଳ ପକାଇଥିଲେ । ସୋସିଆଲ ମିଡିଆରେ ସେବେଠାରୁ ଭାଇରାଲ ହେଉଛି ମୋନାଲିସାଙ୍କ ଫଟୋ, ଭିଡିଓ । 

Advertisment

ପ୍ରୟାଗରାଜକୁ ବ୍ୟବସାୟ କରିବାକୁ ଆସିଥିବା ଏହି ଯୁବତୀ ହୁଏତ ଜାଣିନଥିଲେ କି ରାତରାତି ସେ ଷ୍ଟାର ପାଲଟିଯିବେ । ମଧ୍ୟପ୍ରଦେଶର ଏକ ଗାଁରୁ ଉତରପ୍ରଦେଶ ପ୍ରୟାଗରାଜକୁ ଆସିଥିଲେ ମୋନାଲିସା । ମାଳା ବିକି ଦୁଇ ପଇସା ରୋଜଗାର ପାଇଁ ଏଠାକୁ ଆସିଥିବାବେଳେ ଏବେ ସାଉଁଟିଲେଣି ଅନେକଙ୍କ ଭଲପାଇବା, ଢ଼େରସାରା ଲୋକପ୍ରିୟତା ଓ ଚର୍ଚ୍ଚା । ଯେତିକି ଆକର୍ଷଣୀୟ ସେତିକି ସୁନ୍ଦର । ଶ୍ୟାମଳ ବର୍ଣ୍ଣର ଯୁବତୀଙ୍କ ହସ ମଧ୍ୟ ମତୁଆଲା କରିଛି । ଯେଉଁଠି ଯେଉଁଠି ସେ ପହଁଚୁଛନ୍ତି ତାଙ୍କ ପଛରେ ଭିଡ ଲାଗୁଛି । ମିଡିଆଠୁ ନେଇ ଏଠାକୁ ଆସୁଥିବା ଦେଶବିଦେଶର ତୀର୍ଥଯାତ୍ରୀଙ୍କ  ସମସ୍ତଙ୍କ ଧ୍ୟାନ ମଧ୍ୟ ଆକର୍ଷଣ କରିଥିଲେ ମଧ୍ୟପ୍ରଦେଶର ଯୁବତୀ ।

ରାତାରାତି ସେଲିବ୍ରେଟି ପାଲଟିଥିବା ମୋନାଲିସାଙ୍କୁ ମିଳିଥିଲା ସିନେମା ଅଫର । ତେବେ ଅଫରକୁ ଗ୍ରହଣ କରି ଏବେ ସେ ଗାଁକୁ ଫେରି ଯାଇଥିଲେ  । ଏଥରକ ମହାକୁମ୍ଭ ପ୍ରଥମ ଦିନରୁ ହିଁ ଚର୍ଚ୍ଚାରେ ରହିଥିଲା । ଭଳିକି ଭଳି ବାବାଙ୍କ ସହ ନାୟିକା ହର୍ଷାଙ୍କ ସାଧ୍ବବୀ ଅବତାର ମଧ୍ୟ ଖୁବ ଚର୍ଚ୍ଚା ସାଉଁଟୁଥିଲେ । ଏହା ଭିତରେ ନିଜ ସୌନ୍ଦର୍ୟ୍ୟ ପାଇଁ ପ୍ରୟାଗରାଜଠୁ ନେଇ ସାରା ଦେଶରେ ଖବର ପାଲଟିଥିଲେ ମଧ୍ୟପ୍ରଦେଶର ମୋନାଲିସା ।