କନକ ବ୍ୟୁରୋ : ଜେନ୍ ଜି ଭାଷାରେ ଯଦି ସୋସିଆଲ ମିଡିଆକୁ ସବୁଠାରୁ ବଡ଼ ମେଳା ବୋଲି କହିବା ତେବେ ୨୦୨୫ ହେଉଛି ଭାଇରାଲ୍ ଚେହେରାର ମହାକୁମ୍ଭ । ୨୦୨୫ରେ ଅନୁଷ୍ଠିତ ହୋଇଥିବା ମହାକୁମ୍ଭ ମେଳାରେ କେଉଁଠି ସାଧୁସନ୍ଥମାନେ କ୍ୟାମେରା ସାମ୍ନାକୁ ଆସି ଷ୍ଟାର୍ ପାଲଟିଗଲେ ତ ଆଉ କେଉଁଠି ରାସ୍ତାରେ ବସି ମାଳା ବିକୁଥିବା ପ୍ରତିଭା ଲକ୍ଷ ଲକ୍ଷ ହୃଦୟରେ ନିଜ ପାଇଁ ଘର ତୋଳିଦେଲେ । ୨୦୨୫ ବର୍ଷଟି ଭାଇରାଲ୍ ହେବା ପାଇଁ ନା’ ତ ଫିଲ୍ମି ଚେହେରାର ଆବଶ୍ୟକ ଥିଲା ଆଉ ନା ହିଁ ବଡ଼ ନାଁର। କେବଳ ଏକ ସତ କାହାଣୀ, ଦକ୍ଷତା ଏବଂ ମୋବାଇଲ୍ କ୍ୟାମେରା ଯାହା ଭିଡ଼ରୁ ବାହାର କରି ଭାଇରାଲ୍ କ୍ୟାଟେଗୋରିରେ ସ୍ଥାନ ଦେଲା । ମହାକୁମ୍ଭର ମୋନାଲିସାଠାରୁ ଆରମ୍ଭ କରି ଆଇଆଇଟି ବାବାଙ୍କ ପର୍ଯ୍ୟନ୍ତ ୨୦୨୫ର ଏହି ଚର୍ଚ୍ଚିତ ଚେହେରା ହିଁ ଦର୍ଶାଉଛି ଯେ ଇଣ୍ଟରନେଟ୍ ସାଧାରଣ ଲୋକଙ୍କୁ କିପରି ରାତାରାତି ଭିତରେ ଅସାଧାରଣ କରିଥିଲା ।

Advertisment

ମହାକୁମ୍ଭକୁ ଫୁଲ ମାଳ ବିକ୍ରି କରିବାକୁ ଆସିଥିବା ଜଣେ ଗରିବ ପରିବାରର ଝିଅ କ’ଣ ଭାବିଥିଲା ଯେ ସେ ବଲିଉଡରେ କାମ କରିବାର ସୁଯୋଗ ପାଇବ , ହିରୋଇନ୍ ହେବ । କିନ୍ତୁ ମହାକୁମ୍ଭର ସେହି ଗୋଟିଏ ଭିଡିଓ ଝିଅଟିର ଜୀବନ ସମ୍ପୂର୍ଣ୍ଣ ପରିବର୍ତ୍ତନ କରି ଦେଇଥିଲା । ରାତାରାତି ସୋସିଆଲ୍ ମିଡିଆ ସେନସେସନ୍ ପାଲଟିଗଲେ ମହାକୁମ୍ଭର ମୋନାଲିସା । ସୁନ୍ଦର ଆଖି , ସରଳ ବ୍ୟବହାର ଏବଂ ଖିଲିଖିଲି ହସର ପାଗଳ ହେଲା ଇଣ୍ଟରନେଟ୍ ଆଉ ଦେଖୁ ଦେଖୁ ମହେଶ୍ବରର ଏହି ଗରିବ ଝିଅ ପାଲଟିଗଲେ ବଲିଉଡର ଜଣେ ଅଭିନେତ୍ରୀ । ମହାକୁମ୍ଭରେ କେବଳ ମୋନାଲିସା ନୁହଁନ୍ତି ଜଣେ ସୁନ୍ଦରୀ ସାଧ୍ବୀ ମଧ୍ୟ ଖୁବ୍ ଭାଇରାଲ୍ ହୋଇଥିଲେ । ନାଁ ତାଙ୍କର ହର୍ଷା ରିଚାରିଆ । ସେତେବେଳେ ତାଙ୍କର ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଲା । କେବଳ ସୌନ୍ଦର୍ଯ୍ୟ ନୁହେଁ ହର୍ଷାଙ୍କ ଆତ୍ମବିଶ୍ୱାସ, ସ୍ପଷ୍ଟ ଚିନ୍ତାଧାରା ଏବଂ ଆଧ୍ୟାତ୍ମିକ ଅନ୍ତର୍ଦୃଷ୍ଟି ତାଙ୍କୁ ସୋସିଆଲ୍ ମିଡିଆରେ ଫେମସ୍ କରାଇଥିଲା । 

ଅଧିକ ପଢ଼ନ୍ତୁ---ଫିକା ପଡ଼ିପାରେ ଜିରୋ ନାଇଟ୍ ସେଲିବ୍ରେସନ, ବନ୍ଦ ରହିପାରେ ସ୍ବିଗି-ଜମାଟୋ ଡେଲିଭରି

୨୦୨୫ ରେ ଯଦି ସର୍ବାଧିକ ଚର୍ଚ୍ଚାରେ କିଏ ରହିଥିଲେ ତା’ହେଲେ ସେ ହେଉଛନ୍ତି ମହାକୁମ୍ଭର ଆଇଆଇଟି ବାବା । IIT ଶିକ୍ଷିତ ଅଭୟ ସିଂହ ଇଞ୍ଜିନିୟରିଂ ଛାଡ଼ି ଭକ୍ତି ମାର୍ଗକୁ ଆପଣାଇ ମହାକୁମ୍ଭକୁ ଚାଲି ଆସିଥିଲେ । ତାଙ୍କ କାହାଣୀ ଏତେ ରୋଚକ ଥିଲା ଯେ ଦେଖୁ ଦେଖୁ ଇଣ୍ଟରନେଟରେ ଭାଇରାଲ ହୋଇଗଲା । ଲୋକ ତାଙ୍କୁ IIT ବାବା ବୋଲି ଡାକିବା ସହ ତାଙ୍କ ସଫଳତା ଏବଂ ମାନସିକ ସ୍ଥିତିକୁ ନେଇ ମଧ୍ୟ ଆଲୋଚନା ଚାଲିଲା । ଯୁବପିଢ଼ିଙ୍କୁ ତାଙ୍କ ସାକ୍ଷାତକାରର ଭିଡିଓଗୁଡ଼ିକ ଖୁବ୍ ଭଲ ଲାଗୁଥିଲା କାରଣ ସେ ପ୍ରକୃତ ଶିକ୍ଷା କ’ଣ ତାହା ସମସ୍ତଙ୍କୁ ବୁଝାଉଥିଲେ । 

ବର୍ଷ ୨୦୨୫ ରେ ହାତରେ ଦୁଇଟି ପଥର ଧରି ଜଣେ କଳାକାର ଭାଇରାଲ୍ ହୋଇଥିଲେ । ପଥରକୁ ପିଟି ସୋନୁ ନିଗମଙ୍କ ଗୀତ ଗାଇ ସେ ନିଜର ଦକ୍ଷତା ସୋସିଆଲ୍ ମିଡିଆରେ ଦେଖାଇଥିଲେ ଯାହାକୁ ୟୁଜର୍ସ ଖୁବ୍ ପସନ୍ଦ କରିଥିଲେ । କୌଣସି ବାଦ୍ୟଯନ୍ତ୍ର ବିନା ତାଙ୍କର ଅନନ୍ୟ ଶୈଳୀ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କେବେ ରାସ୍ତାରେ ଗୀତ ଗାଉଥିବା ରାଜୁ ପ୍ରମାଣିତ କରିଦେଲେ ଯେ ପ୍ରତିଭାକୁ ବଡ଼ ପ୍ଲାଟଫର୍ମର ଆବଶ୍ୟକତା ନାହିଁ ।

ଏହି ତାଲିକାରେ ଆଉ ଜଣେ ସୋସିଆଲ୍ ମିଡିଆ ସେନସେସନଙ୍କ ଚର୍ଚ୍ଚା ହୁଏ । "୧୦ ଟଙ୍କା ବିସ୍କୁଟ" ବିକ୍ରି କରୁଥିବା ଶାଦାବ ଜକାତିଙ୍କ ଭିଡିଓ ହଠାତ୍ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କଲା । ଶାଦାବ ତାଙ୍କର ସରଳ ଆଭିମୁଖ୍ୟ ସହିତ ପ୍ରମାଣିତ କଲେ ଯେ ସଚ୍ଚୋଟତା ଏବଂ ସତ୍ୟ ଏବେ ବି ଲୋକଙ୍କ ହୃଦୟକୁ ଛୁଇଁଥାଏ । ତାଙ୍କର ଭିଡିଓଗୁଡ଼ିକ ପ୍ରମାଣ କଲା ଯେ ପ୍ରତିଭା ଏବଂ ଚିନ୍ତାଧାରା ହିଁ ପ୍ରକୃତ ଶକ୍ତି । ଭାଇରାଲ୍ ବିଷୟରେ ଚର୍ଚ୍ଚା ହେବ ଆଉ କିରିଶ୍ କା ଗାନା ସୁନେଗା ବୟଙ୍କ ଚର୍ଚ୍ଚା ହେବନି ଏ ଅସମ୍ଭବ କଥା । ୨୦୨୫ ଶେଷ ଆଡ଼କୁ ଇଣ୍ଟରନେଟରେ ମଜାଳିଆ ଢ଼ଙ୍ଗରେ କିରିଶ୍ କା ଗାନା ସୁନେଗା କହି ଦିଲ ନା ଦିଆ ଲେ ବେଟା ଗାଉଥିବା ଯୁବକ ମଧ୍ୟ ଖୁବ୍ ଭାଇରାଲ୍ ହୋଇଥିଲେ । ମାନସିକ ବିକାରଗ୍ରସ୍ତ ଯୁବକ ଜରି ଗୋଟାଇ ପେଟ ପୋଷୁଥିବା ବେଳେ ଗୋଟିଏ ଭିଡିଓ ତାଙ୍କୁ କେମିତି ଘରେ ଘରେ ପହଞ୍ଚାଇଲା ତାହା ଚର୍ଚ୍ଚାର ବିଷୟ ପାଲଟିଥିଲା ।