ପୂର୍ବରୁ ଫେମସ୍ ଶବ୍ଦର ଅର୍ଥ ହିଁ କିଛି ଅଲଗା ଥିଲା ଆଜ୍ଞା । ସଂଘର୍ଷରୁ ସଫଳତା ପାଇବା ପରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଗହଣରେ ଯେତେବେଳେ ନାଁ ଉଠୁଥିଲା କୁହାଯାଉଥିଲା ଲୋକଟା ବଡ଼ ଫେମସ୍ । କିନ୍ତୁ ଆଜିର ସମୟରେ ଫେମସ୍ ହେବା ବହୁତ ସରଳ ହେଲାଣି । ହାତରେ ମୋବାଇଲ୍ ଫୋନ୍ ଥିଲେ , ଗୋଟିଏ ଭିଡ଼ିଓ ହେଉ କି ଫଟୋ ଭାଇରାଲ୍ ହେଲା ମାତ୍ରେ ବାଃ ବାଃର ତାଳି କାନରେ ଶୁଭିବା ଆରମ୍ଭ ହୋଇଯାଏ । ଯେମିତିକି ମହାକୁମ୍ଭରେ ମାଳ ବିକ୍ରି କରୁଥିବା ଜଣେ ଯୁବତୀଙ୍କ ଗୋଟିଏ ଫଟୋ ଭାଇରାଲ୍ ହେବା କ୍ଷଣି ଏବେ ପଲ୍ଲୀରୁ ପୁର ପର୍ଯ୍ୟନ୍ତ ସମସ୍ତେ ଯୁବତୀଙ୍କ ସୌନ୍ଦର୍ଯ୍ୟକୁ ନେଇ ଚର୍ଚ୍ଚା କରିବା ଆରମ୍ଭ କରିସାରିଲେଣି । 

Advertisment

drfgerg

ନାଁ ତାଙ୍କର ମୋନାଲିସା । ନାହିଁ ଆଜ୍ଞା ଆମେ ଏଠାରେ ଲିଓନାର୍ଡୋ ଦା ଭିନସିଙ୍କ ବିଶ୍ବବିଖ୍ୟାତ ଚିତ୍ର ମୋନା ଲିସା ବିଷୟରେ କହୁନାହୁଁ , ଏ ହେଉଛନ୍ତି ଜଣେ ଯୁବତୀ । ଚିତ୍ର ମୋନା ଲିସାଙ୍କ ସ୍ମିତହସ ଏବଂ ଚକ୍ଷୁଯୁଗଳ ଯେମିତି ପୃଥିବୀ ବିଖ୍ୟାତ ଠିକ୍ ସେମିତି ମହାକୁମ୍ଭରେ ମାଳା ବିକ୍ରି କରୁଥିବା ଯୁବତୀ ମୋନାଲିସାଙ୍କ ନୀଳନୟନ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ମୋନାଲିସା ତାଙ୍କର ନୀଳଆଖି ଏବଂ ସରଳତା ପାଇଁ ଏତେ ଚର୍ଚ୍ଚିତ ହେଲେ ଯେ ଏବେ ଇଣ୍ଟରନେଟ୍ ସେନସେସନ୍ ପାଲଟି ଯାଇଛନ୍ତି ।

gftertdgergter

କିନ୍ତୁ ଅଚାନକ ମିଳିଥିବା ଏ ପରିଚୟ ତାଙ୍କ ପାଇଁ ବିରକ୍ତିର ବିଷୟ ହୋଇ ମଧ୍ୟ ଛିଡ଼ାହୋଇଛି । ମିଡିଆରୁ ଆରମ୍ଭ କରି ଇନଫ୍ଲ୍ୟୁଏନ୍ସର ପର୍ଯ୍ୟନ୍ତ ସମସ୍ତେ ଏବେ ମୋନାଲିସାଙ୍କ ଗୋଟିଏ ଝଲକ ପାଇବାକୁ ତାଙ୍କ ପଛରେ ପଡ଼ିଯାଇଛନ୍ତି । ସ୍ଥିତି ଏତେ ଖରାପ ହେଲା ଯେ ଯୁବତୀ ଜଣକ ନିଜ ମୁହଁ ଲୁଚାଇ କୁମ୍ଭମେଳାରୁ ବାହାରକୁ ଯାଉଥିବାର ନଜର ଆସିଛନ୍ତି । ଗୋଟିଏ ଭିଡିଓରେ ମୋନାଲିସା ରାଗି ଯାଇ ଜଣେ ବ୍ୟକ୍ତିଙ୍କ ମୋବାଇଲ୍ ଭାଙ୍ଗିଦେଇଥିବାର ମଧ୍ୟ ନଜର ଆସୁଛନ୍ତି ।

fdgegerewerrfw

ମାଳା ବିକ୍ରି କରୁଥିବା ଯୁବତୀଙ୍କ ଆକର୍ଷଣୀୟ ଆଖି ଯୋଗୁଁ ଲୋକ ତାଙ୍କ ସଙ୍ଗେ ସେଲ୍ଫି ଉଠାଇବାକୁ ଲାଇନ୍ ଲଗାଉଥିଲେ କିନ୍ତୁ ଏବେ ସେହି ଲୋକପ୍ରିୟତା ମୋନାଲିସାଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । 

ଅନ୍ୟପକ୍ଷରେ ଲୋକଙ୍କ ବ୍ୟବହାରରେ ବିରକ୍ତ ହୋଇ ନିଜ ଘର ଇନ୍ଦୋରକୁ ବାହୁଡ଼ି ଆସିଥିବା ମୋନାଲିସା ଏବେ କୌଣସି ସେଲିବ୍ରିଟିଠାରୁ କିଛି କମ୍ ନୁହଁନ୍ତି । ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପ୍ରତିଦିନ ଫଲୋଅର୍ସ ବଢିବାରେ ଲାଗିଛନ୍ତି । ସୂତ୍ରରୁ ଜଣାପଡିଛି ଯେ ତାଙ୍କୁ ଫିଲ୍ମ ଅଫର୍ ମଧ୍ୟ ମିଳିଲାଣି । ଏହାରି ଭିତରେ ମୋନାଲିସା ଏକ ବ୍ୟୁଟି ପାର୍ଲରରେ ନିଜର ମେକଓଭର୍ କରାଉଥିବାର ନଜର ଆସୁଛନ୍ତି । ଯେଉଁଥିରେ ସେ ସ୍ବର୍ଗର ଅପସରାଠାରୁ କିଛି କମ୍ ଦେଖାଯାଉନାହାନ୍ତି । 

sdfwesrfwe