କାମରେ ଆସୁନି ଅତ୍ୟାଧୁନିକ ବାରବାଟୀ ଫୁଡକୋର୍ଟ, ଖର୍ଚ୍ଚ ହେଲା କୋଟି କୋଟି, ଏବେ କିନ୍ତୁ ଝୁଲୁଛି ତାଲା

Advertisment

ଗତ ୨୦୨୩ରେ ସରକାରୀ ଅନୁବନ୍ଧିତ ଠିକା ସଂସ୍ଥା ଇପିଆଇଏଲ୍‌ ଦ୍ବାରା ବାରବାଟୀ ଷ୍ଟାଡିୟମ୍ ସମ୍ମୁଖ ପଡ଼ିଆରେ ଫୁଡକୋର୍ଟ ନିର୍ମାଣ ଆରମ୍ଭ ହୋଇଥିଲା। ଏଥିରେ ୪୦ଟି ଦୋକାନ ଘର ରହିଛି । ଆକର୍ଷଣୀୟ ପରିବେଶ ଭିତରେ ଖାଦ୍ୟପ୍ରେମୀଙ୍କୁ ଖାଦ୍ୟ ପରଷାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏ ନେଇ ମେୟର କହିଛନ୍ତି ଆଉ କିଛି କାମ ବାକି ଅଛି । ସେ ସବୁ କାମ ସରିବା ପରେ ଖୁବଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ।

CUTTACK

କନକ ବ୍ୟୁରୋ : କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା । ମାତ୍ର ତାହା ଲୋକଙ୍କ କାମରେ ଆସୁନି । ଆମେ କହୁଛୁ କଟକ ବାରବାଟୀ ଷ୍ଟାଡିୟମ୍ ନିକଟରେ ଥିବା ଅତ୍ୟାଧୁନିକ ଫୁଡକୋର୍ଟ କଥା । ବର୍ଷେରୁ ଅଧିକ ସମୟ ହେଲା ଏହା ଉଦ୍‌ଘାଟନ ଅପେକ୍ଷାରେ ରହିଛି । 

ପଡ଼ିଛି ଚକାଚକ୍ ଚେୟାର ଟେବୁଲ୍ । ସିମେଣ୍ଟରେ ତିଆରି ହୋଇଛି ସୌଖୀନ ବସିବା ସ୍ଥାନ। ଏସବୁର ଯତ୍ନ ନେବାକୁ ଯେମିତି କେହି ନାହାନ୍ତି । ପଡ଼ିପଡ଼ି ଧୂଳି ଜମିଗଲାଣି । ଏପଟେ ଦୋକାନ ଘରେ ବି ଝୁଲୁଛି ତାଲା । କଟକ ବାରବାଟୀ ଷ୍ଟାଡିୟମ ନିକଟରେ ତିଆରି ହୋଇଥିବା ଅତ୍ୟାଧୁନିକ ଫୁଡକୋର୍ଟର ଏବେ ଏଭଳି ସ୍ଥିତି । ବର୍ଷେରୁ ଅଧିକ ସମୟ ହେଲା ଏହା ଉଦଘାଟନ ଅପେକ୍ଷାରେ ରହିଛି । ଫୁଡକୋର୍ଟରେ ଦୋକାନ ଘର ଆବଣ୍ଟନ ପାଇଁ ହିତାଧିକାରୀ ଚୟନକୁ ନେଇ ମଧ୍ୟ ଚୂଡାନ୍ତ ନିଷ୍ପତ୍ତି ହୋଇପାରୁନି । 

ରାଉରକେଲା ପୁଲିସକୁ ବଡ଼ ସଫଳତା, ଡକାୟତ ଗ୍ୟାଙ୍ଗକୁ ଏନକାଉଣ୍ଟର, ୩ ଅପରାଧୀ ଗୁରୁତର

ଗତ ୨୦୨୩ରେ ସରକାରୀ ଅନୁବନ୍ଧିତ ଠିକା ସଂସ୍ଥା ଇପିଆଇଏଲ୍‌ ଦ୍ବାରା ବାରବାଟୀ ଷ୍ଟାଡିୟମ୍ ସମ୍ମୁଖ ପଡ଼ିଆରେ ଫୁଡକୋର୍ଟ ନିର୍ମାଣ ଆରମ୍ଭ ହୋଇଥିଲା। ଏଥିରେ ୪୦ଟି ଦୋକାନ ଘର ରହିଛି । ଆକର୍ଷଣୀୟ ପରିବେଶ ଭିତରେ ଖାଦ୍ୟପ୍ରେମୀଙ୍କୁ ଖାଦ୍ୟ ପରଷାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏ ନେଇ ମେୟର କହିଛନ୍ତି ଆଉ କିଛି କାମ ବାକି ଅଛି । ସେ ସବୁ କାମ ସରିବା ପରେ ଖୁବଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ । 

ଦକ୍ଷିଣ ଆଫ୍ରିକା ବିପକ୍ଷ ଏକଦିବସୀୟ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଟିମ୍, କେ.ଏଲ ରାହୁଲ ଅଧିନାୟକ, ଋତୁରାଜ ...

 ଏତେ ଟଙ୍କା ବ୍ୟୟରେ ନିର୍ମିତ ଏ ଫୁଡକୋର୍ଟ କେବେ ଖୋଲିବ ଏବଂ ସାଧାରଣ ଲୋକଙ୍କ ବ୍ୟବହାରରେ ଲାଗିବ ତାହା ଦେଖିବାର କଥା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe