କନକ ବ୍ୟୁରୋ : ରାଉରକେଲା ପୁଲିସକୁ ବଡ଼ ସଫଳତା । ଲୋକଙ୍କ ନିଦ ହଜାଇଥିବା ଡକାୟତ ଗ୍ୟାଙ୍ଗ୍କୁ ଏନକାଉଣ୍ଟର । ୩ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର ଆହତ ହୋଇଥିବା ବେଳେ ଗ୍ୟାଙ୍ଗ୍ର ମୋଟ ୮ ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି ପୁଲିସ ।
ଶନିବାର ବିଳମ୍ବିତ ରାତିରେ ହୋଇଛି ଏନକାଉଣ୍ଟର । ରାସ୍ତା କଡ଼ରେ ଛିଟିକି ପଡ଼ିଛି ବାଇକ୍ । ଏପଟେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଏନକାଉଣ୍ଟରରେ ଆହତ ଅପରାଧୀ । ପୁଲିସ ଏନକାଉଣ୍ଟରରେ ଗୁରୁତର ଆହତ ହୋଇଥିବା ୩ ଅପରାଧୀ ମୋଷ୍ଟ ୱାଣ୍ଟେଡ୍ ଥିଲେ । ୩ ଜଣଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗ୍ୟାଙ୍ଗରେ ଥିବା ଅନ୍ୟ ୫ ଜଣ ମଧ୍ୟ ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ୩ଟି ପିସ୍ତଲ ଓ ଗୋଟିଏ ବାଇକ୍ ଏବଂ ଏକ ସ୍କର୍ପିଓ ଜବତ ହୋଇଛି ।
Why Are Odisha Leaders Being Targeted : ଆଗେ ବିଜେଡି, ବିଜେପି...ଏବେ କଂଗ୍ରେସ ବିଧାୟଙ୍କୁ ହତ୍ୟା ଧମକ
ରାଉରକେଲା ଲମସେ ଓ କୁଚେଇତା ନିକଟରେ ହୋଇଛି ଏନକାଉଣ୍ଟର । ରାଉରକେଲା ପୁଲିସର ସ୍ବତନ୍ତ୍ର ଟିମ୍ ଏନକାଉଣ୍ଟର କରିଛି । ପୁଲିସ ଚେକିଂ ବେଳେ ଅଭିଯୁକ୍ତମାନେ ଚକମା ଦେଇ ଖସିଯିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ଅଭିଯୁକ୍ତମାନଙ୍କୁ ଏନକାଉଣ୍ଟର କରିଛି ପୁଲିସ। ଗୁରୁତର ଆହତ ହୋଇଥିବା ତିନି ଅଭିଯୁକ୍ତ ହେଲେ ଚନ୍ଦେ ନାୟକ, ପାରସ ରାମ ଓ ରାଜେଶ ସିଂହ । ୮ ଜଣିଆ ଗ୍ୟାଙ୍ଗ୍ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଡକାୟତି କରୁଥିଲେ ।
ଦକ୍ଷିଣ ଆଫ୍ରିକା ବିପକ୍ଷ ଏକଦିବସୀୟ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଟିମ୍, କେ.ଏଲ ରାହୁଲ ଅଧିନାୟକ, ଋତୁରାଜ ...
କିଛି ଦିନ ତଳେ କୋଇଡ଼ା ଥାନା ଅଞ୍ଚଳରେ ମାରଣାସ୍ତ୍ର ଦେଖାଇ ଡକାୟତି ମାମଲା ସାମ୍ନାକୁ ଆସିଥିଲା । ସେ ମାମଲାରେ ମଧ୍ୟ ଏ ଗ୍ୟାଙ୍ଗର ସଂପୃକ୍ତି ଥିବା ଜଣାପଡ଼ିଛି । ଗ୍ୟାଙ୍ଗ୍ରେ ଆଉ କିଏ କିଏ ଅଛନ୍ତି, ସେ ନେଇ ମଧ୍ୟ ଖୋଳତାଡ଼ ଚଳାଇଛି ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/23/rkl-2025-11-23-18-21-10.jpg)