କନକ ବ୍ୟୁରୋ: ଯଦି ଆପଣ ଓଆରଏସ୍ ନାଁରେ କିଛି ନ ଦେଖି କିଛି ସେବନ କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଆପଣଙ୍କୁ ହୁଏତ ଓଆରଏସ୍ କହି ଫଳ ରସ ବା ଇଲେକ୍ଟ୍ରୋଲାଇଟ୍ ଡ୍ରିଙ୍କ୍ ବିକ୍ରି କରାଯାଉଛି । ସେଥିପାଇଁ ଓଆରଏସ୍ ବ୍ରାଣ୍ଡ୍ ନାଁରେ ବିକ୍ରି ହେଉଥିବା ଫଳ ରସ ଏବଂ ଇଲେକ୍ଟ୍ରୋଲାଇଟ୍ ଡ୍ରିଙ୍କ୍ସ ଉପରେ ପ୍ରତିବନ୍ଧକ ଲଗାଇବାକୁ ଏଫ୍ଏସ୍ଏସ୍ଏଆଇ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି । ଏଫ୍ଏସ୍ଏସ୍ଏଆଇ ପକ୍ଷରୁ ସମସ୍ତ ରାଜ୍ୟକୁ ତୁରନ୍ତ ଚଢ଼ଉ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ଓଆରଏସ୍ ଭଳି ଅବିକଳ ପ୍ୟାକେଜିଂ କରି ଏଭଳି ପାନୀୟ ବିକ୍ରି କରି ଲୋକଙ୍କୁ ବିଭ୍ରାନ୍ତ କରୁଥିବା କହିଛି ଏଫ୍ଏସ୍ଏସ୍ଏଆଇ । ଗତ ଅକ୍ଟୋବର ୧୫ ତାରିଖରେ ଏଫ୍ଏସ୍ଏସ୍ଏଆଇ ପକ୍ଷରୁ ଏଭଳି ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା ।
ଏଥିରେ କୁହାଯାଇଛି ଯେ ଅନେକ ଉତ୍ପାଦରେ ଡବ୍ଲୁଏଚ୍ଓ ଦ୍ୱାରା ଅନୁମୋଦିତ ପ୍ରକୃତ ଓଆରଏସ୍ ଫର୍ମୁଲା ନାହିଁ କିମ୍ବା ସେଗୁଡ଼ିକର କୌଣସି ମେଡିକାଲ୍ ପ୍ରଭାବ ନାହିଁ । ଏହା ସତ୍ତ୍ୱେ କମ୍ପାନୀଗୁଡ଼ିକ ପ୍ୟାକେଜ୍ ଉପରେ ଓଆରଏସ୍ ଲେଖି ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି, ଯାହା ଖାଦ୍ୟ ସୁରକ୍ଷା ଆଇନ-୨୦୦୬ର ଉଲ୍ଲଙ୍ଘନ କରୁଛି। ତେବେ ପ୍ରକୃତ ମେଡିକାଲ ଓଆରଏସ୍ ଉପରେ କୌଣସି କଟକଣା ଲଗାଯାଇନଥିବା ଏଫ୍ଏସ୍ଏସ୍ଏଆଇ ସ୍ପଷ୍ଟ କରିଛି । ଇ-କମର୍ସ ପ୍ଲାଟଫର୍ମ ଓ ଦୋକାନଗୁଡ଼ିକୁ ତୁରନ୍ତ ଯାଞ୍ଚ କରିବାକୁ ଏଫ୍ଏସ୍ଏସ୍ଏଆଇ ପକ୍ଷରୁ ରାଜ୍ୟଗୁଡ଼ିକୁ କୁହାଯାଇଛି । ସେହିପରି ଭୁଲ୍ ଉତ୍ପାଦକୁ ହଟାଇବା, କମ୍ପାନିଗୁଡ଼ିକ ଉପରେ ନିୟାମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ରିପୋର୍ଟକୁ ଦିଲ୍ଲୀ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/21/ors-2025-11-21-07-24-28.jpg)