କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ସିରିଜରେ ଦଳର ଅଧିନାୟକ ଭାବେ ୱିକଟେ୍ କିପର ସହ ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲଙ୍କୁ ଚୟନ କରାଯାଇଛି । ନିୟମିତ ଅଧିନାୟକ ଥିବା ଶୁବମନ୍ ଗିଲ ଅସୁସ୍ଥତା କାରଣରୁ ଟିମରୁ ବାଦ ପଡ଼ିଛନ୍ତି । ଏହି କାରଣରୁ ଅଧିନାକୟ ଦାୟିତ୍ୱ କେ.ଏଲ ରାହୁଲଙ୍କୁ ଦିଆଯାଇଛି ।
ମିଳୁନି ସୁବିଧା: ତାତିଲେ ଧର୍ମଗଡ଼ ଏନ୍ଏସି ବାସିନ୍ଦା
ଭାରତୀୟ ଏକଦିବସୀୟ ଟିମରେ ତିଲକ ବର୍ମା ଓ ଋତୁରାଜ ଗାୟକୱାଡ଼ଙ୍କୁ ବି ସାମିଲ କରାଯାଇଛି । ଦକ୍ଷିଣ ଆଫ୍ରିକା (ଏ) ଟିମ୍ ବିପକ୍ଷରେ ସୁନ୍ଦର ପ୍ରଦର୍ଶନ କରିବା ପରେ ଦଳରେ ଋତୁରାଜ ପୁଣି ଭାରତୀୟ ଟିମକୁ ଫେରିଛନ୍ତି । ଏହାସହ ତିଲକ ବର୍ମା ଏକଦିବସୀୟ ସେଟଅପକୁ ଆସିଯାଇଛନ୍ତି । ଅଲରାଉଣ୍ଡର ରବିନ୍ଦ୍ର ଜାଡ଼େଜା ଓ ଋଷଭ ପନ୍ତ ବି ଦଳରେ ସାମିଲ ହୋଇଛନ୍ତି । ଏହି ଦୁଇ ଖେଳାଳୀ ଅଷ୍ଟ୍ରେଲିଆ ଗସ୍ତବେଳେ ଦଳରେ ସାମିଲ ହୋଇନଥିଲେ ।
ବାରମ୍ବାର ତାରିଖ ବଦଳୁଛି; ଏଫ୍ସିଆଇ ଗୋଦାମକୁ ଆସୁନି ଚାଉଳ
ଘୋଷଣା ହୋଇଥିବା ୧୫ ଜଣିଆ ଟିମରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଭଳି ଅନୁଭବି ଖେଳାଳୀ ରହିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ୍ ମ୍ୟାଚ୍ ନଭେମ୍ବର ୩୦ ତାରିଖରେ ରାଞ୍ଚିରେ ହେବାକୁ ଯାଉଛି । ପୁଣି ଡିସେମ୍ବର ୩ ତାରିଖରେ ଦ୍ୱିତୀୟ ମ୍ୟାଚ୍ ରାୟପୁରରେ ଓ ତୃତୀୟ ମ୍ୟାଚ୍ ଡିସେମ୍ବର ୬ ତାରିଖରେ ବିଶାଖପାଟଣାରେ ଅନୁଷ୍ଠିତ ହେବ । ଏହାପରେ ଡିସେମ୍ବର ୯ ତାରିଖରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୫ଟି ଟି-୨୦ ମ୍ୟାଚ ଖେଳିବ । ଟି-୨୦ ପାଇଁ ପରେ ଭାରତୀୟ ଟିମ୍ ଘୋଷଣା କରାଯିବ ।
Jajpur Politics : ମନ୍ତ୍ରୀ ପଦ ପାଇ ବି ସୁକିନ୍ଦା ଦୁର୍ବଳ ?
ଭାରତୀୟ ଟିମ୍ : ରୋହିତ ଶର୍ମା, ୟଶ୍ୱସୀ ଜୟସୱାଲ, ବିରାଟ କୋହଲି, ତିଲକ ବର୍ମା, କେ.ଏଲ ରାହୁଲ, ଋଷଭ ପନ୍ତ, ୱାସିଂଟନ ସୁନ୍ଦର, ରବିନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ନୀତୀଶ କୁମାର ରେଡ୍ଡୀ, ହର୍ଷିତ ରାଣା, ଋତୁରାଜ ଗାୟକୱାଡ, ପ୍ରସିଦ୍ଧ କୃଷ୍ଣା, ଅର୍ଶଦୀପ ସିଂ, ଧ୍ରୁବ ଜୁରେଲ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/23/cricket-2025-11-23-17-56-49.jpg)