କନକ ବ୍ୟୁରୋ : କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା । ମାତ୍ର ତାହା ଲୋକଙ୍କ କାମରେ ଆସୁନି । ଆମେ କହୁଛୁ କଟକ ବାରବାଟୀ ଷ୍ଟାଡିୟମ୍ ନିକଟରେ ଥିବା ଅତ୍ୟାଧୁନିକ ଫୁଡକୋର୍ଟ କଥା । ବର୍ଷେରୁ ଅଧିକ ସମୟ ହେଲା ଏହା ଉଦ୍ଘାଟନ ଅପେକ୍ଷାରେ ରହିଛି ।
ପଡ଼ିଛି ଚକାଚକ୍ ଚେୟାର ଟେବୁଲ୍ । ସିମେଣ୍ଟରେ ତିଆରି ହୋଇଛି ସୌଖୀନ ବସିବା ସ୍ଥାନ। ଏସବୁର ଯତ୍ନ ନେବାକୁ ଯେମିତି କେହି ନାହାନ୍ତି । ପଡ଼ିପଡ଼ି ଧୂଳି ଜମିଗଲାଣି । ଏପଟେ ଦୋକାନ ଘରେ ବି ଝୁଲୁଛି ତାଲା । କଟକ ବାରବାଟୀ ଷ୍ଟାଡିୟମ ନିକଟରେ ତିଆରି ହୋଇଥିବା ଅତ୍ୟାଧୁନିକ ଫୁଡକୋର୍ଟର ଏବେ ଏଭଳି ସ୍ଥିତି । ବର୍ଷେରୁ ଅଧିକ ସମୟ ହେଲା ଏହା ଉଦଘାଟନ ଅପେକ୍ଷାରେ ରହିଛି । ଫୁଡକୋର୍ଟରେ ଦୋକାନ ଘର ଆବଣ୍ଟନ ପାଇଁ ହିତାଧିକାରୀ ଚୟନକୁ ନେଇ ମଧ୍ୟ ଚୂଡାନ୍ତ ନିଷ୍ପତ୍ତି ହୋଇପାରୁନି ।
ରାଉରକେଲା ପୁଲିସକୁ ବଡ଼ ସଫଳତା, ଡକାୟତ ଗ୍ୟାଙ୍ଗକୁ ଏନକାଉଣ୍ଟର, ୩ ଅପରାଧୀ ଗୁରୁତର
ଗତ ୨୦୨୩ରେ ସରକାରୀ ଅନୁବନ୍ଧିତ ଠିକା ସଂସ୍ଥା ଇପିଆଇଏଲ୍ ଦ୍ବାରା ବାରବାଟୀ ଷ୍ଟାଡିୟମ୍ ସମ୍ମୁଖ ପଡ଼ିଆରେ ଫୁଡକୋର୍ଟ ନିର୍ମାଣ ଆରମ୍ଭ ହୋଇଥିଲା। ଏଥିରେ ୪୦ଟି ଦୋକାନ ଘର ରହିଛି । ଆକର୍ଷଣୀୟ ପରିବେଶ ଭିତରେ ଖାଦ୍ୟପ୍ରେମୀଙ୍କୁ ଖାଦ୍ୟ ପରଷାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏ ନେଇ ମେୟର କହିଛନ୍ତି ଆଉ କିଛି କାମ ବାକି ଅଛି । ସେ ସବୁ କାମ ସରିବା ପରେ ଖୁବଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ।
ଦକ୍ଷିଣ ଆଫ୍ରିକା ବିପକ୍ଷ ଏକଦିବସୀୟ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଟିମ୍, କେ.ଏଲ ରାହୁଲ ଅଧିନାୟକ, ଋତୁରାଜ ...
ଏତେ ଟଙ୍କା ବ୍ୟୟରେ ନିର୍ମିତ ଏ ଫୁଡକୋର୍ଟ କେବେ ଖୋଲିବ ଏବଂ ସାଧାରଣ ଲୋକଙ୍କ ବ୍ୟବହାରରେ ଲାଗିବ ତାହା ଦେଖିବାର କଥା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/23/cuttack-2025-11-23-18-35-33.jpg)