ଉତ୍ତରଭାରତୀୟଙ୍କୁ ଟାର୍ଗେଟ୍‌ କଲେ ଷ୍ଟାଲିନଙ୍କ ମନ୍ତ୍ରୀ : କହିଲେ, ପିଲା ଜନ୍ମ ଛଡ଼ା ସେମାନଙ୍କର କାମ କ'ଣ ?

Advertisment

ତାମିଲନାଡ଼ୁର ମନ୍ତ୍ରୀ କହିଛନ୍ତି, ପ୍ରଥମେ କୁହାଗଲା ଆମେ ଦୁଇ ଆମର ଦୁଇ, ପରେ ପରେ କୁହାଗଲା ଆମେ ଦୁଇ ଆମର ଏକ…ଆଉ ଏବେ ଆମେ ଦୁଇ ଆମର କିଛି ନାହିଁ

ତାମିଲନାଡ଼ୁର ମନ୍ତ୍ରୀ କହିଛନ୍ତି, ପ୍ରଥମେ କୁହାଗଲା ଆମେ ଦୁଇ ଆମର ଦୁଇ, ପରେ ପରେ କୁହାଗଲା ଆମେ ଦୁଇ ଆମର ଏକ…ଆଉ ଏବେ ଆମେ ଦୁଇ ଆମର କିଛି ନାହିଁ

Duraimurugan

Duraimurugan Photograph: (kanak News)

କନକ ବ୍ୟୁରୋ  : ଜାତୀୟ ଶିକ୍ଷାନୀତି ଓ ଡିଲିମିଟେସନ୍‌କୁ ନେଇ ତାମିଲନାଡ଼ୁ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଲାଗିରହିଛି । ଏହାରି ଭିତରେ ତାମିଲନାଡ଼ୁ ସରକାରଙ୍କ ଜଳସମ୍ପଦ ମନ୍ତ୍ରୀ ଏମିତି ଏକ ବୟାନ ଦେଇଛନ୍ତି ଯାହାକୁ ନେଇ ସରଗରମ ହେଲାଣି ରାଜନୀତି । ସେ କହିଛନ୍ତି ଉତ୍ତର ଭାରତୀୟ କେବଳ ପିଲାଜନ୍ମ କରିବା ଜାଣିଛନ୍ତି । ଏହାଛଡ଼ା ସେମାନଙ୍କର କୌଣସି କାମ ନାହିଁ । ସେପଟେ ତାମିଲନାଡ଼ୁ ସାଂସଦଙ୍କ ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ବୟାନ ପ୍ରତିବାଦରେ ଜୋରଦାର ପ୍ରତିବାଦ କରାଯାଇଛି ।

ତାମିଲନାଡ଼ୁର ମନ୍ତ୍ରୀ କହିଛନ୍ତି, ପ୍ରଥମେ କୁହାଗଲା ଆମେ ଦୁଇ ଆମର ଦୁଇ, ପରେ ପରେ କୁହାଗଲା ଆମେ ଦୁଇ ଆମର ଏକ…ଆଉ ଏବେ ଆମେ ଦୁଇ ଆମର କିଛି ନାହିଁ…ଏହାପରେ ସେ କହିଛନ୍ତି, ଆପଣ ଉତ୍ତର ଭାରତୀୟଙ୍କୁ ଦେଖନ୍ତୁ, ସେଠାରେ କିଛି ନିୟମ ନାହିଁ । ସେମାନେ ପିଲାଜନ୍ମ କରିବା ଛଡ଼ା ଅନ୍ୟ କୌଣସି କାମ କରନ୍ତି ନାହିଁ ବୋଧହୁଏ । ଗୋଟିଏ ପରିବାରରେ ୧୭ -୧୮ ନହେଲେ ଏହାଠୁ ବି ଅଧିକ ପିଲା ।

ବୟାନ ଦେଇ ନିଆଁ ଲଗାଇ ଦେଲେ ଷ୍ଟାଲିନଙ୍କ ମନ୍ତ୍ରୀ

ଗୋଟିଏ ପଟେ କେନ୍ଦ୍ର ସରକାର ଓ ତାମିଲନାଡୁ ସରକାରଙ୍କ ମଧ୍ୟରେ ତୁ ତୁ ମେଁ ମେଁ ହେଉଥିବା ବେଳେ ଏବେ ଷ୍ଟାଲିନଙ୍କ ମନ୍ତ୍ରୀ ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ସେ କହିଛନ୍ତି, ତାମିଲନାଡ଼ୁ ଏମିତି ଏକ ରାଜ୍ୟ ଯେଉଁଠାରେ କେନ୍ଦ୍ର ସରକାରଙ୍କ ପରିବାର ନିୟୋଜନ ନିୟମ ୧୯୭୧ ମସିହାରୁ କାର୍ଯ୍ୟକାରୀ ହେଲାଣି । ହେଲେ ଏବେ ଜନସଂଖ୍ୟା ଅନୁସାରେ ନିର୍ବାଚନୀ କ୍ଷେତ୍ର ବଣ୍ଟାଗଲେ ଆମ ରାଜ୍ୟର ନିର୍ବାଚନମଣ୍ଡଳୀ କମିଯିବ । 

ସେପଟେ କାହିଁକି ସେ ଉତ୍ତର ଭାରତୀୟଙ୍କୁ ଟାର୍ଗେଟ୍‌ କରିଛନ୍ତି ବୋଲି ପଚାରିବାରୁ ସେ କହିଛନ୍ତି, ସେମାନେ ଯେଉଁପରି ଭାବରେ ଜନସଂଖ୍ୟା ବଢାଉଛନ୍ତି ସେଥିରେ ଦେଶର ଜନସଂଖ୍ୟା ଅହେତୁକ ଭାବରେ ବୃଦ୍ଧି ହେଉଛି । ଏଥିପ୍ରତି କାହାର ଧ୍ୟାନ ନାହିଁ । ଏବେ କେନ୍ଦ୍ର ସରକାର ଡିଲିମିଟେସନ୍‌ କଥା କହୁଛି, ଯାହାର ସର୍ବାଧିକ ଫାଇଦା ଉତ୍ତର ପ୍ରଦେଶ ଓ ବିହାରକୁ ଯିବ ବୋଲି ସେ କହିବା ସହିତ ଛିଗୁଲାଇ କହିଛନ୍ତି ଉତ୍ତର ଭାରତୀୟମାନଙ୍କ ପାଖରେ ବସିବା ମୁସ୍କିଲ। ଗାଧୋଉ ନଥିବା କାରଣରୁ ସେମାନଙ୍କ ଶରୀର ଦୁର୍ଗନ୍ଧ ଅତ୍ୟଧିକ । ହେଲେ ଜଣେ ମନ୍ତ୍ରୀ ଏମିତି ବିବାଦୀୟ ବୟାନ ଦେବା ପରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ କିନ୍ତୁ ଏନେଇ ମୁହଁ ଖୋଲିନଥିବାରୁ ଚର୍ଚ୍ଚା ଜୋରଦାର ହେଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe