Mexico fire explosion Photograph: (Google)
କନକ ବ୍ୟୁରୋ: ମେକ୍ସିକୋର ସୁପରମାର୍କେଟରେ ଭୟାଭହ ବିସ୍ଫୋରଣ । ଏଥିରେ ଅତିକମ୍ରେ ୨୩ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ୧୧ ଜଣ ଗୁରୁତର ହୋଇଥିବା ସୂଚନା । ତେବେ ଅଧିକାରୀଙ୍କ କହିବାନୁଯାୟୀ ଏହି ଦୁର୍ଘଟଣାଟି ଗ୍ୟାସ ଲିକ୍ ଯୋଗୁଁ ହୋଇଥାଇପାରେ । ସୂଚନାମୁତାବକ, ମେକ୍ସିକୋର ଉତ୍ତର-ପଶ୍ଚିମ ରାଜ୍ୟ ସୋନାରାର ରାଜଧାନୀ ହର୍ମିସିଲୋର ଏକ ଷ୍ଟୋରରେ ଭୀଷଣ ନିଆଁ ଲାଗିଯାଇ ବିସ୍ଫୋରଣ ଘଟିଥିଲା ।
ଗଞ୍ଜାମ ଖଲ୍ଲିକୋଟ ଥାନା କୈଠଡ଼ା ଗ୍ରାମରେ ଅଭାବନିୟ ଘଟଣା, ବେଆଇନ୍ ବାଣ ଭିଡୁଥିବାବେଳେ ବିସ୍ଫୋରଣ
ଯେଉଁଥିରେ ୨୩ ଜଣଙ୍କର ମୃତ୍ୟୁ ଘଟିଥିଲା । ସୋନାରାର ରାଜ୍ୟପାଳ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ଗୁରୁତର ମାନଙ୍କରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୬ଟି ହସ୍ପିଟାଲରେ ଗୁରୁତରଙ୍କ ଚିକିତ୍ସା ଚାଲିଛି ।
ଗ୍ୟାସ୍ ସିଲିଣ୍ଡର ଭର୍ତ୍ତି ଟ୍ରକ୍କୁ ଧକ୍କା ଦେଲା କେମିକାଲ ଟ୍ୟାଙ୍କର ; ବିସ୍ଫୋରଣ ଘଟି ନିଆଁ ଲାଗିଗଲା
ମେକ୍ସିକୋର ରାଷ୍ଟ୍ରପତି କ୍ଲାଉଡିଆ ଶିନବାମ ଏହି ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି । ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରି କହିଛନ୍ତି ଏହି ଦୁଃଖଦ ସମୟରେ ପୀଡିତ ପରିବାର ସହ ମୁଁ ଅଛି । ତେବେ ସରକାରଙ୍କ ରିଲିଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିସାରିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରିରହିଛି ।
Follow Us