କନକ ବ୍ୟୁରୋ: ରାଜସ୍ଥାନ ଜୟପୁରରେ ଭୟଙ୍କର ବିସ୍ଫୋରଣ । ଜୟପୁର- ଅଜମୈର ଜାତୀୟ ରାଜପଥରେ ଏଲ୍ପିଜି ସିଲିଣ୍ଡର ବୋଝେଇ ଟ୍ରକ୍କୁ ଧକ୍କା ଦେଲା କେମିକାଲ ଭର୍ତ୍ତି ଟ୍ୟାଙ୍କର । ଘଟଣାସ୍ଥଳରେ ଭୟଙ୍କର ଅଗ୍ନିକାଣ୍ଡ । ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଦୁର୍ଘଟଣା ହୋଇଥିଲା । ବିସ୍ଫୋରଣ ଏତେ ବଡ଼ ହୋଇଥିଲା ଯେ, ୧୦ କିଲୋମିଟର ଦୂର ପର୍ଯ୍ୟନ୍ତ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା । ଟ୍ରକ୍ରେ ଥିବା ପାଖାପାଖି ୨୦୦ ଏଲ୍ପିଜି ସିଲିଣ୍ଡର୍ ଦୁଇ ଘଣ୍ଟା ଧରି ଫାଟିଥିଲା । ଏପରିକି କି କିଛି ସିଲିଣ୍ଡର ୫୦୦ ମିଟର ଦୂର ପର୍ଯ୍ୟନ୍ତ ଛିଟିକି ପଡ଼ିଥିଲା । ବିସ୍ଫୋରଣରେ ଜଣେ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇଥିଲା ସୂଚନା ମିଳିଛି ।
ନିଆଁ ଲିଭାଇବା ପାଇଁ ଦମକଳ ବାହିନୀର ୧୨ଟି ଗାଡ଼ି ନିୟୋଜିତ ହୋଇଥିଲେ । ପରିସ୍ଥିତି ସମ୍ଭାଳିବାକୁ ୪ ଘଣ୍ଟା ସମୟ ଲାଗି ଯାଇଥିଲା । ଭୋର ୪ଟା ପର୍ଯ୍ୟନ୍ତ ରାସ୍ତାରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇ ପାରି ନଥିଲା । ତେବେ ଦୁର୍ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/08/13-2025-10-08-08-32-15.jpg)