କନକ ବ୍ୟୁରୋ: ମେକ୍‌ସିକୋର ସୁପରମାର୍କେଟରେ ଭୟାଭହ ବିସ୍ଫୋରଣ । ଏଥିରେ  ଅତିକମ୍‌ରେ ୨୩ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ୧୧ ଜଣ ଗୁରୁତର ହୋଇଥିବା ସୂଚନା । ତେବେ ଅଧିକାରୀଙ୍କ କହିବାନୁଯାୟୀ ଏହି ଦୁର୍ଘଟଣାଟି ଗ୍ୟାସ ଲିକ୍ ଯୋଗୁଁ ହୋଇଥାଇପାରେ । ସୂଚନାମୁତାବକ, ମେକ୍ସିକୋର ଉତ୍ତର-ପଶ୍ଚିମ ରାଜ୍ୟ ସୋନାରାର ରାଜଧାନୀ  ହର୍ମିସିଲୋର ଏକ ଷ୍ଟୋରରେ ଭୀଷଣ ନିଆଁ  ଲାଗିଯାଇ ବିସ୍ଫୋରଣ ଘଟିଥିଲା ।

Advertisment

ଗଞ୍ଜାମ ଖଲ୍ଲିକୋଟ ଥାନା କୈଠଡ଼ା ଗ୍ରାମରେ ଅଭାବନିୟ ଘଟଣା, ବେଆଇନ୍ ବାଣ ଭିଡୁଥିବାବେଳେ ବିସ୍ଫୋରଣ

ଯେଉଁଥିରେ ୨୩ ଜଣଙ୍କର ମୃତ୍ୟୁ ଘଟିଥିଲା । ସୋନାରାର ରାଜ୍ୟପାଳ ସୋସିଆଲ ମିଡିଆରେ ଏକ ଭିଡିଓ  ପୋଷ୍ଟ କରି  ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ ।  ଗୁରୁତର ମାନଙ୍କରୁ  ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୬ଟି  ହସ୍ପିଟାଲରେ  ଗୁରୁତରଙ୍କ ଚିକିତ୍ସା ଚାଲିଛି । 

ଗ୍ୟାସ୍ ସିଲିଣ୍ଡର ଭର୍ତ୍ତି ଟ୍ରକ୍‌କୁ ଧକ୍କା ଦେଲା କେମିକାଲ ଟ୍ୟାଙ୍କର ; ବିସ୍ଫୋରଣ ଘଟି ନିଆଁ ଲାଗିଗଲା

ମେକ୍ସିକୋର ରାଷ୍ଟ୍ରପତି କ୍ଲାଉଡିଆ ଶିନବାମ  ଏହି ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି । ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରି କହିଛନ୍ତି ଏହି ଦୁଃଖଦ ସମୟରେ ପୀଡିତ ପରିବାର ସହ  ମୁଁ ଅଛି । ତେବେ ସରକାରଙ୍କ ରିଲିଫ୍‌ ଟିମ୍‌  ଘଟଣାସ୍ଥଳରେ ପହଞ୍ଚିସାରିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରିରହିଛି ।