Photograph: (kanaknews)
କନକ ବ୍ୟରୋ: ଏସ.ଆଇ ପରୀକ୍ଷା କେଳେଙ୍କାରୀ ମାମଲା । ଭୁବନେଶ୍ବରରେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି । ଆଜି ସକାଳୁ ଉତ୍ତରାଖଣ୍ଡରୁ ଭୁବନେଶ୍ବର ଆଣି ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ । ଜବତ ହୋଇଛି ମୁଖ୍ୟ ଅଭିଯୁକ୍ତ ଶଙ୍କରର ଫର୍ଚୁନର କାର । ଗତ ରାତିରେ ଏହି ଘଟଣାର ମାଷ୍ଟରମାଇଣ୍ଡ ତଥା ପଞ୍ଚସଫ୍ଟ ଟେକ୍ନୋଲୋଜିର ମାଲିକ ଗଞ୍ଜାମ ଜିଲ୍ଲାର ଶଙ୍କର ପୃଷ୍ଟି ଗିରଫ ହୋଇଥିଲା। ଉତ୍ତରାଖଣ୍ଡ-ନେପାଳ ସୀମାରୁ କ୍ରାଇମବ୍ରାଞ୍ଚ ଶଙ୍କରକୁ ଗିରଫ କରିଥିଲା ।
ପୁଲିସ ଏସଆଇ ପରୀକ୍ଷା କେଳେଙ୍କାରୀର ଗୁମର ଖୋଲିଲା କ୍ରାଇମବ୍ରାଂଚ : ଏବେ ବି ଫେରାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି
ନେପାଳରେ ପେଇଂ ଗେଷ୍ଟ ଭାବେ ରହୁଥିଲା ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି। କ୍ରାଇମବ୍ରାଞ୍ଚ ଟିମ୍ ଗାଜିଆବାଦରେ ଥିବା ଶଙ୍କରର ଘରେ ପୂର୍ବରୁ ଚଢ଼ଉ କରିଥିବା ବେଳେ ସେ ସେଠାରୁ ନେପାଳ ଫେରାର ହୋଇ ଯାଇଥିଲା। ଗାଜିଆବାଦ ଘରେ ସ୍ତ୍ରୀ ଓ ପିଲାଙ୍କୁ ରଖିଥିଲା ।
SI ପରୀକ୍ଷା କେଳେଙ୍କାରୀ; ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ
ନେପାଳରୁ ସେ ଉତ୍ତରାଖଣ୍ଡର ଚମ୍ପାବତକୁ ଆସି ଜାମିନ ପାଇଁ ଜଣେ ଓକିଲଙ୍କ ସହ ଯୋଗାଯୋଗ କରିଥିଲା। ଡିଏସ୍ପି ଅନିଲା ଆନନ୍ଦଙ୍କ ନେତୃତ୍ବରେ ଦିଲ୍ଲୀରେ ଡେରା ପକାଇଥିବା କ୍ରାଇମବ୍ରାଞ୍ଚର ଏକ ଚାରିଜଣିଆ ଟିମ୍ ଏ ସଂପର୍କରେ ସୂଚନା ପାଇ ଚଢ଼ଉ କରିବା ସହିତ ତାକୁ ନେପାଳ ସୀମାରୁ କାବୁ କରିଥିଲେ । ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆରବି) ଦ୍ବାରା ପ୍ରସ୍ତୁତ ପୁଲିସ ଏସ୍ଆଇ କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ ବର୍ତ୍ତମାନ ସୁଦ୍ଧା ୧୨୪ ଜଣଙ୍କୁ ଗିରଫ କରିସାରିଲାଣି ।
Follow Us