କନକ ବ୍ୟୁରୋ : ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଖୋଲୁଛି ଗୁମର । ମାମଲାରେ ଦୁଇ ପ୍ରମୁଖ ସହଯୋଗୀଙ୍କ ସହ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ, କିନ୍ତୁ ଏବେବି ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଫୋରର ଅଛି । ଶଙ୍କରର ଦୁଇ ପ୍ରମୁଖ ସହଯୋଗୀ ମୁନା ମହାନ୍ତି ଏବଂ ଅରବିନ୍ଦ ଦାସ ଗିରଫ ହୋଇଛନ୍ତି । ଏଥିସହ କେଳେଙ୍କାରୀ ଧରାପଡିବା ପରେ ଆଇନଗତ ଏବଂ ଅନ୍ୟ ସହାୟତା କରିଥିବା, ଶ୍ରୀକାନ୍ତ ମହାରଣା, ସୌମ୍ୟା ପ୍ରୀୟଦ୍ରଶିନି ସାହୁ, ଅଭିମନ୍ୟୁ ଦୋରାଙ୍କ ମଧ୍ୟ ଗିରଫ କରାଯାଇଛି । ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଅପରାଧିକ ପୃଷ୍ଠା ଭୂମି ରହିଚି । ସେ ଦିଲ୍ଲୀରେ ରହି ରିମୋଟ କଂଟ୍ରୋଲ କରୁଥିଲେ । ପରୀକ୍ଷା ଦୁର୍ନୀତି ଧରାପଡିବା ପରେ ସେ ଫେରାର ହୋଇଯାଇଛି । ତାକୁ ଧରିବାକୁ ଉଦ୍ୟମ ଚଳାଇଥିବା ଆଜି କ୍ରାଇମବ୍ରାଞ୍ଚ ଡିଜି ସୁଚନା ଦେଇଛନ୍ତି । ଶଙ୍କର ଧରାପଡିବା ପରେ ଏଥିରେ ଅନ୍ୟ ରାଜୈନତିକ ବ୍ୟକ୍ତି ଅବା ଏହା ପଛରେ କିଏ ତାହା ଜଣାପଡିବ ବୋଲି କୁହାଯାଇଛି । କ୍ରାଇମବ୍ରାଞ୍ଜ ଡିଜିଙ୍କ ସୂଚନା ମୁତାବକ ପରୀକ୍ଷାର୍ଥୀ ନେଇ ଦୁଇଟି ମୋଡୂଲ୍ କରାଯାଇଥିଲା । ମୁନା ମହାନ୍ତି ବିଜୟନଗରମ ଦାୟିତ୍ଵରେ ଥିଲା, ଯେଉଁଥିରେ ୧୧୪ ଜଣ ପିଲାଙ୍କୁ ଟ୍ରେନିଂ ଦିଆଯାଇଥାନ୍ତା ।
ଚୀନ୍ ବାୟୁସେନାକୁ ପଛରେ ପକାଇଲା ଭାରତୀୟ ବାୟୁସେନା : ଅତ୍ୟାଧୁନିକ ଅସ୍ତ୍ର ଓ ଆଧୁନିକ ତାଲିମ୍ ଭାରତୀୟ ବାୟୁସେନାକୁ କରୁଛି ଶକ୍ତିଶାଳି
ସେହିପରି ଦୀଘା ମୋଡୁଲ ଦାୟିତ୍ଵ ନେଇଥିଲା ଆରିବିବ୍ଦ ଦାସ । ଯିଏ ପୂର୍ବରୁ ଗିରଫ ହୋଇସାରିଛନ୍ତି । ସେ ୧୧୦ ଜଣ ପିଲାକୁ ଦିଘାକୁ ନେଇ ସେଠାରେ ଟ୍ରେନିଂ ଦେଇଥାନ୍ତେ। ସେଠାରେ ପିଲାଙ୍କ ରହିବାକୁ ୩୫ ହଜାର ଟଙ୍କାରେ ରହିବା ଲାଗି ବ୍ୟବସ୍ଥା ହୋଇଥିଲା । ଅଭିଯୁକ୍ତ ମୁନ୍ନାର ଦୁଇଟି ଟ୍ରକ ଏବଂ ଗୋଟିଏ କାରକୁ ଜବତ କରିଛି ପୁଲିସ । ମାମଲାରେ ଏପର୍ଯ୍ୟନ୍ତ ୧୧୦ ମୋବାଇଲ ଜବତ କରାଯାଇଛି । ଆହୁରୀ ୧୫ ଜଣ ଅଭିଯୁକ୍ତ କ୍ରାଇମବ୍ରାଞ୍ଚ ସ୍କାନରରେ ଅଛନ୍ତି । ଏପର୍ଯ୍ୟନ୍ତ ୧୨ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଛି । ସେଥିରୁ ଶଙ୍କର ପୃଷ୍ଟିର ୯ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଛି ।
ଆସିଲା +୨ ପରୀକ୍ଷା ତାରିଖ : ଫେବ୍ରୁଆରି ୧୫ରୁ ୨୫ ତାରିଖ ଭିତରେ ଯୁକ୍ତ ଦୁଇ ପରୀକ୍ଷା
ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଖୋଲୁଛି ଗୁମର
ମାମଲାରେ ଦୁଇ ପ୍ରମୁଖ ସହଯୋଗୀଙ୍କ ସହ ୫ ଅଭିଯୁକ୍ତ ଗିରଫ
ଏବେ ବି ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଫେରାର ଅଛି
ଶଙ୍କରର ଦୁଇ ପ୍ରମୁଖ ସହଯୋଗୀ ମୁନ୍ନା ମହାନ୍ତି ଏବଂ ଅରବିନ୍ଦ ଦାସ ଗିରଫ
କେଳେଙ୍କାରୀ ଧରାପଡ଼ିବା ପରେ ସହାୟତା କରିଥିବା ୩ ଅଭିଯୁକ୍ତ ଗିରଫ
ଶ୍ରୀକାନ୍ତ ମହାରଣା, ସୌମ୍ୟା ପ୍ରିୟଦର୍ଶିନୀ ସାହୁ, ଅଭିମନ୍ୟୁ ଦୋରା ଗିରଫ
ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ଆପରାଧିକ ପୃଷ୍ଠଭୂମି ରହିଛି
ସେ ଦିଲ୍ଲୀରେ ରହି ରିମୋଟ୍ କଣ୍ଟ୍ରୋଲ କରୁଥିଲେ
ତାକୁ ଧରିବାକୁ ଉଦ୍ୟମ ଚଳାଇଛି କ୍ରାଇମବ୍ରାଞ୍ଚ
ପରୀକ୍ଷାର୍ଥୀଙ୍କୁ ନେଇ ଦୁଇଟି ମଡ୍ୟୁଲ୍ କରାଯାଇଥିଲା
ମୁନ୍ନା ମହାନ୍ତି ବିଜୟନଗରମ୍ ଦାୟିତ୍ବରେ ଥିଲା
ବିଜୟନଗରମ୍ରେ ୧୧୪ ଜଣ ପିଲାଙ୍କୁ ପ୍ରଶ୍ନପତ୍ର ଦିଆଯାଇଥାନ୍ତା
ସେହିପରି ଦୀଘା ମଡ୍ୟୁଲ୍ ଦାୟିତ୍ବ ନେଇଥିଲା ଅରବିନ୍ଦ ଦାସ
୧୧୦ ଜଣ ପିଲାଙ୍କୁ ଦୀଘାକୁ ନେଇ ସେଠାରେ ଟ୍ରେନିଂ ଦିଆଯାଇଥାନ୍ତା
ପିଲାଙ୍କ ରହିବା ପାଇଁ ୩୫ ହଜାର ଟଙ୍କାରେ ହୋଟେଲ୍ ବୁକ୍ ହୋଇଥିଲା
ମାମଲାରେ ଏପର୍ଯ୍ୟନ୍ତ ୧୧୦ ମୋବାଇଲ ଜବତ କରାଯାଇଛି
ଆହୁରି ୧୫ ଜଣ ଅଭିଯୁକ୍ତ କ୍ରାଇମବ୍ରାଞ୍ଚ ସ୍କାନରରେ ଅଛନ୍ତି
ଏପର୍ଯ୍ୟନ୍ତ ୧୨ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଛି
ସେଥିରୁ ଶଙ୍କର ପୃଷ୍ଟିର ୯ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଛି