କନକ ବ୍ୟୁରୋ : ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ । ଉତ୍ତରାଖଣ୍ଡରୁ ଗିରଫ କଲା କ୍ରାଇମବ୍ରାଞ୍ଚ । ନେପାଳ ପଳାଇଥିଲେ ମୁଖ୍ୟ ଅଭିଯୁକ୍ତ । ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇସାରିଛନ୍ତି ରାଜ୍ୟ ସରକାର ।
ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଖୋଲୁଛି ଗୁମର । ନିକଟରେ ମାମଲାରେ ଦୁଇ ପ୍ରମୁଖ ସହଯୋଗୀଙ୍କ ସହ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଏବେ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ମଧ୍ୟ ଗିରଫ ହୋଇଛି । ଶଙ୍କରର ଦୁଇ ପ୍ରମୁଖ ସହଯୋଗୀ ମୁନା ମହାନ୍ତି ଏବଂ ଅରବିନ୍ଦ ଦାସ ଗିରଫ ହୋଇଥିଲେ । ଏଥିସହ କେଳେଙ୍କାରୀ ଧରାପଡ଼ିବା ପରେ ଆଇନଗତ ଏବଂ ଅନ୍ୟ ସହାୟତା କରିଥିବା, ଶ୍ରୀକାନ୍ତ ମହାରଣା, ସୌମ୍ୟା ପ୍ରୀୟଦ୍ରଶିନି ସାହୁ, ଅଭିମନ୍ୟୁ ଦୋରାଙ୍କ ମଧ୍ୟ ଗିରଫ କରାଯାଇଛି ।
ଅଧିକ ପଢ଼ନ୍ତୁ : ଏସଆଇ ପରୀକ୍ଷା ମହାକେଳେଙ୍କାରୀ, ଅନ୍ୟତମ ଅଭିଯୁକ୍ତ ଶଙ୍କର ପୃଷ୍ଟିଙ୍କ କାର୍ଯ୍ୟାଳୟରେ ଚଢ଼ାଉ
ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଅପରାଧିକ ପୃଷ୍ଠା ଭୂମି ରହିଛି । ସେ ଦିଲ୍ଲୀରେ ରହି ରିମୋଟ କଂଟ୍ରୋଲ କରୁଥିଲେ । ପରୀକ୍ଷା ଦୁର୍ନୀତି ଧରାପଡ଼ିବା ପରେ ସେ ଫେରାର ହୋଇଯାଇଥିଲେ । ତାକୁ ଧରିବାକୁ ଉଦ୍ୟମ ଚଳାଇଥିବା କ୍ରାଇମବ୍ରାଞ୍ଚ ଆଜି ସଫଳ ହୋଇଛି । ଶଙ୍କର ଧରାପଡିବା ପରେ ଏଥିରେ ଅନ୍ୟ ରାଜୈନତିକ ବ୍ୟକ୍ତି ଅବା ଏହା ପଛରେ କିଏ ତାହା ଜଣାପଡିବ । କ୍ରାଇମବ୍ରାଞ୍ଚ ଡିଜିଙ୍କ ସୂଚନା ମୁତାବକ ପରୀକ୍ଷାର୍ଥୀ ନେଇ ଦୁଇଟି ମୋଡୂଲ୍ କରାଯାଇଥିଲା । ମୁନା ମହାନ୍ତି ବିଜୟନଗରମ ଦାୟିତ୍ଵରେ ଥିଲା, ଯେଉଁଥିରେ ୧୧୪ ଜଣ ପିଲାଙ୍କୁ ଟ୍ରେନିଂ ଦିଆଯାଇଥାନ୍ତା ।
ସେହିପରି ଦୀଘା ମୋଡୁଲ ଦାୟିତ୍ଵ ନେଇଥିଲା ଆରିବିବ୍ଦ ଦାସ । ଯିଏ ପୂର୍ବରୁ ଗିରଫ ହୋଇସାରିଛନ୍ତି । ସେ ୧୧୦ ଜଣ ପିଲାକୁ ଦିଘାକୁ ନେଇ ସେଠାରେ ଟ୍ରେନିଂ ଦେଇଥାନ୍ତେ । ସେଠାରେ ପିଲାଙ୍କ ରହିବାକୁ ୩୫ ହଜାର ଟଙ୍କାରେ ରହିବା ଲାଗି ବ୍ୟବସ୍ଥା ହୋଇଥିଲା । ଅଭିଯୁକ୍ତ ମୁନ୍ନାର ଦୁଇଟି ଟ୍ରକ ଏବଂ ଗୋଟିଏ କାରକୁ ଜବତ କରିଛି ପୁଲିସ । ମାମଲାରେ ଏପର୍ଯ୍ୟନ୍ତ ୧୧୦ ମୋବାଇଲ ଜବତ କରାଯାଇଛି । ଆହୁରି ୧୫ ଜଣ ଅଭିଯୁକ୍ତ କ୍ରାଇମବ୍ରାଞ୍ଚ ସ୍କାନରରେ ଅଛନ୍ତି । ଏପର୍ଯ୍ୟନ୍ତ ୧୨ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଛି । ସେଥିରୁ ଶଙ୍କର ପୃଷ୍ଟିର ୯ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/11/01/shankar-prusti-2025-11-01-23-11-14.jpg)