କନକବ୍ୟୁରୋ : ଏସ୍‌ଆଇ ପରୀକ୍ଷା କେଳେଙ୍କାରୀର ଖୋଲୁଛି ଗୁମର । ମାମଲାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଫେରାର ହୋଇଯାଇଥିବା ବେଳେ କ୍ରାଇମ୍‌ବ୍ରାଞ୍ଚ ହାତରେ ଧରାପଡ଼ିଛି ପ୍ରମୁଖ ସହଯୋଗୀ ମୁନା ମହାନ୍ତି ।  ଅନ୍ୟ ତିନି ସହଯୋଗୀ ମଧ୍ୟ ଗିରଫ ହୋଇଛନ୍ତି । ଏମାନେ ଧରାପଡ଼ିବା ପରେ ବିଜୟନଗରମ୍‌ ଓ ଦୀଘା ମୋଡ୍ୟୁଲର ପୂରା କାହାଣୀ ଜଣାପଡ଼ିଛି। କେମିତି ଚାଲିଥିଲା କ୍ରାଇମ୍‌ ସିଣ୍ଡିକେଟ୍‌ ? କାହାର ଥିଲା କ’ଣ ଭୂମିକା ? ସେନେଇ ପୂରା ତଥ୍ୟ ଦେଇଛନ୍ତି କ୍ରାଇମ୍‌ବ୍ରାଞ୍ଚ ଡିଜି ।

Advertisment

ଫେରାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ପ୍ରମୁଖ ସହଯୋଗୀ ଗିରଫ ପରେ ସାମ୍ନାକୁ ଆସିଛି ପୂରା ଘଟଣା। ପୂର୍ବରୁ ଅରବିନ୍ଦ ଦାସ ଆଉ ଏବେ କ୍ରାଇମ୍‌ବ୍ରାଞ୍ଚ ହାତରେ ପ୍ରମୁଖ ସହଯୋଗୀ ମୁନା ମହାନ୍ତି  ।   ମୁନା ବିଜୟନଗରମ୍ ମୋଡ୍ୟୁଲ ବୁଝୁଥିଲା ଆଉ ଅରବିନ୍ଦ ନେଇଥିଲା ଦୀଘା ମୋଡ୍ୟୁଲର ଦାୟିତ୍ବ। ଏମାନଙ୍କୁ ସହଯୋଗ କରୁଥିଲେ ଶ୍ରୀକାନ୍ତ ମହାରଣା, ଅଭିମନ୍ୟୁ ଦୋରା ଓ ସୌମ୍ୟା ପ୍ରିୟଦର୍ଶିନୀ ।  ଆଶାୟୀ କେମିତି ଯିବେ, କ’ଣ କରିବେ ବୁଝୁଥିଲା ଶ୍ରୀକାନ୍ତ। ଭୁବନେଶ୍ବରରୁ ବାହାରିବା ପୂର୍ବରୁ ଆଶାୟୀଙ୍କ ସାର୍ଟିଫିକେଟ୍ ମଧ୍ୟ ସଂଗ୍ରହ କରିଥିଲା । 

ସୌମ୍ୟା ପ୍ରିୟଦର୍ଶିନୀଙ୍କୁ ନିଜର ଭଉଣୀ ପରିଚୟ ଦେଉଥିଲା ମୁନା। ସୌମ୍ୟାଙ୍କ ଜରିଆରେ ଆଡ୍‌ଭାନ୍ସ ଚେକ୍ ଓ ଅରିଜିନାଲ ସାର୍ଟିଫିକେଟ୍ ଫେରାଯାଇଥିଲା ।  ଆଉ ପ୍ରମାଣ ନଷ୍ଟ କରିବାରେ ସୌମ୍ୟାର ଥିଲା ପ୍ରମୁଖ ଭୂମିକା  ।  ଦଶପଲ୍ଲାରେ ଥିବା ଫାର୍ମ ହାଉସ୍‌ରେ ଶ୍ରୀକାନ୍ତ ଓ ମୁନାକୁ ଆଶ୍ରୟ ଦେଇଥିଲା ଅଭିମନ୍ୟୁ। ପ୍ରିୟଦର୍ଶିନୀଙ୍କ ଠାରୁ ତଥ୍ୟ ନେଇ ମୁନା ଓ ଶ୍ରୀକାନ୍ତଙ୍କୁ ଦେଉଥିଲା ।  ଆଉ ତଦନ୍ତକାରୀ ସଂସ୍ଥାର ଖୋଳତାଡ଼ ବେଳେ ସେହିଠାରୁ ହିଁ ହୋଇଥିଲା ଫେରାର ହେବାର ଯୋଜନା। କ୍ରାଇମ୍‌ବ୍ରାଞ୍ଚର ତଦନ୍ତ ବେଳେ ମୁନାର ଦୁଇଟି ଟ୍ରକ୍‌ ଏବଂ ଗୋଟିଏ କାର ଜବତ ହୋଇଛି  ।  ଦିଲ୍ଲୀରେ ରହି ରିମୋଟ କଂଟ୍ରୋଲ କରୁଥିଲା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି। କିନ୍ତୁ ପରୀକ୍ଷା ଦୁର୍ନୀତି ଧରାପଡ଼ିବା ପରେ ଶଙ୍କର ପୁଲିସକୁ ଚକମା ଦେଇ ଲୁଚି ବୁଲୁଛି  ।