କନକ ବ୍ୟୁରୋ : ମନରେଗା ଯୋଜନାରେ ଶ୍ରମିକ ମାନଙ୍କୁ ୧୦୦ ଦିନର କାମ ଯୋଗାଇ ଦେବାକୁ ଗୁରୁତ୍ବ ଦେଉଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ତେବେ କଟକ ସଦର ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ସାଆନ୍ତପୁର ଗାଁରେ ଦେଖିବାକୁ ମିଳିଛିଏଥିରେ ବ୍ୟତିକ୍ରମ । ଲୋକଙ୍କ ବଦଳରେ ଏଠାରେ ଜେସିବି ମେସିନରେ କାମ ଚାଲିଥିବା ବେଳେ ଶ୍ରମିକଙ୍କ ନାଁରେ କରାଯାଉଛି ମିଥ୍ୟା ବିଲ୍ । 

Advertisment

ଅଧିକ ପଢ଼ନ୍ତୁ :ମନରେଗାରେ ଦୁର୍ନୀତି ! ଲୋକଙ୍କ କାମ କରିଛି ମେସିନ୍‌  

କଟକ ନିଶ୍ଚିନ୍ତକୋଇଲି ସାଆନ୍ତପୁର ଗାଁର ରାସ୍ତା ମନରେଗା ଯୋଜନାରେ ନିର୍ମାଣ ହୋଇଛି । ତେବେ ଶ୍ରମିକ ନୁହେଁ ଜେସିବି ମେସିନ ଲଗାଇ ଏଠାରେ କାମ କରାଯାଇଛି। ଏହି ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା କରାଯାଇ ଲକ୍ଷ ଲକ୍ଷ ଟଙ୍କା  ଦୁର୍ନୀତି ହୋଇଥିବା  ଅଭିଯୋଗ କରାଯାଇଛି । ପଞ୍ଚାୟତ ଓ ବ୍ଲକସ୍ତରୀୟ ସରକାରୀ କର୍ମଚାରୀ ଠିକାଦାରଙ୍କ ସହ ଅସାଧୁ ମେଣ୍ଟ କରି ଏହି ଅନିୟମିତତା କରିଛନ୍ତି । ବାସ୍ତବରେ ମେସିନରେ କାମ କରାଯାଇଥିବା ବେଳେ କାଗଜପତ୍ରରେ ଜବକାର୍ଡଧାରୀ ଶ୍ରମିକଙ୍କ ନାଁରେ ପ୍ରାୟ ୫ଲକ୍ଷ ଟଙ୍କାର ମିଥ୍ୟା ବିଲ୍ ଲୋକଲୋଚନକୁ ଆସିବା ପରେ ଦୁର୍ନୀତିର ଚିତ୍ର ଲୋକଲୋଚନକୁ ଆସିଛି ।

ଅଧିକ ପଢ଼ନ୍ତୁ :ନବରଙ୍ଗପୁରରେ ମନରେଗାରେ ମହାଦୁର୍ନୀତି: ବାରିଗୁଡ଼ା ଗାଁରେ ଶ୍ରମିକ ବଦଳରେ ମେସିନ୍‌ କରୁଛି ଟ୍ରେଞ୍ଚ କାମ

କେବଳ ଏହି ଗୋଟିଏ ରାସ୍ତାନୁହେଁ ଏପରିକି ସାଆନ୍ତପୁର କୁଞ୍ଜବନକୁ ଯାଇଥିବା ରାସ୍ତା ନିର୍ମାଣରେ ମଧ୍ୟ ଅନିୟମିତତା ହୋଇଥିବା ଜଣାପଡିଛି । ୯ଲକ୍ଷ ଟଙ୍କାର ପ୍ରକଳ୍ପରେ ୬୦ବର୍ଷରୁ ଉର୍ଦ୍ଧ୍ବ ବୃଦ୍ଧ, ଭତ୍ତା ପାଉଥିବା ବ୍ୟକ୍ତି ଏବଂ ବେସରକାରୀ ଚାକିରିଆଙ୍କ ନାଁରେ ନାଁରେ ମିଥ୍ୟା ବିଲ୍ କରାଯାଇଛି । ଏନେଇ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମଗାଯାଇଛି । ଦୁଇଟି ଯାକ ପ୍ରକଳ୍ପରେ ପାଖାପାଖି ୧୫ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ବେଳେ ସଠିକ୍ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ  ପାଇଁ ଦାବି କରାଯାଇଛି । ନଚେତ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା ।

ଅଧିକ ପଢ଼ନ୍ତୁ :ମନରେଗାରେ ବଡ଼ କେଳେଙ୍କାରୀ: ନକଲି ଜବକାର୍ଡରେ କୋଟି କୋଟି ଲୁଟ୍

ଏହି ଦୁର୍ନୀତି ଅଭିଯୋଗ ଉପରେ ତଦନ୍ତ କରାଯାଇ କେବେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରୁଛି ପ୍ରଶାସନ ତାକୁ ଅପେକ୍ଷା।